Revelation 16:21 — Compare Translations

7 translations compared side by side

Odia - 1840
"ଆକାଶରୁ ଲୋକମାନଙ୍କ ଉପରେ ପ୍ରକାଣ୍ଡ କୁଆପଥରମାନ ପଡ଼ିଲା। ପ୍ରେତ୍ୟକକ କୁଆପଥରର ଓଜନ ପ୍ରାୟ 50 କିଲୋଗ୍ରାମ ଥିଲା। ଲୋକମାନେ ସହେି କୁଆପଥର ମହାମାରୀ ପାଇଁ ପରମେଶ୍ବରଙ୍କୁ ନିନ୍ଦା କଲେ। ଏହି କ୍ଲେଶ ଅତି ଭୟାନକ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆକାଶରୁ ମନୁଷ୍ୟମାନଙ୍କ ଉପରେ ମହା ଶିଳାବୃଷ୍ଟି ହେଲା, ଶିଳାଗୁଡ଼ିକ ପ୍ରାୟ ଏକ ଏକ ମହଣ ଓଜନର, ଆଉ ଶିଳାବୃଷ୍ଟିର କ୍ଳେଶ ସକାଶୁ ମନୁଷ୍ୟମାନେ ଈଶ୍ଵରଙ୍କର ନିନ୍ଦା କଲେ, କାରଣ ସେହି କ୍ଳେଶ ଅତି ଭୟଙ୍କର ।
Odia BSI (ପବିତ୍ର ବାଇବଲ (CL) NT (BSI))
ପଚାଶ କିଲୋଗ୍ରାମ ଓଜନର ବିରାଟ କରକାମାନ ଆକାଶରୁ ମନୁଷ୍ୟମାନଙ୍କ ଉପରେ ପଡ଼ିଲା, ଲୋକମାନେ ଏହି ଭୀଷଣ ବିପତ୍ତି ଲାଗି ଈଶ୍ୱରଙ୍କୁ ଅଭିଶାପ ଦେଲେ।
Odia Bible ERV 2004 (ପବିତ୍ର ବାଇବଲ)
ଆକାଶରୁ ଲୋକମାନଙ୍କ ଉପରେ ପ୍ରକାଣ୍ଡ କୁଆପଥରମାନ ପଡ଼ିଲା। ପ୍ରତ୍ୟେକ କୁଆପଥରର ଓଜନ ପ୍ରାୟ 50 କିଲୋଗ୍ରାମ ଥିଲା। ଲୋକମାନେ ସେହି କୁଆପଥର ମହାମାରୀ ପାଇଁ ପରମେଶ୍ୱରଙ୍କୁ ନିନ୍ଦା କଲେ। ଏହି କ୍ଳେଶ ଅତି ଭୟାନକ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆକାଶରୁ ମନୁଷ୍ୟମାନଙ୍କ ଉପରେ ମହା ଶିଳାବୃଷ୍ଟି ହେଲା, ଶିଳାଗୁଡ଼ିକ ପ୍ରାୟ ଏକ ଏକ ମହଣ ଓଜନର, ଆଉ ଶିଳାବୃଷ୍ଟିର କ୍ଲେଶ ସକାଶୁ ମନୁଷ୍ୟମାନେ ଈଶ୍ବରଙ୍କର ନିନ୍ଦା କଲେ, କାରଣ ସେହି କ୍ଲେଶ ଅତି ଭୟଙ୍କର।
Odia IRV 2017 (ଓଡିଆ ବାଇବେଲ)
ଆକାଶରୁ ମନୁଷ୍ୟମାନଙ୍କ ଉପରେ ମହା ଶିଳାବୃଷ୍ଟି ହେଲା, ଶିଳାଗୁଡ଼ିକ ପ୍ରାୟ ଏକ ଏକ ମହଣ (୪୦ କେ.ଜି) ଓଜନର, ଆଉ ଶିଳାବୃଷ୍ଟିର କ୍ଲେଶ ସକାଶୁ ମନୁଷ୍ୟମାନେ ଈଶ୍ୱରଙ୍କର ନିନ୍ଦା କଲେ, କାରଣ ସେହି କ୍ଲେଶ ଅତି ଭୟଙ୍କର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮೊಟ್ಯಾ-ಮೊಟ್ಯಾ ಘಾರ್‍ಬಿಯಾಂಚೊ ಪವ್ಸ್ ಮಳ್ಬಾ ವೈನಾ ಲೊಕಾಂಚ್ಯಾ ವರ್ತಿ ಪಡ್ಲೊ. ತ್ಯಾ ಎಕೆಕ್ ಘಾರ್‍ಬಿಯಾ ಜಗೊಳ್ -ಜಗೊಳ್ ಪನ್ನಾಸ್ ಕಿಲೊ ವಜ್ಜ್ಯಾ ಹೊತ್ತ್ಯಾ, ಹ್ಯಾ ಘಾರ್‍ಬಿಯಾಂಚ್ಯಾ ತರಾಸಾಸಾಟಿ ಲೊಕಾನಿ ದೆವಾಕ್ ಸರಾಪ್ಲ್ಯಾನಿ, ಕಶ್ಯಾಕ್ ಮಟ್ಲ್ಯಾರ್ ಹಿ ಫಿಡಾ ಭಯಾನಕ್ ಹೊತ್ತೆ.