Revelation 11:10 — Compare Translations

7 translations compared side by side

Odia - 1840
"ସମାନଙ୍କେର ମୃତ୍ଯୁ ରେ ପୃଥିବୀର ଲୋକେ ଖୁସି ହବେେ। ସମାନେେ ଭୋଜି କରିବେ ଓ ପରସ୍ପର ଭିତ ରେ ଉପହାର ଦିଆନିଆ କରିବେ। ସମାନେେ ଏପରି କରିବେ, କାରଣ ଏହି ଦୁଇଜଣ ସାକ୍ଷୀ ପୃଥିବୀବାସୀଙ୍କୁ ବହୁତ ୟନ୍ତ୍ରଣା ଦଇେଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ପୃଥିବୀ ନିବାସୀମାନେ ସେମାନଙ୍କର ମୃତ୍ୟୁ ସମ୍ଵାଦ ଶୁଣି ଆନନ୍ଦ ଓ ଆମୋଦ-ପ୍ରମୋଦ କରିବେ, ପୁଣି ପରସ୍ପରକୁ ଉପହାର ଦେବେ, କାରଣ ଏହି ଦୁଇ ଭାବବାଦୀ ପୃଥିବୀନିବାସୀମାନଙ୍କୁ ଯନ୍ତ୍ରଣା ଦେଉଥିଲେ, ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହି ଦୁଇଜଣଙ୍କ ମୃତ୍ୟୁ ଲାଗି ପୃଥିବୀର ଲୋକମାନେ ଆନନ୍ଦିତ ହେବେ, ଆମୋଦ ପ୍ରମୋଦ କରି ପରସ୍ପର ନିକଟକୁ ଉପହାର ପଠାଇବେ; କାରଣ, ସେହି ଭାବବାଦୀମାନଙ୍କ ଯୋଗୁଁ ପୃଥ୍ୱୀବାସୀମାନେ ବଡ଼ ହଇରାଣ ହେଉଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନଙ୍କର ମୃତ୍ୟୁରେ ପୃଥିବୀର ଲୋକେ ଖୁସୀ ହେବେ। ସେମାନେ ଭୋଜି କରିବେ ଓ ପରସ୍ପର ଭିତରେ ଉପହାର ଦିଆନିଆ କରିବେ। ସେମାନେ ଏପରି କରିବେ, କାରଣ ଏହି ଦୁଇଜଣ ସାକ୍ଷୀ ପୃଥିବୀବାସୀଙ୍କୁ ବହୁତ ଯନ୍ତ୍ରଣା ଦେଇଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ପୃଥିବୀନିବାସୀମାନେ ସେମାନଙ୍କର ମୃତ୍ୟୁ-ସମ୍ବାଦ ଶୁଣି ଆନନ୍ଦ ଓ ଆମୋଦ ପ୍ରମୋଦ କରିବେ ପୁଣି, ପରସ୍ପରକୁ ଉପହାର ଦେବେ, କାରଣ ଏହି ଦୁଇ ଭାବବାଦୀ ପୃଥିବୀନିବାସୀମାନଙ୍କୁ ଯନ୍ତ୍ରଣା ଦେଉଥିଲେ।
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ପୃଥିବୀନିବାସୀମାନେ ସେମାନଙ୍କର ମୃତ୍ୟୁସମ୍ବାଦ ଶୁଣି ଆନନ୍ଦ ଓ ଆମୋଦ ପ୍ରମୋଦ କରିବେ ପୁଣି, ପରସ୍ପରକୁ ଉପହାର ଦେବେ, କାରଣ ଏହି ଦୁଇ ଭାବବାଦୀ ପୃଥିବୀନିବାସୀମାନଙ୍କୁ ଯନ୍ତ୍ରଣା ଦେଉଥିଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜಿಮ್ನಿ ವೈಲಿ ಲೊಕಾ ಹ್ಯಾ ದೊಗ್ಯಾಂಚ್ಯಾ ಮರ್‍ನಾಕ್‍ ಲಾಗುನ್ ಲೈ ಖುಶಿ ಹೊತ್ಯಾತ್. ತೆನಿ ಗಮ್ಮತ್ ಕರ್‍ತ್ಯಾತ್, ಅನಿ ಎಕಾಮೆಕಾಕ್ನಿ ಆಯಾರ್ ದಿತ್ಯಾತ್, ಕಶ್ಯಾಕ್ ಮಟ್ಲ್ಯಾರ್ ಹ್ಯಾ ದೊನ್ ಪ್ರವಾದ್ಯಾನಿ ಮಾನ್ಸಾಂಚ್ಯಾ ವರ್ತಿ ಲೈ ಮೊಟೊ ಕಸ್ಟ್ ಹಾನಲ್ಲ್ಯಾನಿ.