Revelation 17:7 — Compare Translations
7 translations compared side by side
Odia - 1840
"ତା'ପରେ ସେ ଦୂତ ମାେତେ କହିଲେ, ତୁମ୍ଭେ କାହିଁକି ଆଶ୍ଚର୍ୟ୍ଯ ହେଉଛ? ମୁଁ ତୁମ୍ଭକୁ ଏହି ସ୍ତ୍ରୀଲୋକର ରହସ୍ଯ କହିବି ଓ ସପ୍ତ ମସ୍ତକ ଓ ଦଶଶିଙ୍ଗ ବିଶିଷ୍ଟ ତା'ର ବାହନ ପଶୁ ବିଷୟ ରେ ମଧ୍ଯ କହିବି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ଦୂତ ମୋତେ କହିଲେ, କାହିଁକି ଆଶ୍ଚର୍ଯ୍ୟାନ୍ଵିତ ହେଲ? ମୁଁ ତୁମ୍ଭକୁ ସେହି ସ୍ତ୍ରୀଲୋକର ଓ ତାହାର ବାହନ ସପ୍ତ ମସ୍ତକ ଓ ଦଶ ଶୃଙ୍ଗବିଶିଷ୍ଟ ଯେଉଁ ପଶୁ, ତାହାର ନିଗୂଢ଼ ତତ୍ତ୍ଵ ବୁଝାଇଦେବି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଦୂତ କହିଲେ: “କାହିଁକି ବିସ୍ମିତ ହେଉଛ? ସେହି ସ୍ତ୍ରୀ ଲୋକ ଏବଂ ସପ୍ତ ମସ୍ତକ ଓ ଦଶ ଶୃଙ୍ଗବିଶିଷ୍ଟ ତା’ର ବାହନ ପଶୁର ଗୁପ୍ତ ରହସ୍ୟ ମୁଁ ତୁମକୁ କହୁଛି, ଶୁଣ!
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ସେ ଦୂତ ମୋତେ କହିଲେ, “ତୁମ୍ଭେ କାହିଁକି ଆଶ୍ଚର୍ଯ୍ୟ ହେଉଛ? ମୁଁ ତୁମ୍ଭକୁ ଏହି ସ୍ତ୍ରୀଲୋକର ରହସ୍ୟ କହିବି ଓ ସପ୍ତ ମସ୍ତକ ଓ ଦଶଶିଙ୍ଗ ବିଶିଷ୍ଟ ତା’ର ବାହନ ପଶୁ ବିଷୟରେ ମଧ୍ୟ କହିବି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ଦୂତ ମୋତେ କହିଲେ, କାହିଁକି ଆଶ୍ଚର୍ଯ୍ୟାନ୍ୱିତ ହେଲ? ମୁଁ ତୁମ୍ଭକୁ ସେହି ସ୍ତ୍ରୀଲୋକର ଓ ତାହାର ବାହନ ସପ୍ତ ମସ୍ତକ ଓ ଦଶ ଶୃଙ୍ଗ ବିଶିଷ୍ଟ ଯେଉଁ ପଶୁ, ତାହାର ନିଗୂଢ଼ତତ୍ତ୍ୱ ବୁଝାଇଦେବି।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ଦୂତ ମୋତେ କହିଲେ, କାହିଁକି ଆଶ୍ଚର୍ଯ୍ୟାନ୍ୱିତ ହେଲ? ମୁଁ ତୁମ୍ଭକୁ ସେହି ସ୍ତ୍ରୀଲୋକର ଓ ତାହାର ବାହନ ସପ୍ତ ମସ୍ତକ ଓ ଦଶ ଶିଙ୍ଗ ବିଶିଷ୍ଟ ଯେଉଁ ପଶୁ, ତାହାର ନିଗୁଢ଼ତତ୍ତ୍ୱ ବୁଝାଇଦେବି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ತುಕಾ ಕಶ್ಯಾಕ್ ಅಜಾಪ್ ದಿಸುಕ್ ಲಾಗ್ಲಾ!” ಮನುನ್ ದೆವಾಚ್ಯಾ ದುತಾನ್ ಮಾಕಾ ಇಚಾರ್ಲ್ಯಾನ್.ಮಿಯಾ ತುಕಾ ತ್ಯಾ ಬಾಯ್ಕೊಮಾನ್ಸೆಚೊ ಅನಿ ತಿಕಾ ವಾವುನ್ ಘೆವ್ನ್ ಅಸಲ್ಲ್ಯಾ ತ್ಯಾ ಭಯಾನಕ್ ಜನಾವಾರಾಚೊ ಅರ್ಥ್ ತುಕಾ ಸಾಂಗ್ತಾ ತೆಕಾ ಸಾತ್ ಟಕ್ಲಿ ಅನಿ ಧಾ ಶಿಂಗಾ ಹೊತ್ತಿ.