Revelation 1:4 — Compare Translations
7 translations compared side by side
Odia - 1840
"ଏସିଆ ପ୍ରଦେଶର ସାତାଟେି ମଣ୍ଡଳୀକୁ ମୁଁ, ଯୋହନ, ଏହା ଲେଖୁଅଛି: ଯେଉଁ ଈଶ୍ବର ଅତୀତ ରେ ଥିଲେ, ବର୍ତ୍ତମାନ ଅଛନ୍ତି ଓ ଭବିଷ୍ଯତ୍ ରେ ଆସୁଛନ୍ତି ଏବଂ ତାହାଙ୍କ ସିଂହାସନ ସମ୍ମୁଖ ରେ ଥିବା ସପ୍ତ ଆତ୍ମାଙ୍କଠାରୁ ଓ ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରାପ୍ତ ହେଉ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯୋହନ ଆସିଆସ୍ଥ ସପ୍ତ ମଣ୍ତଳୀ ନିକଟକୁ ଲେଖୁଅଛି, ଯେ ବର୍ତ୍ତମାନ, ଭୂତ ଓ ଭବିଷ୍ୟତ, ତାହାଙ୍କଠାରୁ ଓ ତାହାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମାଙ୍କଠାରୁ
Odia BSI (ପବିତ୍ର ବାଇବଲ (CL) NT (BSI))
ଏସିଆ ପ୍ରଦେଶରେ ଥିବା ସାତଟି ମଣ୍ଡଳୀକୁ ମୋର ଅଭିବାଦନ। ଭବିଷ୍ୟତ୍, ଅତୀତ ଓ ବର୍ତ୍ତମାନର ଜୀବନ୍ତ ଈଶ୍ୱର, ତାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମା
Odia Bible ERV 2004 (ପବିତ୍ର ବାଇବଲ)
ଯୋହନ ଯୀଶୁଙ୍କର ବାର୍ତ୍ତା ମଣ୍ଡଳୀମାନଙ୍କୁ ଲେଖନ୍ତି ଏସିଆ ପ୍ରଦେଶର ସାତୋଟି ମଣ୍ଡଳୀକୁ ମୁଁ, ଯୋହନ, ଏହା ଲେଖୁଅଛି: ଯେଉଁ ଈଶ୍ୱର ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଓ ଭବିଷ୍ୟତରେ ଆସୁଛନ୍ତି ଏବଂ ତାହାଙ୍କ ସିଂହାସନ ସମ୍ମୁଖରେ ଥିବା ସପ୍ତ ଆତ୍ମାଙ୍କଠାରୁ ଓ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରାପ୍ତ ହେଉ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୋହନ ଏସିଆ ଅଞ୍ଚଳରେ ଥିବା ସପ୍ତ ମଣ୍ଡଳୀ ନିକଟକୁ ଲେଖୁଅଛି, ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ତାହାଙ୍କଠାରୁ ଓ ତାହାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମାଙ୍କଠାରୁ
Odia IRV 2017 (ଓଡିଆ ବାଇବେଲ)
ଯୋହନ ଆସିଆରେ ଥିବା ସପ୍ତ ମଣ୍ଡଳୀ ନିକଟକୁ ଲେଖୁଅଛି, ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ତାହାଙ୍କଠାରୁ ଓ ତାହାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମାଙ୍କଠାରୁ
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜುವಾಂವಾಕ್ ಆಸಿಯಾ ಮನ್ತಲ್ಯಾ ಪ್ರಾಂತ್ಯಾಚ್ಯಾ ಸಾತ್ ದೆವಾಚ್ಯಾ ಲೊಕಾಂಚ್ಯಾ ತಾಂಡ್ಯಾಕ್ನಿ ಲಿವ್ತಲೆ. ಜೆ ಹಾಯ್, ಫಾಟಿಬಿ ಹೊತ್ತೊ ಅನಿ ಅನಿ ಫಿಡೆ ಯೆತಲೊ ಹಾಯ್ ತ್ಯಾ ದೆವಾಕ್ನಾ ಅನಿ ಸಿವಾಸನಾಚ್ಯಾ ಇದ್ರಾಕ್ ಅಸಲ್ಲೆ ಸಾತ್ ಆತ್ಮ್ಯಾಂಚ್ಯಾಕ್ನಾ ತುಮ್ಕಾ ಕುರ್ಪಾ ಅನಿ ಶಾಂತಿ ಗಾವುಂದಿತ್,