Revelation 2:20 — Compare Translations

7 translations compared side by side

Odia - 1840
"କିନ୍ତୁ ମାରେତୁମ୍ଭ ବିରୁଦ୍ଧ ରେ ଏହି କଥା ଅଛି: ତୁମ୍ଭେ ସହେି ୟିଜବଲେ ନାମଧାରିଣୀ ମହିଳାକୁ ତା'ର ଇଚ୍ଛାନୁସା ରେ କାର୍ୟ୍ଯ କରିବାକୁ ଦେଉଛ। ସେ ନିଜକୁ ଭବିଷ୍ଯଦ୍ ବକ୍ତ୍ରୀ ବୋଲି କ ହେ। ସେ ତା'ର ଶିକ୍ଷା ଦ୍ବାରା ମାରେ ଲୋକମାନଙ୍କୁ ଭୁଲାଉଅଛି। ସେ ମାରେ ଦାସମାନଙ୍କୁ ବ୍ଯଭିଚାର ପାପ କରିବାକୁ ଓ ପ୍ରତିମାକୁ ଦିଆଯାଉଥିବା ଖାଦ୍ୟ ଖାଇବାକୁ ଶିକ୍ଷା ଦେଉଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ଯିଜେବଲ ନାମ୍ନୀ ଯେଉଁ ନାରୀ ଆପଣାକୁ ଭାବବାଦିନୀ ବୋଲି କହି ମୋର ଦାସମାନଙ୍କୁ ବେଶ୍ୟାଗମନ ଓ ଦେବପ୍ରସାଦ ଭୋଜନ କରିବାକୁ ଶିକ୍ଷା ଦେଇ ଭୁଲାଉଅଛି, ତୁମ୍ଭେ ତାହାର ଦୁଷ୍କର୍ମ ସହ୍ୟ କରୁଅଛ ।
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ତୁମ ବିରୁଦ୍ଧରେ ମୋର କେବଳ ଏତିକି କହିବାର ଅଛି, ଈଶ୍ୱରଙ୍କର ବାର୍ତ୍ତାବହ ରୂପେ ନିଜର ପରିଚୟ ଦେଉଥିବା ଯେଜେବଲ ନାମ୍ନୀ ସ୍ତ୍ରୀଙ୍କୁ ତୁମେ ପ୍ରଶ୍ରୟ ଦେଇଛ। ସେ ମୋର ଦାସମାନଙ୍କୁ ଲମ୍ପଟାଚରଣ କରିବାକୁ ଓ ଦେବଦେବୀମାନଙ୍କ ନିକଟରେ ଉତ୍ସର୍ଗିତ ହୋଇଥିବା ଖାଦ୍ୟ ପଦାର୍ଥ ଭୋଜନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ବିପଥଗାମୀ କରାଉଛି।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ମୋର ତୁମ୍ଭ ବିରୁଦ୍ଧରେ ଏହି କଥା ଅଛି: ତୁମ୍ଭେ ସେହି ଯିଜେବଲ ନାମ ଧାରିଣୀ ମହିଳାକୁ ତା’ର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଉଛ। ସେ ନିଜକୁ ଭବିଷ୍ୟ‌ଦ୍‌ବକ୍ତ୍ରୀ ବୋଲି କହେ। ସେ ତା’ର ଶିକ୍ଷା ଦ୍ୱାରା ମୋର ଲୋକମାନଙ୍କୁ ଭୁଲାଉଅଛି। ସେ ମୋର ଦାସମାନଙ୍କୁ ବ୍ୟଭିଗ୍ଭର ପାପ କରିବାକୁ ଓ ପ୍ରତିମାକୁ ଦିଆ ଯାଉଥିବା ଖାଦ୍ୟ ଖାଇବାକୁ ଶିକ୍ଷା ଦେଉଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ଯିଜେବଲ ନାମ୍ନୀ ଯେଉଁ ନାରୀ ଆପଣାକୁ ଭାବବାଦିନୀ ବୋଲି କହି ମୋହର ଦାସମାନଙ୍କୁ ବେଶ୍ୟାଗମନ ଓ ଦେବପ୍ରସାଦ ଭୋଜନ କରିବାକୁ ଶିକ୍ଷା ଦେଇ ଭୁଲାଉଅଛି, ତୁମ୍ଭେ ତାହାର ଦୁଷ୍କର୍ମ ସହ୍ୟ କରୁଅଛ।
Odia IRV 2017 (ଓଡିଆ ବାଇବେଲ)
ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ଯିଜେବଲ୍ ନାମ୍ନୀ ଯେଉଁ ନାରୀ ଆପଣାକୁ ଭାବବାଦିନୀ ବୋଲି କହି ମୋର ଦାସମାନଙ୍କୁ ବେଶ୍ୟାଗମନ ଓ ଦେବପ୍ରସାଦ ଭୋଜନ କରିବାକୁ ଶିକ୍ଷା ଦେଇ ଭୁଲାଉଅଛି, ତୁମ୍ଭେ ତାହାର ଦୁଷ୍କର୍ମ ସହ୍ୟ କରୁଅଛ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಎಕ್ ವಿಶಯ್ ಮಿಯಾ ತುಜ್ಯಾ ವಿಶಯಾತ್ ಸಾಂಗ್ತಲೆ ಹಾಯ್. ಜೆಜೆಬೆಲ್ ಮನ್ತಲ್ಯಾ ಬಾಯ್ಕೊಮನ್ಸಿಕ್ ತುಮಿ ಸೊಸುನ್ ಘೆವ್ನ್ ಹಾಸಿ. ತಿ ಅಪ್ನಾಕುಚ್ ದೆವಾಕ್ನಾ ಧಾಡುನ್ ದಿಲ್ಲಿ ಪ್ರವಾದಿನ್ ಮನುನ್ ಘೆತಾ. ಅಪ್ನಾಚ್ಯಾ ಶಿಕಾಪಾಂಚ್ಯಾ ವೈನಾ ತಿ ಮಾಜ್ಯಾ ಸೆವಕಾಕ್ನಿ ಆಂಗಾಚ್ಯಾ ಸಮಂದಾಚ್ಯಾ ವಿಶಯಾತ್ ಚುಕ್ ವಾಟೆಕ್ ನ್ಹೆತಾ ಅನಿ ಮುರ್ತಿಯಾಕ್ನಿ ಭೆಟ್ವಲ್ಲೆ ತೆನಿ ಖಾಯ್‍ ಸರ್ಕೆ ಕರ್ತಾ.