Revelation 11:18 — Compare Translations

7 translations compared side by side

Odia - 1840
"ଅନ୍ୟ ଜାତୀୟମାନେ ତୁମ୍ଭ ଉପରେ କୋରଧ କରିଥିଲେ, କିନ୍ତୁ ବର୍ତ୍ତମାନ ତୁମ୍ଭ କୋରଧର ସମୟ ଉପସ୍ଥିତ, ମୃତମାନଙ୍କର ବିଚାର ସମୟ ଆସିଛି; ତୁମ୍ଭ ସବେକମାନଙ୍କୁ ଭବିଷ୍ଯତ୍ ବକ୍ତାମାନଙ୍କୁ ପୁରସ୍କାର ଦବୋର ସମୟ ଆସିଛି, ଏବଂ ତୁମ୍ଭକୁ ଭୟ ଓ ସମ୍ମାନ କରୁଥିବା ସାନବଡ଼ ପ୍ରେତ୍ୟକକଙ୍କୁ ପୁରସ୍କାର ଦବୋର ସମୟ ଆସିଛି। ପୃଥିବୀକୁ ବିନାଶ କରୁଥିବା ବିନାଶକାରୀଙ୍କର ବିନାଶର ସମୟ ଉପସ୍ଥିତ ହାଇେଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବିଜାତିମାନେ କ୍ରୁଦ୍ଧ ହୋଇଥିଲେ, କିନ୍ତୁ ତୁମ୍ଭର କ୍ରୋଧ ଉପସ୍ଥିତ ହେଲା, ପୁଣି ମୃତମାନଙ୍କ ବିଚାର କରିବା ସମୟ ଏବଂ ତୁମ୍ଭର ଦାସ ଭାବବାଦୀମାନଙ୍କୁ, ସାଧୁମାନଙ୍କୁ ଓ ତୁମ୍ଭ ନାମର ଭୟକାରୀ ସାନ ଓ ବଡ଼ ସମସ୍ତ ଲୋକଙ୍କୁସ ପୁରସ୍କାର ଦେବାର ଆଉ ପୃଥିବୀ ବିନାଶକାରୀମାନଙ୍କୁ ବିନାଶ କରିବାର ସମୟ ଉପସ୍ଥିତ ହେଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଅଣଇହୁଦୀମାନେ କ୍ଷୁବ୍ଧ ହୋଇଛନ୍ତି; କାରଣ ତୁମ କ୍ରୋଧର ସମୟ ଉପସ୍ଥିତ, ମୃତମାନେ ଏବେ ବିଚାରିତ ହେବେ। ତୁମର ସେବକ ଭାବବାଦୀମାନେ ଓ ଯେଉଁମାନେ ତୁମକୁ ଭୟ କରୁଛନ୍ତି, ମାନ୍ୟଗଣ୍ୟ କିଅବା ନଗଣ୍ୟ ସମସ୍ତେ ପୁରସ୍କୃତ ହେବେ ଏବଂ ଯେଉଁମାନେ ପୃଥିବୀକୁ ଧ୍ୱଂସ କରନ୍ତି, ସେମାନେ ମଧ୍ୟ ଧ୍ୱଂସ ପାଇବେ।”
Odia Bible ERV 2004 (ପବିତ୍ର ବାଇବଲ)
ଅନ୍ୟ ଜାତୀୟମାନେ ତୁମ୍ଭ ଉପରେ କ୍ରୋଧ କରିଥିଲେ, କିନ୍ତୁ ବର୍ତ୍ତମାନ ତୁମ୍ଭ କ୍ରୋଧର ସମୟ ଉପସ୍ଥିତ, ମୃତମାନଙ୍କର ବିଗ୍ଭର ସମୟ ଆସିଛି; ତୁମ୍ଭ ସେବକମାନଙ୍କୁ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କୁ ପୁରସ୍କାର ଦେବାର ସମୟ ଆସିଛି, ଏବଂ ତୁମ୍ଭକୁ ଭୟ ଓ ସମ୍ମାନ କରୁଥିବା ସାନବଡ଼ ପ୍ରତ୍ୟେକଙ୍କୁ ପୁରସ୍କାର ଦେବାର ସମୟ ଆସିଛି। ପୃଥିବୀକୁ ବିନାଶ କରୁଥିବା ବିନାଶକାରୀଙ୍କର ବିନାଶର ସମୟ ଉପସ୍ଥିତ ହୋଇଛି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅଣଯିହୁଦୀମାନେ କ୍ରୁଦ୍ଧ ହୋଇଥିଲେ, କିନ୍ତୁ ତୁମ୍ଭର କ୍ରୋଧ ଉପସ୍ଥିତ ହେଲା, ପୁଣି, ମୃତମାନଙ୍କ ବିଚାର କରିବା ସମୟ, ଏବଂ ତୁମ୍ଭର ଦାସ ଭାବବାଦୀମାନଙ୍କୁ, ସାଧୁମାନଙ୍କୁ ଏବଂ ତୁମ୍ଭ ନାମର ଭୟକାରୀ, ସାନ ଓ ବଡ଼ ସମସ୍ତ ଲୋକଙ୍କୁ ପୁରସ୍କାର ଦେବାର, ଆଉ ପୃଥିବୀ ବିନାଶକାରୀମାନଙ୍କୁ ବିନାଶ କରିବାର ସମୟ ଉପସ୍ଥିତ ହେଲା।”
Odia IRV 2017 (ଓଡିଆ ବାଇବେଲ)
ଅଣଯିହୂଦୀମାନେ କ୍ରୁଦ୍ଧ ହୋଇଥିଲେ, କିନ୍ତୁ ତୁମ୍ଭର କ୍ରୋଧ ଉପସ୍ଥିତ ହେଲେ, ପୁଣି, ମୃତମାନଙ୍କ ବିଚାର କରିବା ସମୟରେ ଏବଂ ତୁମ୍ଭର ଦାସ ଭାବବାଦୀମାନଙ୍କୁ, ସାଧୁମାନଙ୍କୁ ଓ ତୁମ୍ଭ ନାମର ଭୟକାରୀ ସାନ ଓ ବଡ଼ ସମସ୍ତ ଲୋକଙ୍କୁ ପୁରସ୍କାର ଦେବାର ଆଉ ପୃଥିବୀ ବିନାଶକାରୀମାନଙ୍କୁ ବିନାଶ କରିବାର ସମୟ ଉପସ୍ଥିତ ହେଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಸಗ್ಳ್ಯಾ ಬಾಶಾಂಚಿ ಲೊಕಾ ರಾಗಾನ್ ಪೆಟ್ಲಿ, ತವ್ಡ್ಯಾಕ್ ಮಟ್ಲ್ಯಾರ್ ತುಜೊ ರಾಗಾಚೊ ಎಳ್ ಯೆಲ್ಲೊ ಅನಿ ದಿಸ್ ಉಜ್ವಾಡ್ಲೊ, ಅನಿ ಮರಲ್ಲ್ಯಾಂಚಿ ಝಡ್ತಿ ಕರ್ತಲೊ ಎಳ್ ಯೆಲೊ, ತುಜ್ಯಾ ಸೆವಕಾನಿ, ಪ್ರವಾದಿ‍ಯಾನಿ, ಅನಿ ತುಜಿ ಭಕ್ತಿ ಕರ್ತಲ್ಯಾ ಸಗ್ಳ್ಯಾ ಲೊಕಾನಿ, ಮೊಟ್ಯಾನಿ ಅನಿ ಬಾರಿಕ್ಲ್ಯಾನಿ ತುಜೆಕ್ನಾ ಭೊಮಾನ್ ಘೆತಲೊ ಎಳ್ ಜಗ್ಗೊಳ್ ಯೆಲೊ, ಜಗಾಕ್ ನಾಸ್ ಕರ್ತಲ್ಯಾಕ್ ಹಾರ್ವುನ್ ಘಾಲ್ತಲೊ ಎಳ್‍ಬಿ ಜಗ್ಗೊಳ್ ಯೆಲೊ!.