Revelation 14:11 — Compare Translations
7 translations compared side by side
Odia - 1840
"ସମାନଙ୍କେ ୟନ୍ତ୍ରଣାର ଧୂଆଁ ସବୁବଳେ ପାଇଁ ଉଠୁଥିବ। ସମାନଙ୍କେୁ ୟନ୍ତ୍ରଣାରୁ ଦିନରାତି କବେେ ହେଲେ ଆରାମ ମିଳିବ ନାହିଁ, କାରଣ ସମାନେେ ସହେି ପଶୁକୁ ଓ ତାହାର ପ୍ରତିମାକୁ ପୂଜା କରିଛନ୍ତି ଓ ତାହାର ନାମର ଚିହ୍ନ ଧାରଣ କରିଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏପରି ଲୋକମାନଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ; ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି, ପୁଣି ତାହାର ନାମର ଚିହ୍ନ ଗ୍ରହଣ କରନ୍ତି, ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେହି ଉତ୍ପୀଡ଼ନର ଧୂମ ଯୁଗେ ଯୁଗେ ଉତ୍ଥିତ ହେଉଥିବ। ଯେଉଁମାନେ ପଶୁ ଓ ତା’ ପ୍ରତିମୂର୍ତ୍ତିର ପୂଜା କରନ୍ତି, କିମ୍ବା ତା’ର ସଂକେତ ଧାରଣ କରନ୍ତି, ସେମାନେ ଦିବାରାତ୍ରି ସବୁବେଳେ ଅଶାନ୍ତି ଭୋଗ କରୁଥିବେ।”
Odia Bible ERV 2004 (ପବିତ୍ର ବାଇବଲ)
ସେମାନଙ୍କ ଯନ୍ତ୍ରଣାର ଧୂଆଁ ସବୁବେଳ ପାଇଁ ଉଠୁଥିବ। ସେମାନଙ୍କୁ ଯନ୍ତ୍ରଣାରୁ ଦିନରାତି କେବେ ହେଲେ ଆରାମ ମିଳିବ ନାହିଁ, କାରଣ ସେମାନେ ସେହି ପଶୁକୁ ଓ ତାହାର ପ୍ରତିମାକୁ ପୂଜା କରିଛନ୍ତି ଓ ତାହାର ନାମର ଚିହ୍ନ ଧାରଣ କରିଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏପରି ଲୋକମାନଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ; ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି ପୁଣି, ତାହାର ନାମର ଚିହ୍ନ ଗ୍ରହଣ କରନ୍ତି, ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଏପରି ଲୋକମାନଙ୍କ ଯନ୍ତ୍ରଣାର ଧୂମ ଯୁଗେ ଯୁଗେ ଉଠୁଥିବ; ଯେଉଁମାନେ ପଶୁ ଓ ତାହାର ପ୍ରତିମାକୁ ପ୍ରଣାମ କରନ୍ତି ପୁଣି, ତାହାର ନାମର ଚିହ୍ନ ଗ୍ରହଣ କରନ୍ତି, ସେମାନଙ୍କର ଦିବାରାତ୍ର ବିଶ୍ରାମ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಂಚ್ಯಾ ತರಾಸಾಚೊ ಡುಕೊಟ್ ಸದಾ ಸರ್ವತಾಕ್ ಜಾಸ್ತಿ ಹೊವ್ನ್ ವೈರ್ ಜಾತಾ. ಜನಾವರಾಚೆ ನಾಹೊಲ್ಯಾರ್ ತ್ಯೆಚ್ಯಾ ಮುರ್ತಿಕ್ ಆರಾಧನ್ ಕರ್ತಲೆ ರ್ಹಾಂವ್ದಿತ್. ನಾಹೊಲ್ಯಾರ್ ಕೊನಾಚ್ಯಾ ವರ್ತಿ ತೆಚಿ ವಳಕ್ ಹೊತ್ತೆ ರಾಂವ್ದಿತ್, ದಿಸ್ ಅನಿ ರಾತ್ ಮನಿನಸ್ತಾನಾ ಉಲ್ಲೆಬಿ ಆರಾಮ್ ಘೆವ್ಕ್ ಗಾವಿನಸ್ತಾನಾ ತರಾಸ್ ಸೊಸ್ತ್ಯಾತ್”. ಮಟ್ಲ್ಯಾನ್.