Revelation 1:9 — Compare Translations
7 translations compared side by side
Odia - 1840
"ଯୀଶୁଙ୍କ ଦୁଃଖ ଭୋଗ ରାଜ୍ଯ ଓ ର୍ଧୈୟ୍ଯ ରେ ତୁମ୍ଭମାନଙ୍କର ସହଭାଗୀ ଭାଇ ମୁଁ ଯୋହନ, ପରମେଶ୍ବରଙ୍କ ବାକ୍ଯ ପ୍ରଚାର ଓ ଯୀଶୁଙ୍କର ସାକ୍ଷୀ ହବୋ ହତେୁ ନିର୍ବାସିତ ହାଇେ ପାତ୍ମ ଦ୍ବୀପରେ ଥିଲି କାରଣ ମୁଁ ପରମେଶ୍ବରଙ୍କର ବାକ୍ଯ ପ୍ରଚାର କଲି। ମୁଁ ଯୀଶୁଙ୍କ ବିଷୟ ରେ ସାକ୍ଷ୍ଯ ଦଲେି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭମାନଙ୍କ ଭ୍ରାତା ଓ ଯୀଶୁଙ୍କ ସମ୍ଵନ୍ଧୀୟ କ୍ଳେଶ, ରାଜ୍ୟ ଓ ଧୈର୍ଯ୍ୟର ସହଭାଗୀ ଯେ ମୁଁ ଯୋହନ, ମୁଁ ଈଶ୍ଵରଙ୍କ ବାକ୍ୟ ଓ ଯୀଶୁଙ୍କ ସାକ୍ଷ୍ୟ ହେତୁ ପାତ୍ମ ନାମକ ଦ୍ଵୀପରେ ଥିଲି ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୁଁ ଯୋହନ, ତୁମର ଜଣେ ଭାଇ, ଯୀଶୁଙ୍କର ଶିଷ୍ୟ ସ୍ୱରୂପେ ତାଙ୍କ ରାଜ୍ୟର ଲୋକମାନଙ୍କ ଉପରେ ହେଉଥିବା ଦୌରାତ୍ମ୍ୟ ଧୈର୍ଯ୍ୟର ସହିତ ସହ୍ୟ କରିବା ପାଇଁ ମୁଁ ତୁମ୍ଭମାନଙ୍କର ଜଣେ ଅଂଶୀଦାର। ଯୀଶୁ ପ୍ରକାଶ କରିଥିବା ସତ୍ୟ ଓ ଈଶ୍ୱରଙ୍କ ବାକ୍ୟ ଘୋଷଣା କରିବା ଯୋଗୁଁ ମୁଁ ପାତ୍ମସ୍ ଦ୍ୱୀପକୁ ନିର୍ବାସିତ ହୋଇଥିଲି।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁଙ୍କ ଦୁଃଖ ଭୋଗ ରାଜ୍ୟ ଓ ଧୈର୍ଯ୍ୟରେ ତୁମ୍ଭମାନଙ୍କର ସହଭାଗୀ ଭାଇ ମୁଁ ଯୋହନ, ପରମେଶ୍ୱରଙ୍କ ବାକ୍ୟ ପ୍ରଗ୍ଭର ଓ ଯୀଶୁଙ୍କର ସାକ୍ଷୀ ହେବା ହେତୁ ନିର୍ବାସିତ ହୋଇ ପାତ୍ମ ଦ୍ୱୀପରେ ଥିଲି କାରଣ ମୁଁ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କଲି। ମୁଁ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେଲି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ଯୋହନ, ତୁମ୍ଭମାନଙ୍କ ଭାଇ ଓ ଯୀଶୁଙ୍କ ସମ୍ବନ୍ଧୀୟ କ୍ଲେଶ, ରାଜ୍ୟ ଓ ଧୈର୍ଯ୍ୟର ସହଭାଗୀ, ମୁଁ ଈଶ୍ବରଙ୍କ ବାକ୍ୟ ଓ ଯୀଶୁଙ୍କ ସାକ୍ଷ୍ୟ ହେତୁ ପାତ୍ମ ନାମକ ଦ୍ୱୀପରେ ଥିଲି।
Odia IRV 2017 (ଓଡିଆ ବାଇବେଲ)
ମୁଁ ଯୋହନ, ତୁମ୍ଭମାନଙ୍କ ଭାଇ ଓ ଯୀଶୁଙ୍କ ସମ୍ବନ୍ଧୀୟ କ୍ଲେଶ, ରାଜ୍ୟ ଓ ଧୈର୍ଯ୍ୟର ସହଭାଗୀ, ମୁଁ ଈଶ୍ୱରଙ୍କ ବାକ୍ୟ ଓ ଯୀଶୁଙ୍କ ସାକ୍ଷ୍ୟ ହେତୁ ପାତ୍ମ ନାମକ ଦ୍ଵୀପରେ ଥିଲି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ಜುವಾಂವ್ ತುಮ್ಚೊಚ್ ಭಾವ್, ಕ್ರಿಸ್ತಾಚ್ಯಾ ರಾಜ್ವಾಡ್ಯಾಸಾಟಿ ಘಟ್ ಮನಾನಿ ತರಾಸ್ ಸೊಸ್ತಲ್ಯಾ ಜೆಜುಜ್ಯಾ ವಾಟೆನ್ ಚಲ್ತಲ್ಯಾನಿತ್ಲೊ ಎಕ್ಲೊ ತುಮ್ಚೊ ವಾಂಗ್ಡಿ. ದೆವಾಚ್ಯಾ ಗೊಸ್ಟಿಯಾ ಅನಿ ಜೆಜುನ್ ಮಾಕಾ ದಾಕ್ವುನ್ ದಿಲ್ಲೆ ಖರೆ ಮಿಯಾ ಲೊಕಾಕ್ನಿ ಪ್ರಚಾರ್ ಕರುಕ್ ಲಾಗಲ್ಲೊ, ತೆಚೆಸಾಟ್ನಿ ಮಾಕಾ ಸಮುಂದರಾಚ್ಯಾ ಮದ್ದಿ ಅಸಲ್ಲ್ಯಾ ಪಾತ್ಮೊಸ್ ಮನ್ತಲ್ಯಾ ಜಾಗ್ಯಾರ್ ಥವಲ್ಲೆ ಹೊತ್ತೆ.