Revelation 15:2 — Compare Translations

7 translations compared side by side

Odia - 1840
"ମୁଁ ମାେ ସାମନା ରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସହେି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ଯା ଉପରେ ଜୟଲାଭ କରିଥିଲେ, ସମାନଙ୍କେୁ ସହେି ସମୁଦ୍ର କୂଳ ରେ ଠିଆ ହବୋର ଦେଖିଲି। ସମାନଙ୍କେ ହାତ ରେ ପରମେଶ୍ବର ଦଇେଥିବା ବୀଣା ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ମୁଁ ଦେଖିଲି, ଯେପରି ଅଗ୍ନିମିଶ୍ରିତ ଗୋଟିଏ କାଚମୟ ସମୁଦ୍ର, ପୁଣି ଯେଉଁମାନେ ପଶୁ, ତାହାର ପ୍ରତିମା, ଓ ତାହା ନାମର ସଂଖ୍ୟା ଉପରେ ବିଜୟୀ ହୋଇଅଛନ୍ତି, ସେମାନେ ଈଶ୍ଵରଙ୍କ ବୀଣା ଧାରଣ କରି ସେହି କାଚମୟ ସମୁଦ୍ର ତୀରରେ ଦଣ୍ତାୟମାନ ହୋଇଅଛନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ପରେ ମୁଁ ଦେଖିଲି, ଅଗ୍ନିମିଶ୍ରିତ କାଚର ସମୁଦ୍ର ପରି ଏକ ଦୃଶ୍ୟ। ସେହି ସମୁଦ୍ର ତୀରରେ ଠିଆ ହୋଇଥିଲେ ବିଜୟୀ ବ୍ୟକ୍ତିମାନେ - ଏମାନେ ପଶୁ, ପଶୁର ପ୍ରତିମୂର୍ତ୍ତି ଓ ପୂର୍ବୋକ୍ତ ସଂଖ୍ୟା ଦ୍ୱାରା ଚିହ୍ନିତ ସେହି ଦୁରାତ୍ମା ଉପରେ ବିଜୟ ଲାଭ କରିଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ମୋ’ ସାମନାରେ ଅଗ୍ନି ମିଶ୍ରିତ କାଚ ପରି ଏକ ସମୁଦ୍ର ଦେଖିଲି। ଯେଉଁ ଲୋକମାନେ ସେହି ପଶୁ, ତାହାର ପ୍ରତିମା, ଓ ତାହାର ନାମର ସଂଖ୍ୟା ଉପରେ ଜୟଲାଭ କରିଥିଲେ, ସେମାନଙ୍କୁ ସେହି ସମୁଦ୍ର କୂଳରେ ଠିଆ ହେବାର ଦେଖିଲି। ସେମାନଙ୍କ ହାତରେ ପରମେଶ୍ୱର ଦେଇଥିବା ବୀଣା ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ମୁଁ ଦେଖିଲି ଯେପରି ଅଗ୍ନିମିଶ୍ରିତ ଗୋଟିଏ କାଚମୟ ସମୁଦ୍ର, ପୁଣି, ଯେଉଁମାନେ ପଶୁ, ତାହାର ପ୍ରତିମା ଓ ତାହା ନାମର ସଂଖ୍ୟା ଉପରେ ବିଜୟୀ ହୋଇଅଛନ୍ତି, ସେମାନେ ଈଶ୍ବରଙ୍କ ବୀଣା ଧରି, ସେହି କାଚମୟ ସମୁଦ୍ର ତୀରରେ ଦଣ୍ଡାୟମାନ ହୋଇଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ଆଉ ମୁଁ ଦେଖିଲି ଯେପରି ଅଗ୍ନିମିଶ୍ରିତ ଗୋଟିଏ କାଚମୟ ସମୁଦ୍ର, ପୁଣି, ଯେଉଁମାନେ ପଶୁ, ତାହାର ପ୍ରତିମା ଓ ତାହା ନାମର ସଂଖ୍ୟା ଉପରେ ବିଜୟୀ ହୋଇଅଛନ୍ତି, ସେମାନେ ଈଶ୍ୱରଙ୍କ ବୀଣା ଧରି, ସେହି କାଚମୟ ସମୁଦ୍ର ତୀରରେ ଦଣ୍ଡାୟମାନ ହୋଇଅଛନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ಆಗ್ ಮಿಸಳಲ್ಲ್ಯಾ ಕಾಜೆಚ್ಯಾ ಸಮುಂದರಾ ಸರ್ಕೆ ದಿಸ್ತಲೆ ಕಾಯ್‍ಕಿ ಬಗಟ್ಲೊ. ಭಯಾನಕ್ ಜನಾವರಾ ಅನಿ ತ್ಯೆಚ್ಯಾ ಮುರ್ತಿಯಾಂಚ್ಯಾ ವರ್ತಿ ಅನಿ ಅಂಕ್ಯಾನಿ ಜೆ ಕೊನಾಚೆ ನಾಂವ್ ದಾಕ್ವಲ್ಲೆ ಹಾಯ್ ತೆಚೆ ವರ್ತಿ ಜಿಕುನ್ ಜಯ್ ಹೊಲ್ಲ್ಯಾಕ್ನಿಬಿ ಮಿಯಾ ಬಗಟ್ಲೊ. ತೆನಿ ತ್ಯಾ ಕಾಜೆಚ್ಯಾ ಸಮುಂದರಾಕ್ಡೆ ದೆವಾನ್ ತೆಂಕಾ ದಿಲ್ಲಿ ಹಾರ್ಪ್ ಮನ್ತಲಿ ವಾಜ್ಪಾ ಘೆವ್ನ್ ಇಬೆ ಹೊತ್ತ್ಯಾನಿ,