Revelation 19:15 — Compare Translations

7 translations compared side by side

Odia - 1840
"ସହେି ଅଶ୍ବାରୋହୀଙ୍କ ମୁଖରୁ ଗୋଟିଏ ତୀକ୍ଷ୍ଣ ଖଣ୍ଡା ବାହାରି ଥିଲା। ସେ ଜାତିଗଣଙ୍କୁ ଦମନ କରିବା ପାଇଁ ଏହି ଖଣ୍ତାର ପ୍ରଯୋଗ କରିବେ। ସେ ଲୌହଦଣ୍ଡ ରେ ସମାନଙ୍କେୁ ଶାସନ କରିବେ। ସେ ସର୍ବଶକ୍ତିମାନ୍ ପରମେଶ୍ବରଙ୍କର କୋରଧରୂପ ଦ୍ରାକ୍ଷାପଷୋ କୁଣ୍ଡକୁ ଦଳିପକାଇବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହାଙ୍କ ମୁଖରୁ ତୀକ୍ଷ୍ମ ଖଡ଼୍‍ଗ ନିର୍ଗତ ହୁଏ, ତଦ୍ଦ୍ଵାରା ସେ ଜାତିସମୂହକୁ ଆଘାତ କରିବେ; ସେ ସେମାନଙ୍କୁ ଲୌହଦଣ୍ତରେ ଶାସନ କରିବେ, ଆଉ ସେ ନିଜେ ସର୍ବଶକ୍ତିମାନ ଈଶ୍ଵରଙ୍କ ପ୍ରଚଣ୍ତ କ୍ରୋଧରୂପ ଦ୍ରାକ୍ଷାକୁଣ୍ତ ଦଳନ କରିବେ, ।
Odia BSI (ପବିତ୍ର ବାଇବଲ (CL) NT (BSI))
ତାଙ୍କ ମୁଖରୁ ଗୋଟିଏ ତୀକ୍ଷ୍ଣ ଖଡ଼୍ଗ ନିଷ୍କାସିତ ହୋଇଥିଲା। ତାହା ସାହାଯ୍ୟରେ ସେ ପୃଥିବୀର ସମସ୍ତ ଜାତିକୁ ପରାସ୍ତ କରିବେ। ପୁଣି ସେମାନଙ୍କୁ ସେ ଲୌହଦଣ୍ଡରେ ଶାସନ କରିବେ ଏବଂ ସର୍ବଶକ୍ତିମାନ ଈଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାକୁ ସେ ପେଷଣ କୁଣ୍ଡରେ ନିଜେ ଦଳି ସୁରା ବାହାର କରିବେ।
Odia Bible ERV 2004 (ପବିତ୍ର ବାଇବଲ)
ସେହି ଅଶ୍ୱାରୋହୀଙ୍କ ମୁଖରୁ ଗୋଟିଏ ତୀ‌କ୍ଷ୍‌ଣ ଖଣ୍ଡା ବାହାରି ଥିଲା। ସେ ଜାତିଗଣଙ୍କୁ ଦମନ କରିବା ପାଇଁ ଏହି ଖଣ୍ତାର ପ୍ରୟୋଗ କରିବେ। ସେ ଲୌହଦଣ୍ଡରେ ସେମାନଙ୍କୁ ଶାସନ କରିବେ। ସେ ସର୍ବଶକ୍ତିମାନ୍ ପରମେଶ୍ୱରଙ୍କର କ୍ରୋଧରୂପ ଦ୍ରାକ୍ଷାପେଷା କୁଣ୍ଡକୁ ଦଳି ପକାଇବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାଙ୍କ ମୁଖରୁ ତୀକ୍ଷ୍ଣ ଖଡ୍ଗ ନିର୍ଗତ ହୁଏ, ତଦ୍ୱାରା ସେ ଜାତିସମୂହକୁ ଆଘାତ କରିବେ; ସେ ସେମାନଙ୍କୁ ଲୌହ ଦଣ୍ଡରେ ଶାସନ କରିବେ, ଆଉ ସେ ନିଜେ ସର୍ବଶକ୍ତିମାନ ଈଶ୍ବରଙ୍କ ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାକୁଣ୍ଡ ଚୂର୍ଣ୍ଣ କରିବେ।
Odia IRV 2017 (ଓଡିଆ ବାଇବେଲ)
ତାହାଙ୍କ ମୁଖରୁ ତୀକ୍ଷ୍ଣ ଖଡ଼୍ଗ ନିର୍ଗତ ହୁଏ, ତଦ୍ୱାରା ସେ ଜାତିସମୂହକୁ ଆଘାତ କରିବେ; ସେ ସେମାନଙ୍କୁ ଲୌହ ଦଣ୍ଡରେ ଶାସନ କରିବେ, ଆଉ ସେ ନିଜେ ସର୍ବଶକ୍ତିମାନ ଈଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାକୁଣ୍ଡ ଚୂର୍ଣ୍ଣ କରିବେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯೆಚ್ಯಾ ತೊಂಡಾತ್ನಾ ಎಕ್ ಧಾರ್‍ಲೊ ಮೊಟೊ ಚಾಕು ಭಾಯ್ರ್ ಯೆಲೊ, ತ್ಯಾ ಚಾಕ್ವಾನಿ ತೊ ದೆಶಾಕ್ನಿ ಹಾರ್‍ವುನ್ ಟಾಕ್ತಾ. ತೊ ತೆಂಚ್ಯಾ ವರ್ತಿ ಲೊಂಗ್ಟಾಚ್ಯಾ ದಾಂಡ್ಯಾನಿ ರಾಜ್ ಚಾಲ್ವುತಾ, ಅನಿ ತೊ ಸಗ್ಳ್ಯಾನಿಕಿ ಮೊಟ್ಯಾ ದೆವಾಚ್ಯಾ ರಾಗಾಚ್ಯಾ ದ್ರಾಕ್ಷಿ ಮಳ್ತಲ್ಯಾ ಘಾನ್ಯಾಚ್ಯಾ ಖಡ್ಡ್ಯಾತ್ ಘಾಲುನ್ ತೊ ಚಿರ್ಡುನ್ ಸೊಡ್ತಾ.