Revelation 12:17 — Compare Translations
7 translations compared side by side
Odia - 1840
"ତେଣୁ ସାପ ସହେି ନାରୀ ଉପରେ ଭୀଷଣ ରାଗିଗଲା। ସେ ତା'ର ଅନ୍ୟ ପିଲାମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ବାହାରିଲା। ଯେଉଁମାନେ ପରମେଶ୍ବରଙ୍କର ଆଜ୍ଞାଗୁଡ଼ିକ ପାଳନ କରନ୍ତି ଓ ଯୀଶୁଙ୍କ ବିଷୟ ରେ ସାକ୍ଷ୍ଯ ଦିଅନ୍ତି ସହେିମାନେ ତାହାଙ୍କର ସନ୍ତାନ। [18] ସହେି ବିଶାଳ ସାପ ଯାଇ ସମୁଦ୍ର କୂଳ ରେ ଠିଆ ହେଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ସର୍ପ ସ୍ତ୍ରୀଲୋକଙ୍କ ଉପରେ ମହାକ୍ରୁଦ୍ଧ ହୋଇ, ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି, ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଅନନ୍ତର ଦ୍ୟାବଳ ଭୀଷଣ କ୍ରୁଦ୍ଧ ହୋଇ ସେହି ନାରୀ ଉପରେ ପ୍ରତିଶୋଧ ନେବା ପାଇଁ ତା’ର ବଂଶଧରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ପଡ଼ିଲା। ଯେଉଁମାନେ ଈଶ୍ୱରଙ୍କ ଆଜ୍ଞାବହ, ଯୀଶୁ ପ୍ରକାଶ କରିଥିବା ସତ୍ୟ ପ୍ରତି ବିଶ୍ୱସ୍ତ, ନାରୀର ସେହି ବଂଶଧରମାନଙ୍କୁ ବିରୋଧ କରିବା ପାଇଁ ସେ ଯାଇ ସମୁଦ୍ର ଦୀରରେ ଠିଆ ହେଲା।
Odia Bible ERV 2004 (ପବିତ୍ର ବାଇବଲ)
ତେଣୁ ସାପ ସେହି ନାରୀ ଉପରେ ଭୀଷଣ ରାଗିଗଲା। ସେ ତା’ର ଅନ୍ୟ ପିଲାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିଲା। ଯେଉଁମାନେ ପରମେଶ୍ୱରଙ୍କର ଆଜ୍ଞାଗୁଡ଼ିକ ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି ସେହିମାନେ ତାହାଙ୍କର ସନ୍ତାନ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ସର୍ପ ସ୍ତ୍ରୀଲୋକଙ୍କ ଉପରେ ମହାକ୍ରୁଦ୍ଧ ହୋଇ, ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି, ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା;
Odia IRV 2017 (ଓଡିଆ ବାଇବେଲ)
ସେଥିରେ ସର୍ପ ସ୍ତ୍ରୀଲୋକଙ୍କ ଉପରେ ମହାକ୍ରୁଦ୍ଧ ହୋଇ, ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି, ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ತೊ ಭಯಾನಕ್ ಸಾಂಪ್ ತ್ಯಾ ಭಾಯ್ಕೊಮನ್ಸಿ ವರ್ತಿ ಲೈ ರಾಗ್ ಹೊಲೊ, ಅನಿ ತೊ ತಿಚ್ಯಾ ಪಿಳ್ಗಿಚ್ಯಾ ಮಟ್ಲ್ಯಾರ್ ದೆವಾಕ್ ಖಾಲ್ತಿ ಹೊವ್ನ್ ಚಲ್ತಲ್ಯಾ, ಅನಿ ಜೆಜುಚಿ ಸಾಕ್ಷಿ ಹೊವ್ನ್ ಹೊತ್ಯಾ ಸಗ್ಳ್ಯಾ ಲೊಕಾಂಚ್ಯಾ ವಿರೊದ್ ಮಾರಾಮಾರಿ ಕರುಕ್ ಉಟಲ್ಲೊ ಹಾಯ್.