Revelation 11:6 — Compare Translations

7 translations compared side by side

Odia - 1840
"ଏହି ଦୁଇଜଣ ଭବିଷ୍ଯଦ୍ ବାଣୀ କହିବା ବେଳେ ଯେପରି ବର୍ଷା ନ ହୁଏ, ସେଥିନିମନ୍ତେ ଆକାଶକୁ ରୁଦ୍ଧ କରିବା ନିମନ୍ତେ ସମାନଙ୍କେର କ୍ଷମତା ଅଛି। ଜଳକୁ ରକ୍ତ ରେ ପରିଣତ କରିବାର କ୍ଷମତା ସମାନଙ୍କେର ଅଛି। ପୃଥିବୀକୁ ପ୍ରେତ୍ୟକକ ପ୍ରକାରର ମହାମାରୀ ଦ୍ବାରା କଷ୍ଟ ଦବୋର କ୍ଷମତା ସମାନଙ୍କେର ଅଛି। ସମାନେେ ସମାନଙ୍କେର ନିଜ ଇଚ୍ଛା ଅନୁସାରେ ଯେତେଥର ଚାହିଁବେ, ସତେଥର ଏହା କରି ପାରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ଭାବବାଣୀ କହିବା ସମୟ ମଧ୍ୟରେ ଯେପରି ବୃଷ୍ଟି ନ ହୁଏ, ଏଥିନିମନ୍ତେ ଆକାଶ ରୁଦ୍ଧ କରିବାକୁ ସେମାନଙ୍କର କ୍ଷମତା ଅଛି, ପୁଣି ଯେତେ ଥର ଇଚ୍ଛା, ସେତେ ଥର ଜଳକୁ ରକ୍ତରେ ପରିଣତ କରିବାକୁ ଓ ପୃଥିବୀକୁ ସମସ୍ତ ପ୍ରକାର ମହାମାରୀ ଦ୍ଵାରା ଆଘାତ କରିବାକୁ ମଧ୍ୟ ସେମାନଙ୍କର କ୍ଷମତା ଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା ସମୟରେ ଆକାଶକୁ ଅବରୋଧ କରି ବୃଷ୍ଟିପାତ ବନ୍ଦ କରିବାର କ୍ଷମତା ସେମାନଙ୍କୁ ଦିଆଯାଇଛି। ଜଳ ନିର୍ଝରଗୁଡ଼ିକୁ ରକ୍ତରେ ପରିଣତ କରିବାକୁ ଓ ନିଜ ଇଚ୍ଛାନୁଯାୟୀ ପୃଥିବୀରେ ବାରମ୍ବାର ମହାମାରୀ ସୃଷ୍ଟି କରିବାକୁ ସେମାନଙ୍କର ଅଧିକାର ଅଛି।
Odia Bible ERV 2004 (ପବିତ୍ର ବାଇବଲ)
ଏହି ଦୁଇଜଣ ଭବିଷ୍ୟ‌‌ଦ୍‌‌‌‌ବାଣୀ କହିବା ବେଳେ ଯେପରି ବର୍ଷା ନ ହୁଏ, ସେଥିନିମନ୍ତେ ଆକାଶକୁ ରୁଦ୍ଧ କରିବା ନିମନ୍ତେ ସେମାନଙ୍କର କ୍ଷମତା ଅଛି। ଜଳକୁ ରକ୍ତରେ ପରିଣତ କରିବାର କ୍ଷମତା ସେମାନଙ୍କର ଅଛି। ପୃଥିବୀକୁ ପ୍ରତ୍ୟେକ ପ୍ରକାରର ମହାମାରୀ ଦ୍ୱାରା କଷ୍ଟ ଦେବାର କ୍ଷମତା ସେମାନଙ୍କର ଅଛି। ସେମାନେ ସେମାନଙ୍କର ନିଜ ଇଚ୍ଛା ଅନୁସାରେ ଯେତେଥର ଗ୍ଭହିଁବେ, ସେତଥର ଏହା କରି ପାରିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ଭାବବାଣୀ କହିବା ସମୟ ମଧ୍ୟରେ ଯେପରି ବୃଷ୍ଟି ନ ହୁଏ, ଏଥିନିମନ୍ତେ ଆକାଶ ବନ୍ଦ କରିବାକୁ ସେମାନଙ୍କର କ୍ଷମତା ଅଛି, ପୁଣି, ଯେତେ ଥର ଇଚ୍ଛା, ସେତେ ଥର ଜଳକୁ ରକ୍ତରେ ପରିଣତ କରିବାକୁ ଓ ପୃଥିବୀକୁ ସମସ୍ତ ପ୍ରକାର ମହାମାରୀ ଦ୍ୱାରା ଆଘାତ କରିବାକୁ ମଧ୍ୟ ସେମାନଙ୍କର କ୍ଷମତା ଅଛି।
Odia IRV 2017 (ଓଡିଆ ବାଇବେଲ)
ସେମାନେ ଭାବବାଣୀ କହିବା ସମୟ ମଧ୍ୟରେ ଯେପରି ବୃଷ୍ଟି ନ ହୁଏ, ଏଥି ନିମନ୍ତେ ଆକାଶ ବନ୍ଦ କରିବାକୁ ସେମାନଙ୍କର କ୍ଷମତା ଅଛି, ପୁଣି, ଯେତେ ଥର ଇଚ୍ଛା, ସେତେ ଥର ଜଳକୁ ରକ୍ତରେ ପରିଣତ କରିବାକୁ ଓ ପୃଥିବୀକୁ ସମସ୍ତ ପ୍ରକାର ମହାମାରୀ ଦ୍ୱାରା ଆଘାତ କରିବାକୁ ମଧ୍ୟ ସେମାନଙ୍କର କ୍ଷମତା ଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಂಕಾ ಮಳಬ್ ಧಾಪ್ತಲೊ ಅದಿಕಾರ್‍ಬಿ ಹಾಯ್ ತಸೆ ಮನುನ್ ತೆನಿ ದೆವಾಚಿ ಬಾತ್ಮಿ ಸಾಂಗ್ತಲ್ಯಾ ದಿಸಾತ್ನಿ ಪಾವ್ಸ್ ರ್‍ಹಾಯ್ನಾ. ತೆಂಕಾ ಪಾನಿಯಾಂಚ್ಯಾ ಝರ್‍ಯಾಕ್ನಿ ರಗಾತ್ ಕರುನ್ ಬದಲ್ತಲೊ ಅದಿಕಾರ್‍ಬಿ ದಿಲ್ಲೊ ಹಾಯ್; ತೆಂಚ್ಯಾ ಮನಾಕ್ ಯೆತಾ ತನ್ನಾ ಜಿಮ್ನಿ ವರ್ತಿ ಸಗ್ಳ್ಯಾ ಥರಿಚಿ ಕಸ್ಟಾ ಧಾಡ್ತಲೊ ಅದಿಕಾರ್‍ಬಿ ತೆಂಕಾ ಹಾಯ್.