Revelation 11:13 — Compare Translations

7 translations compared side by side

Odia - 1840
"ଠିକ୍ ସହେି ସମୟରେ ଏକ ମହା ଭୂମିକମ୍ପ ହେଲା। ନଗରର ଏକ ଦଶମାଂଶ ନଷ୍ଟ ହାଇଗେଲା। ସାତ ହଜାର ଲୋକ ପ୍ରାଣ ହରାଇଲେ। ପ୍ରାଣ ହରାଇ ନ ଥିବା ଲୋକମାନେ ଅଧିକ ଭୟ କଲେ। ସମାନେେ ସ୍ବର୍ଗର ପରମେଶ୍ବରଙ୍କୁ ଗୌରବ ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ସମୟରେ ମହା ଭୂମିକମ୍ପ ହେଲା ଓ ନଗରୀର ଦଶମାଂଶ ଭୂମିସାତ୍ ହେଲା, ପୁଣି ଭୂମିକମ୍ପରେ ସାତ ସହସ୍ର ଲୋକ ନିହତ ହେଲେ ଏବଂ ଅବଶିଷ୍ଟ ଲୋକ ଭୀତ ହୋଇ ସ୍ଵର୍ଗସ୍ଥ ଈଶ୍ଵରଙ୍କ ମହିମା କୀର୍ତ୍ତନ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଠିକ୍ ସେହି ସମୟରେ ଭୀଷଣ ଭୂମିକମ୍ପ ହେଲା, ନଗରୀର ଏକ ଦଶମାଂଶ ଧ୍ୱଂସ ପାଇଲା ଏବଂ ଭୂମିକମ୍ପରେ ସାତ ହଜାର ଲୋକ ପ୍ରାଣ ହରାଇଲେ। ବଞ୍ଚି ଯାଇଥିବା ଲୋକମାନେ ଭୟଭୀତ ହୋଇ ସ୍ୱର୍ଗବାସୀ ଈଶ୍ୱରଙ୍କ ସର୍ବବ୍ୟାପକ ମହତ୍ତ୍ୱର ସ୍ତୁତିବାଦ କଲେ।
Odia Bible ERV 2004 (ପବିତ୍ର ବାଇବଲ)
ଠିକ୍ ସେହି ସମୟରେ ଏକ ମହା ଭୂମିକମ୍ପ ହେଲା। ନଗରର ଏକ ଦଶମାଂଶ ନଷ୍ଟ ହୋଇଗଲା। ସାତ ହଜାର ଲୋକ ପ୍ରାଣ ହରାଇଲେ। ପ୍ରାଣ ହରାଇ ନ ଥିବା ଲୋକମାନେ ଅଧିକ ଭୟ କଲେ। ସେମାନେ ସ୍ୱର୍ଗର ପରମେଶ୍ୱରଙ୍କୁ ଗୌରବ ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ସମୟରେ ମହା ଭୂମିକମ୍ପ ହେଲା ଓ ନଗରୀର ଦଶମାଂଶ ଭୂମିସାତ୍‍ ହେଲା, ପୁଣି, ଭୂମିକମ୍ପରେ ସାତ ହଜାର ଲୋକ ନିହତ ହେଲେ ଏବଂ ଅବଶିଷ୍ଟ ଲୋକ ଭୀତ ହୋଇ ସ୍ୱର୍ଗସ୍ଥ ଈଶ୍ବରଙ୍କ ମହିମା କୀର୍ତ୍ତନ କଲେ।
Odia IRV 2017 (ଓଡିଆ ବାଇବେଲ)
ସେହି ସମୟରେ ମହା ଭୂମିକମ୍ପ ହେଲା ଓ ନଗରୀର ଦଶମାଂଶ ଭୂମିସାତ୍ ହେଲା, ପୁଣି, ଭୂମିକମ୍ପରେ ସାତ ହଜାର ଲୋକ ନିହତ ହେଲେ ଏବଂ ଅବଶିଷ୍ଟ ଲୋକ ଭୀତ ହୋଇ ସ୍ୱର୍ଗସ୍ଥ ଈଶ୍ୱରଙ୍କ ମହିମା କୀର୍ତ୍ତନ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತಾಬೊಡ್ತೊಬ್ ಎಕ್ ಭಯಂಕರ್ ಭುಕಂಪ್ ಹೊಲೊ, ಶಾರಾತ್ಲೊ ಧಾತ್ಲೊ ಎಕ್ ವಾಟೊ ನಾಸ್ ಹೊವ್ನ್ ಗೆಲೊ, ಅನಿ ಸಾತ್ ಹಜಾರ್ ಲೊಕಾ ಮರುನ್ ಗೆಲಿ ಹುರಲ್ಲಿ ಲೊಕಾ ಭಿಯಾಲಿ, ಅನಿ ತೆನಿ ಸರ್ಗಾಚ್ಯಾ ದೆವಾಚ್ಯಾ ಮೊಟೆಪಾನಾಕ್ ಹೊಗಳ್ಳ್ಯಾನಿ.