Revelation 17:8 — Compare Translations

7 translations compared side by side

Odia - 1840
"ତୁମ୍ଭେ ଯେଉଁ ପଶୁକୁ ଦେଖିଲ, ସେ ଆଗରୁ ଥିଲା, କିନ୍ତୁ ବର୍ତ୍ତମାନ ସେ ଜୀବିତ ନାହିଁ। କିନ୍ତୁ ସେ ବଞ୍ଚିବ ଏବଂ ଗଭୀର ଗହ୍ବରରୁ ଉଠି ଆସି ଧ୍ବଂସ ପାଇବ। ଜଗତ ଆରମ୍ଭରୁ ଯେଉଁ ଲୋକମାନଙ୍କର ନାମ ଜୀବନ ପୁସ୍ତକରେ ଆଦୌ ଲଖାେ ହାଇନୋହିଁ, ସହେି ଲୋକମାନେ ତାହାକୁ ଦେଖି ଆଶ୍ଚର୍ୟ୍ଯ ହବେେ, କାରଣ ସେ ଅତୀତ ରେ ଥିଲା, ବର୍ତ୍ତମାନ ନାହିଁ କିନ୍ତୁ ପୁଣି ବଞ୍ଚିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ଯେଉଁ ପଶୁକୁ ତୁମ୍ଭେ ଦେଖିଲ, ତାହା ଥିଲା, ଏବେ ନାହିଁ, ପୁଣି ତାହା ପାତାଳକୁଣ୍ତରୁ ଉଠି ବିନାଶ ପାଇବ । ସେଥିରେ ପୃଥିବୀ ନିବାସୀ ଯେତେ ଲୋକଙ୍କ ନାମ ଜଗତର ପତ୍ତନାବଧି ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ସେମାନେ ଯେତେବେଳେ ସେହି ପଶୁକୁ ଦେଖିବେ ଯେ ତାହା ଥିଲା, ଏବେ ନାହିଁ ଓ ପରେ ଆସିବ, ସେତେ-ବେଳେ ସେମାନେ ଆଶ୍ଚର୍ଯ୍ୟାନ୍ଵିତ ହେବେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ପଶୁଟି ଦିନେ ବଞ୍ଚିଥିଲା; ଏବେ ଆଉ ବଞ୍ଚି ନାହିଁ, କିନ୍ତୁ ଅତି ଶୀଘ୍ର ପାତାଳପୁରୀରୁ ଉଠି ଆସିବ ଏବଂ ଆଉ ଥରେ ବିନଷ୍ଟ ହେବ। ସୃଷ୍ଟିର ଆଦ୍ୟରୁ ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଯାଇ ନାହିଁ, ପୃଥ୍ୱୀବାସୀ ସେହି ସମସ୍ତେ ପଶୁଟିକୁ ଦେଖି ଆଚମ୍ବିତ ହେବେ। ସେ ଦିନେ ଜୀବିତ ଥିଲା, ଏବେ ଆଉ ନାହିଁ, କିନ୍ତୁ ପୁଣି ଥରେ ତା’ର ଆବିର୍ଭାବ ହେବ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେ ଯେଉଁ ପଶୁକୁ ଦେଖିଲ, ସେ ଆଗରୁ ଥିଲା, କିନ୍ତୁ ବର୍ତ୍ତମାନ ସେ ଜୀବିତ ନାହିଁ। କିନ୍ତୁ ସେ ବଞ୍ଚିବ ଏବଂ ଗଭୀର ଗହ୍ୱରରୁ ଉଠି ଆସି ଧ୍ୱଂସ ପାଇବ। ଜଗତ ଆରମ୍ଭରୁ ଯେଉଁ ଲୋକମାନଙ୍କର ନାମ ଜୀବନ ପୁସ୍ତକରେ ଆଦୌ ଲେଖା ହୋଇ ନାହିଁ, ସେହି ଲୋକମାନେ ତାହାକୁ ଦେଖି ଆଶ୍ଚର୍ଯ୍ୟ ହେବେ, କାରଣ ସେ ଅତୀତରେ ଥିଲା, ବର୍ତ୍ତମାନ ନାହିଁ କିନ୍ତୁ ପୁଣି ବଞ୍ଚିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ଯେଉଁ ପଶୁକୁ ତୁମ୍ଭେ ଦେଖିଲ, ତାହା ଥିଲା, ଏବେ ନାହିଁ, ପୁଣି, ତାହା ପାତାଳକୁଣ୍ଡରୁ ଉଠି ବିନାଶ ପାଇବ। ସେଥିରେ ପୃଥିବୀନିବାସୀ ଯେତେ ଲୋକଙ୍କ ନାମ ଜଗତର ପତ୍ତନାବଧି ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ସେମାନେ ଯେତେବେଳେ ସେହି ପଶୁକୁ ଦେଖିବେ ଯେ ତାହା ଥିଲା, ଏବେ ନାହିଁ ପରେ ଆସିବ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେବେ।
Odia IRV 2017 (ଓଡିଆ ବାଇବେଲ)
ସେହି ଯେଉଁ ପଶୁକୁ ତୁମ୍ଭେ ଦେଖିଲ, ତାହା ଥିଲା, ଏବେ ନାହିଁ, ପୁଣି, ତାହା ପାତାଳକୁଣ୍ଡରୁ ଉଠି ବିନାଶ ପାଇବ। ସେଥିରେ ପୃଥିବୀନିବାସୀ ଯେତେ ଲୋକଙ୍କ ନାମ ଜଗତର ପତ୍ତନାବଧି ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ସେମାନେ ଯେତେବେଳେ ସେହି ପଶୁକୁ ଦେଖିବେ ଯେ ତାହା ଥିଲା, ଏବେ ନାହିଁ ପରେ ଆସିବ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆ ಭಯಾನಕ್ ಜನಾವರಾಚ್ಯಾ ಅದ್ದಿ ಎಗ್ದಾ ಝಿತ್ತೆ ಹೊತ್ತೆ, ಖರೆ ಅತ್ತಾ ತೆ ಜಾಸ್ತಿ ಎಳ್ ಝಿತ್ತೆ ರ್‍ಹಾಯ್ನಾ; ತೆ ಪಾತಾಳಾತ್ನಾ ವರ್ತಿ ಯೆತಲ್ಯಾತ್ ಹಾಯ್, ಅನಿ ತೆ ನಾಸಾಕ್ ಜಾವ್ನ್ ಪಾವ್ತಾ. ಜಗ್ ರಚುಚ್ಯಾ ಅದ್ದಿ ಜಿವನಾಚ್ಯಾ ಪುಸ್ತಕಾತ್ ನಾವ್ ಲಿವಲ್ಲೆ ನಸಲ್ಲಿ ಜಿಮ್ನಿ ವೈಲಿ ಸಗ್ಳಿ ಲೊಕಾ ಹ್ಯಾ ಭಯಾನಕ್ ಜನಾವರ್ ಬಗುನ್ ಅಜಾಪ್ ಹೊತ್ಯಾತ್. ತೆ ಎಗ್ದಾ ಝಿತ್ತೆ ಹೊತ್ತೆ, ಅತ್ತಾ ತೆ ಅನಿ ಲೈ ಎಳ್ ಝಿತ್ತೆ ರ್‍ಹಾಯ್ನಾ. ಖರೆ ತೆ ಅನಿ ಪರ್ತುನ್ ದಿಸ್ತಾ.