Revelation 19:20 — Compare Translations
7 translations compared side by side
Odia - 1840
"କିନ୍ତୁ ସହେି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ଯଦ୍ ବକ୍ତା ମଧ୍ଯ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ଯଦ୍ ବକ୍ତା ସହେି ପଶୁ ପାଇଁ ବହୁତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିଥିଲା। ଏହି ପଶୁ, ୟିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସହେି ଭଣ୍ଡ ଭବିଷ୍ଯଦ୍ ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦ ରେ ଜୀବନ୍ତ ଫିଙ୍ଗି ଦିଆଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ସେହି ପଶୁ ଧରାପଡ଼ିଲା, ଆଉ ଯେଉଁ ଭଣ୍ତ ଭାବବାଦୀ ତାହାର ସାକ୍ଷାତରେ ଆଶ୍ଚର୍ଯ୍ୟ କର୍ମସବୁ କରି ତଦ୍ଦ୍ଵାରା ପଶୁର ମୁଦ୍ରାଙ୍କପ୍ରାପ୍ତ ଲୋକମାନଙ୍କୁ ଓ ତାହାର ପ୍ରତିମାପୂଜକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ମଧ୍ୟ ତାହାର ସଙ୍ଗରେ ଧରାପଡ଼ିଲା; ସେମାନେ ଉଭୟେ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ଵଳିତ ହ୍ରଦରେ ନିକ୍ଷିପ୍ତ ହେଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେହି ଯୁଦ୍ଧରେ ପଶୁ ଓ ତା’ ସମ୍ମୁଖରେ ଅଲୌକିକ କାର୍ଯ୍ୟ କରୁଥିବା ସେହି ଭଣ୍ଡ ଭାବବାଦୀ ଧରାପଡ଼ି ବନ୍ଦୀ ହେଲେ। ଯେଉଁମାନଙ୍କଠାରେ ପଶୁ-ଚିହ୍ନ ଥିଲା ଓ ଯେଉଁମାନେ ତା’ର ପ୍ରତିମୂର୍ତ୍ତିକୁ ପୂଜା କରୁଥିଲେ, ପଶୁ ତା’ର ଅଲୌକିକ କାର୍ଯ୍ୟ ଦ୍ୱାରା ସେମାନଙ୍କୁ ପ୍ରତାରିତ କରିଥିଲା। ପଶୁ ଓ ଉକ୍ତ ଭଣ୍ଡ ଭାବବାଦୀ ଗନ୍ଧକ ଜଳୁଥିବା ଅଗ୍ନି ହ୍ରଦରେ ଜୀଅନ୍ତା ନିକ୍ଷିପ୍ତ ହେଲେ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ସେହି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ୟଦ୍ବକ୍ତା ମଧ୍ୟ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ୟଦ୍ବକ୍ତା ସେହି ପଶୁ ପାଇଁ ବହୁତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲା। ଏହି ପଶୁ, ଯିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସେହି ଭଣ୍ଡ ଭବିଷ୍ୟଦ୍ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦରେ ଜୀବନ୍ତ ଫିଙ୍ଗି ଦିଆଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ସେହି ପଶୁ ଧରାପଡ଼ିଲା, ଆଉ ଯେଉଁ ଭଣ୍ଡ ଭାବବାଦୀ ତାହାର ସାକ୍ଷାତରେ ଆଶ୍ଚର୍ଯ୍ୟକର୍ମଗୁଡ଼ିକ କରି ତଦ୍ୱାରା ପଶୁର ମୁଦ୍ରାଙ୍କ ପ୍ରାପ୍ତ ଲୋକମାନଙ୍କୁ ଓ ତାହାର ପ୍ରତିମାପୂଜକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ମଧ୍ୟ ତାହାର ସଙ୍ଗରେ ଧରାପଡ଼ିଲା; ସେମାନେ ଉଭୟେ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ନିକ୍ଷିପ୍ତ ହେଲେ।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ସେହି ପଶୁ ଧରାପଡ଼ିଲା, ଆଉ ଯେଉଁ ଭଣ୍ଡ ଭାବବାଦୀ ତାହାର ସାକ୍ଷାତରେ ଆଶ୍ଚର୍ଯ୍ୟ କର୍ମସବୁ କରି ତଦ୍ୱାରା ପଶୁର ମୁଦ୍ରାଙ୍କ ପ୍ରାପ୍ତ ଲୋକମାନଙ୍କୁ ଓ ତାହାର ପ୍ରତିମାପୂଜକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ମଧ୍ୟ ତାହାର ସଙ୍ଗରେ ଧରାପଡ଼ିଲା; ସେମାନେ ଉଭୟେ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ଜ୍ୱଳିତ ହ୍ରଦରେ ନିକ୍ଷିପ୍ତ ହେଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ಭಯಾನಕ್ ಜನಾವರಾಚೆ ಅನಿ ತೆಚ್ಯಾ ವಾಂಗ್ಡಾ ಹೊತ್ತ್ಯಾ ಝುಟ್ಯಾ ಪ್ರವಾದ್ಯಾಕ್ ಧರುನ್ ಘೆವ್ನ್ ಹೊಲೆ, ತ್ಯಾ ಭಯಾನಕ್ ಜನಾವರಾಚೆ ಅನಿ ತ್ಯೆಚ್ಯಾ ಮುರ್ತಿಚೆ ಆರಾದನ್ ಕರ್ತಲ್ಯಾಕ್ನಿ ವಿಚಿತ್ರ್ ಕಾಮಾ ಕರುನ್ ದಾಕ್ವುನ್ ಪಸ್ವಲ್ಲೊ ಪ್ರವಾದಿ ಹ್ಯೊಚ್ ತೊ. ತ್ಯಾ ಭಯಾನಕ್ ಜನಾವರಾ ಅನಿ ತ್ಯಾ ಝುಟ್ಯಾ ಪ್ರವಾದ್ಯಾಕ್ ದೊಗ್ಯಾಕ್ನಿಬಿ ಝಿತ್ತೆಚ್ ಗಂದಕಾಚ್ಯಾ ಆಗಿಚ್ಯಾ ಸಮುಂದರಾತ್ ಟಾಕುನ್ ಹೊತಾ.