Revelation 1:7 — Compare Translations
7 translations compared side by side
Odia - 1840
"ଦେଖ, ଯୀଶୁ ମେଘମାଳା ରେ ଆସୁଅଛନ୍ତି। ପ୍ରେତ୍ୟକକ ଲୋକର ଚକ୍ଷୁ ତାହାଙ୍କୁ ଦେଖିବ ଏପରିକି ତାହାଙ୍କୁ ବିଦ୍ଧ କରିଥିବା ଲୋକମାନେ ମଧ୍ଯ ତାହାଙ୍କୁ ଦେଖିବେ। ଏ ପୃଥିବୀର ସବୁ ଜାତିର ଲୋକମାନେ ତାହାଙ୍କ ଆଗମନ ରେ ଉଚ୍ଚସ୍ବର ରେ ରୋଦନ କରିବେ। ହଁ, ଏହା ଘଟିବ। ଆମେନ୍।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦେଖ, ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ । ହଁ, ଆମେନ୍ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଦେଖ, ସେ ମେଘମାଳାରେ ଆସୁଅଛନ୍ତି - ପୃଥିବୀବାସୀ ସମସ୍ତେ ତାଙ୍କୁ ଦେଖିବେ; ଏପରି କି ଯେଉଁମାନେ ତାଙ୍କୁ ବଦ୍ଧ କରିଥିଲେ, ସେମାନେ ମଧ୍ୟ ତାଙ୍କୁ ଦେଖି ଭୟବିହ୍ୱଳ ହୋଇ ବିଳାପ କରିବେ। ଏ ସବୁ ନିଶ୍ଚୟ ଘଟିବ - ଆମେନ୍।
Odia Bible ERV 2004 (ପବିତ୍ର ବାଇବଲ)
ଦେଖ, ଯୀଶୁ ମେଘମାଳାରେ ଆସୁଅଛନ୍ତି। ପ୍ରତ୍ୟେକ ଲୋକର ଚକ୍ଷୁ ତାହାଙ୍କୁ ଦେଖିବ ଏପରିକି ତାହାଙ୍କୁ ବିଦ୍ଧ କରିଥିବା ଲୋକମାନେ ମଧ୍ୟ ତାହାଙ୍କୁ ଦେଖିବେ। ଏ ପୃଥିବୀର ସବୁ ଜାତିର ଲୋକମାନେ ତାହାଙ୍କ ଆଗମନରେ ଉଚ୍ଚସ୍ୱରରେ ରୋଦନ କରିବେ। ହଁ, ଏହା ଘଟିବ। ଆମେନ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ଦେଖ, ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ। ହଁ, ସେହିପରି ହେଉ, ଆମେନ୍।”
Odia IRV 2017 (ଓଡିଆ ବାଇବେଲ)
ଦେଖ ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ । ହଁ ଆମେନ୍ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಬಗಾ, ತೊ ಮೊಡಾಂಚ್ಯಾ ವರ್ತಿ ಯೆವ್ಲಾಲಾ! ಹರಿಎಕ್ಲೊ ತೆಕಾ ಬಗ್ತಾ, ತೆಕಾ ಭೊಚಲ್ಲೊ ಸೈತ್ ತೆಕಾ ಬಗ್ತಾ” ಹ್ಯಾ ಜಗಾತ್ನಿ ಸಗ್ಳಿ ಲೊಕಾ ತೆಕಾ ಲಾಗುನ್ ಮರಗ್ತ್ಯಾತ್, ಹೆ ಖರೆಚ್ ಖರೆ!