Revelation 20:3 — Compare Translations
7 translations compared side by side
Odia - 1840
"ସେ ତାହାକୁ ଗଭୀରତମ ଗହ୍ବର ରେ ଫୋପାଡ଼ି ଦେଲେ ଓ ତାହାକୁ ବନ୍ଦ କରି ଦେଲେ। ଦୂତ ସହେି ଗହ୍ବରକୁ ବନ୍ଦ କରି ମୁଦ୍ରା ବସାଇଲେ, ଯେପରି ସେ ହଜାରବର୍ଷ ପୂର୍ଣ୍ଣ ହବୋପର୍ୟ୍ଯନ୍ତ ଲୋକମାନଙ୍କୁ ଭ୍ରାନ୍ତ କରିପାରିବ ନାହିଁ। ଏକ ହଜାର ବର୍ଷ ପରେ ତାହାକୁ ଖୁବ୍ ଅଳ୍ପ ସମୟ ପାଇଁ ମୁକ୍ତ କରାୟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ତାହାକୁ ପାତାଳକୁଣ୍ତରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତିସମୂହକୁ ଆଉ ଭ୍ରାନ୍ତ କରି ପାରିବ ନାହିଁସ; ଏହା ପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଓ ପାତାଳକୁଣ୍ଡରେ ନିକ୍ଷେପ କରି ତାହାର ଦ୍ୱାର ରୁଦ୍ଧ କଲେ ଏବଂ ଦ୍ୱାର ଦେଶକୁ ମୁଦ୍ରିତ କଲେ। ସହସ୍ର ବର୍ଷ ବିତି ନ ଯିବା ଯାଏ ସେ ଆଉ କୌଣସି ଦେଶର ଲୋକମାନଙ୍କୁ ପ୍ରତାରଣା କରିପାରିବ ନାହିଁ। ନିର୍ଦ୍ଦିଷ୍ଟ କାଳ ପୁରିଗଲେ, ତାକୁ କିଛି ସମୟ ପାଇଁ ପୁଣି ଥରେ ମୁକୁଳାଇ ଦିଆଯିବ।
Odia Bible ERV 2004 (ପବିତ୍ର ବାଇବଲ)
ସେ ତାହାକୁ ଗଭୀରତମ ଗହ୍ୱରରେ ଫୋପାଡ଼ି ଦେଲେ ଓ ତାହାକୁ ବନ୍ଦ କରିଦେଲେ। ଦୂତ ସେହି ଗହ୍ୱରକୁ ବନ୍ଦ କରି ମୁଦ୍ରା ବସାଇଲେ, ଯେପରି ସେ ହଜାରବର୍ଷ ପୂର୍ଣ୍ଣ ହେବାପର୍ଯ୍ୟନ୍ତ ଲୋକମାନଙ୍କୁ ଭ୍ରାନ୍ତ କରି ପାରିବ ନାହିଁ। ଏକ ହଜାର ବର୍ଷ ପରେ ତାହାକୁ ଖୁବ୍ ଅଳ୍ପ ସମୟ ପାଇଁ ମୁକ୍ତ କରାଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ତାହାକୁ ପାତାଳକୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତିସମୂହକୁ ଆଉ ଭ୍ରାନ୍ତ କରିପାରିବ ନାହିଁ; ଏହାପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ତାହାକୁ ପାତାଳକୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତିସମୂହକୁ ଆଉ ଭ୍ରାନ୍ତ କରି ପାରିବ ନାହିଁ; ଏହାପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹಜಾರ್ ವರ್ಸಾ ಸರಿ ಪತರ್ ಅನಿಫಿಡೆ ದೆಶಾಂಚ್ಯಾ ಲೊಕಾಕ್ನಿ ತೆನಿ ಪಸ್ವಿನಸ್ತಾನಾ ರ್ಹಾವ್ಸಾಟ್ನಿ, ದೆವಾಚ್ಯಾ ದುತಾನ್ ತೆಕಾ ಪಾತಾಳಾತ್ ಟಾಕ್ಲ್ಯಾನ್, ಅನಿ ಚಾವಿ ಲಾವುನ್ ಛಪ್ಪೊ ಮಾರುನ್ ಬಂದೊಬಸ್ತ್ ಕರ್ಲ್ಯಾನ್. ತ್ಯೆಚ್ಯಾ ಮಾನಾ ತೆಕಾ ಉಲ್ಲ್ಯಾ ಎಳಾ ಪತರ್ ಸೈಲ್ ಸೊಡುನ್ ಹೊತಾ.