Revelation 14:15 — Compare Translations
7 translations compared side by side
Odia - 1840
"ତା'ପରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ଆସିଲେ। ସେ ମେଘ ଉପରେ ବସିଥିବା ବ୍ଯକ୍ତିଙ୍କୁ ଡ଼ାକି କହିଲେ, ଦାଆ ଲଗାଇ ଶସ୍ଯ ଅମଳ କର, କାରଣ ଶସ୍ଯ ଅମଳର ସମୟ ହାଇେ ଗଲାଣି। ପୃଥିବୀର ଫଳ ପାଚିଗଲାଣି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ସେହି ମେଘାରୂଢ଼ ବ୍ୟକ୍ତିଙ୍କି ଉଚ୍ଚ ସ୍ଵରରେ କହିଲେ, ଆପଣଙ୍କ ଦାଆ ଲଗାଇ ଶସ୍ୟ କାଟନ୍ତୁ, କାରଣ କାଟିବାର ସମୟ ଉପସ୍ଥିତ, ଆଉ ପୃଥିବୀର ଶସ୍ୟ ଅତିରିକ୍ତ ପରିପକ୍ଵ ହୋଇଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଜଣେ ଦୂତ ମନ୍ଦିରରୁ ବାହାରି ମେଘାରୂଢ଼ ବ୍ୟକ୍ତିଙ୍କୁ ଉଚ୍ଚ ସ୍ୱରରେ କହିଲେ, “ତୁମର ଦାଆ ପ୍ରୟୋଗ କରି ଫସଲ କାଟ। ପୃଥିବୀର ଫସଲ ଅମଳ ନିମନ୍ତେ ଉପଯୁକ୍ତ ସମୟ ଉପସ୍ଥିତ।”
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ଆସିଲେ। ସେ ମେଘ ଉପରେ ବସିଥିବା ବ୍ୟକ୍ତିଙ୍କୁ ଡାକି କହିଲେ, “ଦାଆ ଲଗାଇ ଶସ୍ୟ ଅମଳ କର, କାରଣ ଶସ୍ୟ ଅମଳର ସମୟ ହୋଇ ଗଲାଣି। ପୃଥିବୀର ଫଳ ପାଚିଗଲାଣି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ସେହି ମେଘାଚ୍ଛନ୍ନ ବ୍ୟକ୍ତିଙ୍କୁ ଉଚ୍ଚସ୍ୱରରେ କହିଲେ, ଆପଣଙ୍କ ଦାଆ ଲଗାଇ ଶସ୍ୟ କାଟନ୍ତୁ, କାରଣ କାଟିବାର ସମୟ ଉପସ୍ଥିତ, ଆଉ ପୃଥିବୀର ଶସ୍ୟ ପରିପକ୍ୱ ହୋଇଅଛି।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ସେହି ମେଘାଛନ୍ନ ବ୍ୟକ୍ତିଙ୍କି ଉଚ୍ଚସ୍ୱରରେ କହିଲେ, ଆପଣଙ୍କ ଦାଆ ଲଗାଇ ଶସ୍ୟ କାଟନ୍ତୁ, କାରଣ କାଟିବାର ସମୟ ଉପସ୍ଥିତ, ଆଉ ପୃଥିବୀର ଶସ୍ୟ ପାଚି ଯାଇଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಅನಿಎಕ್ ದೆವ್ದುತಾ ಗುಡಿತ್ನಾ ಭಾಯ್ರ್ ಯೆಲೊ, ಅನಿ ತ್ಯಾ ಮೊಡಾ ವರ್ತಿ ಬಸಲ್ಲ್ಯಾಕ್ ಮೊಟ್ಯಾನ್, “ತುಜೊ ಧಾರ್ಲೊ ಇಳೊ ವಾಪರ್ ಅನಿ ಪಿಕ್ ಕಾತರ್ ಕಶ್ಯಾಕ್ ಮಟ್ಲ್ಯಾರ್ ಜಿಮ್ನಿಚ್ಯಾ ಕಾತ್ರನಿಚೊ ಎಳ್ ಯೆವ್ನ್ ಪಾವ್ಲಾ!” ಮನುನ್ ಬೊಬ್ ಮಾರುನ್ ಸಾಂಗಟ್ಲ್ಯಾನ್.