Revelation 18:19 — Compare Translations

7 translations compared side by side

Odia - 1840
"ସମାନେେ ନିଜନିଜ ମସ୍ତକ ଉପରେ ଧୂଳି ଫିଙ୍ଗିଲେ। ସମାନେେ କାନ୍ଦିଲେ ଓ ବହୁତ ଦୁଃଖିତ ହେଲେ। ସମାନେେ ଉଚ୍ଚ ସ୍ବର ରେ କହିଲେ:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇ କ୍ରନ୍ଦନ ଓ ଶୋକ କରି ଚିତ୍କାର ସହ କହିଲେ, ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ । ତାହାର ସମୃଦ୍ଧି ଦ୍ଵାରା ସମସ୍ତ ସମୁଦ୍ରଗାମୀ ଜାହାଜର କର୍ତ୍ତାମାନେ ଧନବାନ ହୋଇଥିଲେ; ଏବେ ଏକ ଘଡ଼ି ମଧ୍ୟରେ ତାହା ଧ୍ଵଂସ ହୋଇଗଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ମୁଣ୍ଡ ଉପରେ ଧୂଳି ପକାଇ ବିଳାପ କରି କହିଲେ, “କେଡ଼େ ଭୟଙ୍କର! ନଗରୀର ଏ କେଡ଼େ ଦାରୁଣ ଦୁର୍ଦ୍ଦଶା! ସମୁଦ୍ରରେ ଯାତ୍ରା କରୁଥିବା ଜାହାଜମାନେ ତାହାରି ଧନରେ ସମୃଦ୍ଧ ହୋଇଥିଲେ! କିନ୍ତୁ ଘଣ୍ଟାକ ମଧ୍ୟରେ ସେ ସର୍ବସ୍ୱାନ୍ତ ହୋଇଛି!”
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ନିଜ ନିଜ ମସ୍ତକ ଉପରେ ଧୂଳି ଫିଙ୍ଗିଲେ। ସେମାନେ କାନ୍ଦିଲେ ଓ ବହୁତ ଦୁଃଖିତ ହେଲେ। ସେମାନେ ଉଚ୍ଚ ସ୍ୱରରେ କହିଲେ: ‘ହେ ମହାନଗରୀ! ଭୟାନକ! ତୁମ୍ଭ ପାଇଁ ଏହା କେତେ ଭୟାନକ! ଏହି ମହାନଗରୀର ଧନରେ ସମୁଦ୍ରରେ ବାଣିଜ୍ୟ, ବ୍ୟବସାୟ କରୁଥିବା ଲୋକମାନେ ଧନୀ ହୋଇଥିଲେ। କିନ୍ତୁ ଘଣ୍ଟାକ ମଧ୍ୟରେ ସେ ଧ୍ୱଂସ ହୋଇଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇ କ୍ରନ୍ଦନ ଓ ଶୋକ କରି ଚିତ୍କାର ସହ କହିଲେ, “‘ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ। ତାହାର ସମୃଦ୍ଧି ଦ୍ୱାରା ସମସ୍ତ ସମୁଦ୍ରଗାମୀ ଜାହାଜର କର୍ତ୍ତାମାନେ, ଧନବାନ ହୋଇଥିଲେ; ଏବେ ଏକ ଘଡ଼ି ମଧ୍ୟରେ ତାହା ଧ୍ୱଂସ ହୋଇଗଲା।
Odia IRV 2017 (ଓଡିଆ ବାଇବେଲ)
ସେମାନେ ଆପଣା ଆପଣା ମସ୍ତକରେ ଧୂଳି ପକାଇ କ୍ରନ୍ଦନ ଓ ଶୋକ କରି ଚିତ୍କାର ସହ କହିଲେ, ହାୟ, ହାୟ, ମହାନଗରୀ, ସନ୍ତାପର ପାତ୍ରୀ । ତାହାର ସମୃଦ୍ଧି ଦ୍ୱାରା ସମସ୍ତ ସମୁଦ୍ରଗାମୀ ଜାହାଜର କର୍ତ୍ତାମାନେ ଧନବାନ ହୋଇଥିଲେ; ଏବେ ଏକ ଘଡ଼ି ମଧ୍ୟରେ ତାହା ଧ୍ୱଂସ ହୋଇଗଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ಧುಳ್ ಅಪ್ನಾಚ್ಯಾ ಟಕ್ಲ್ಯಾ ವೈನಿ ಟಾಕುನ್ ಘೆಟ್ಲ್ಯಾನಿ, ಅನಿ, “ಕಸ್ಲಿ ಗತ್ ಹಿ! ಮೊಟ್ಯಾ ಶಾರಾಚೊ ಕಸ್ಟ್ ಕವ್ಡೊ ಮೊಟೊ ಹೊ! ತ್ಯೆಚ್ಯಾ ಆಸ್ತಿಚ್ಯಾ ವೈನಾ ಸಮುಂದರಾತ್ ಢೊನಿಯಾ ಇಕ್ತಲೆ ಸಗ್ಳೆ ಜಾನಾ ಸಾವ್ಕಾರ್ ಹೊಲೆ! ಖರೆ ಎಕುಚ್ ಎಕ್ ತಾಸಾತ್ ಮಟ್ಲ್ಯಾರ್ ತಿಚೆ ಸಗ್ಳೆ ಹಾಳ್ ಹೊವ್ನ್ ಗೆಲೆ!” ಮನುನ್ ರಡ್ಲ್ಯಾನಿ ಅನಿ ಮರಗ್ಲ್ಯಾನಿ.