Revelation 18:6 — Compare Translations
7 translations compared side by side
Odia - 1840
"ସେ ନଗର ଅନ୍ୟମାନଙ୍କର ଯେପରି କ୍ଷତି କରିଛି, ତାହାର ସହେି ପ୍ରକାର କ୍ଷତି ହବେ। ତା'ର କୁକର୍ମ ପାଇଁ ତାହାକୁ ଦୁଇ ଗୁଣ ଅଧିକ ପ୍ରତିଫଳ ଦିଆୟିବ। ସେ ନଗର ଅନ୍ୟମାନଙ୍କୁ ଯେପରି ସୁରା ଦଇେଛି, ତା'ନିମନ୍ତେ ତା' ଅପେକ୍ଷା ଦୁଇଗୁଣ ଅଧିକ ନିଶାୟୁକ୍ତ ସୁରା ପ୍ରସ୍ତୁତ କରାୟିବ ଓ ତାହାକୁ ପାନ କରିବାକୁ ଦିଆୟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଯେପରି କରିଅଛି, ସେହିପରି ତାହାକୁ ପ୍ରତିଫଳ ଦିଅ, ତାହାର କର୍ମାନୁସାରେ ତାହାକୁ ଦ୍ଵିଗୁଣ ପ୍ରତିଫଳ ଦିଅ, ଆଉ ସେ ଯେଉଁ ପାତ୍ରରେ ମଦ୍ୟ ମିଶ୍ରିତ କରିଅଛି, ସେଥିରେ ତାହା ପାଇଁ ଦ୍ଵିଗୁଣ ମଦ୍ୟ ମିଶ୍ରିତ କର ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଯେପରି ତୁମ୍ଭମାନଙ୍କ ପ୍ରତି ବ୍ୟବହାର କରିଛି, ତୁମ୍ଭେମାନେ ତାହା ପ୍ରତି ଠିକ୍ ସେହିପରି ବ୍ୟବହାର କର। ସେ ଯାହା କରିଅଛି, ତାହାକୁ ତାହାର ଦୁଇଗୁଣ ପ୍ରତିଫଳ ଦିଅ। ତୁମ୍ଭମାନଙ୍କୁ ପାନ କରାଇବା ପାଇଁ ସେ ଯେଉଁ ପାନୀୟ ପ୍ରସ୍ତୁତ କରିଥିଲା, ତାହାର ଦୁଇଗୁଣ କଟୁ ପାନୀୟ ତା’ର ପାନପାତ୍ରରେ ପୂର୍ଣ୍ଣ କର।
Odia Bible ERV 2004 (ପବିତ୍ର ବାଇବଲ)
ସେ ନଗର ଅନ୍ୟମାନଙ୍କର ଯେପରି କ୍ଷତି କରିଛି, ତାହାର ସେହି ପ୍ରକାର କ୍ଷତି ହେବ। ତା’ର କୁକର୍ମ ପାଇଁ ତାହାକୁ ଦୁଇ ଗୁଣ ଅଧିକ ପ୍ରତିଫଳ ଦିଆଯିବ। ସେ ନଗର ଅନ୍ୟମାନଙ୍କୁ ଯେପରି ସୁରା ଦେଇଛି, ତା’ନିମନ୍ତେ ତା’ ଅପେକ୍ଷା ଦୁଇଗୁଣ ଅଧିକ ନିଶାଯୁକ୍ତ ସୁରା ପ୍ରସ୍ତୁତ କରାଯିବ ଓ ତାହାକୁ ପାନ କରିବାକୁ ଦିଆଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେ ଯେପରି କରିଅଛି, ସେହିପରି ତାହାକୁ ପ୍ରତିଫଳ ଦିଅ, ତାହାର କର୍ମାନୁସାରେ ତାହାକୁ ଦ୍ୱିଗୁଣ ପ୍ରତିଫଳ ଦିଅ, ଆଉ ସେ ଯେଉଁ ପାତ୍ରରେ ମଦ୍ୟ ମିଶ୍ରିତ କରିଅଛି, ସେଥିରେ ତାହା ପାଇଁ ଦ୍ୱିଗୁଣ ମଦ୍ୟ ମିଶ୍ରିତ କର।
Odia IRV 2017 (ଓଡିଆ ବାଇବେଲ)
ସେ ଯେପରି କରିଅଛି, ସେହିପରି ତାହାକୁ ପ୍ରତିଫଳ ଦିଅ, ତାହାର କର୍ମାନୁସାରେ ତାହାକୁ ଦ୍ୱିଗୁଣ ପ୍ରତିଫଳ ଦିଅ, ଆଉ ସେ ଯେଉଁ ପାତ୍ରରେ ମଦ୍ୟ ମିଶ୍ରିତ କରିଅଛି, ସେଥିରେ ତାହା ପାଇଁ ଦ୍ୱିଗୁଣ ମଦ୍ୟ ମିଶ୍ରିତ କର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ಕಶೆ ತುಮ್ಕಾ ಕರ್ಲಿನ್ ತಸೆಚ್ ತುಮಿಬಿ ತಿಕಾ ಕರಾ; ತೆನಿ ಕರಲ್ಲ್ಯಾ ಸಗ್ಳ್ಯಾಚ್ಯಾಸಾಟಿ ದೊನ್ಪಟ್ ತಿಕಾ ಫಾಟಿ ಪರ್ತುನ್ ದಿವಾ. ತಿನಿ ಕಶೆ ತುಮ್ಕಾ ಖಡಕ್ ಹೊತ್ತೆ ಫಿವ್ಕ್ ದಿಲ್ಲಿನ್ ತಸೆ ತುಮಿ ತಿಚ್ಯಾ ವಾಟ್ಕ್ಯಾತ್ನಾ ದೊನ್ಪಟ್ ಖಡಕ್ ಹೊತ್ತೆ ತಿಕಾ ಫಿವ್ಕ್ ದಿವಾ.