Revelation 20:4 — Compare Translations

7 translations compared side by side

Odia - 1840
"ତା'ପରେ ମୁଁ ତିନୋଟି ସିଂହାସନ ଓ ତା'ଉପରେ ଲୋକମାନଙ୍କୁ ବସିଥିବାର ଦେଖିଲି। ସହେି ଲୋକମାନଙ୍କୁ ବିଚାର କରିବାର ଶକ୍ତି ଦିଆଯାଇଥିଲା। ଯୀଶୁଙ୍କ ପାଇଁ ସାକ୍ଷୀ ହବୋ ଓ ପରମେଶ୍ବରଙ୍କର ବାକ୍ଯ ପ୍ରଚାର କରିବା ହତେୁ ଯେଉଁମାନଙ୍କୁ ମାରି ଦିଆଯାଇଥିଲା, ମୁଁ ସହେି ଲୋକମାନଙ୍କର ଆତ୍ମାକୁ ଦେଖିଲି। ସହେି ଲୋକମାନେ ପଶୁକୁ କିମ୍ବା ତାହାର ପ୍ରତିମାକୁ ପୂଜା କରି ନ ଥିଲେ। ସମାନେେ ତାହାଙ୍କ କପାଳ ରେ ବା ହାତ ରେ ସହେି ପଶୁର ଚିହ୍ନ ଧାରଣ କରି ନ ଥିଲେ। ସମାନେେ ପୁନର୍ବାର ଜୀବିତ ହେଲେ ଓ ଖ୍ରୀଷ୍ଟଙ୍କ ସହିତ ଏକହଜାର ବର୍ଷ ପର୍ୟ୍ଯନ୍ତ ଶାସନ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପରେ ମୁଁ ସିଂହାସନସମୂହ ଦେଖିଲି; ସେହିସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ, ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା । ଆଉ ଯୀଶୁଙ୍କ ସାକ୍ଷ୍ୟ ଓ ଈଶ୍ଵରଙ୍କ ବାକ୍ୟ ନିମନ୍ତେ ଯେଉଁମାନଙ୍କର ମସ୍ତକଚ୍ଛେଦନ ହୋଇଥିଲା, ପୁଣି ଯେଉଁମାନେ ସେହି ପଶୁକୁ ବା ତାହାର ପ୍ରତିମାକୁ ପ୍ରଣାମ କରି ନ ଥିଲେ। ଓ ତାହାର ଚିହ୍ନ ଆପଣା ଆପଣା କପାଳରେ ଓ ହସ୍ତରେ ଧାରଣ କରି ନ ଥିଲେ, ସେମାନଙ୍କର ଆତ୍ମାମାନଙ୍କୁ ଦେଖିଲି; ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ରାଜତ୍ଵ କଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ପରେ ମୁଁ ଦେଖିଲି, କେତେକ ସିଂହାସନ ଓ ସେଗୁଡ଼ିକରେ ଉପବିଷ୍ଟ ବ୍ୟକ୍ତିମାନଙ୍କୁ ବିଚାର କରିବାର କ୍ଷମତା ଦିଆଯାଇଛି। ଆଉ ମଧ୍ୟ ମୁଁ ଦେଖିଲି, କେତେକ ମୃତ ବ୍ୟକ୍ତିଙ୍କର ଆତ୍ମା। ଯୀଶୁ ପ୍ରକାଶ କରିଥିବା ସତ୍ୟ ଓ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିଥିବାରୁ ସେହି ବ୍ୟକ୍ତିମାନେ ମୃତ୍ୟୁଦଣ୍ଡ ପାଇଥିଲେ। ସେମାନେ ପଶୁ କିମ୍ବା ତା’ର ପ୍ରତିମୂର୍ତ୍ତିକୁ ପୂଜା କରି ନ ଥିଲେ, କିମ୍ବା କପାଳ ଓ ହାତରେ ପଶୁର ଚିହ୍ନ ଧାରଣ କରି ନ ଥିଲେ। ଖ୍ରୀଷ୍ଟଙ୍କ ସଙ୍ଗରେ ଏକ ସହସ୍ର ବର୍ଷ ରାଜତ୍ୱ କରିବା ପାଇଁ ସେମାନେ ପୁନର୍ଜୀବିତ ହୋଇଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ମୁଁ କେତୋଟି ସିଂହାସନ ଓ ତା’ଉପରେ ଲୋକମାନଙ୍କୁ ବସିଥିବାର ଦେଖିଲି। ସେହି ଲୋକମାନଙ୍କୁ ବିଗ୍ଭର କରିବାର ଶକ୍ତି ଦିଆଯାଇଥିଲା। ଯୀଶୁଙ୍କ ପାଇଁ ସାକ୍ଷୀ ହେବା ଓ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କରିବା ହେତୁ ଯେଉଁମାନଙ୍କୁ ମାରି ଦିଆଯାଇଥିଲା, ମୁଁ ସେହି ଲୋକମାନଙ୍କର ଆତ୍ମାକୁ ଦେଖିଲି। ସେହି ଲୋକମାନେ ପଶୁକୁ କିମ୍ବା ତାହାର ପ୍ରତିମାକୁ ପୂଜା କରି ନ ଥିଲେ। ସେମାନେ ତାହାଙ୍କ କପାଳରେ ବା ହାତରେ ସେହି ପଶୁର ଚିହ୍ନ ଧାରଣ କରି ନ ଥିଲେ। ସେମାନେ ପୁନର୍ବାର ଜୀବିତ ହେଲେ ଓ ଖ୍ରୀଷ୍ଟଙ୍କ ସହିତ ଏକହଜାର ବର୍ଷ ପର୍ଯ୍ୟନ୍ତ ଶାସନ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପରେ ମୁଁ ସିଂହାସନସମୂହ ଦେଖିଲି; ସେହିସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ, ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା। ଆଉ ଯୀଶୁଙ୍କ ସାକ୍ଷ୍ୟ ଓ ଈଶ୍ବରଙ୍କ ବାକ୍ୟ ନିମନ୍ତେ ଯେଉଁମାନଙ୍କର ମସ୍ତକ ଛେଦନ ହୋଇଥିଲା, ପୁଣି, ଯେଉଁମାନେ ସେହି ପଶୁକୁ ବା ତାହାର ପ୍ରତିମାକୁ ପ୍ରଣାମ କରି ନ ଥିଲେ ଓ ତାହାର ଚିହ୍ନ ଆପଣା ଆପଣା କପାଳରେ ଓ ହସ୍ତରେ ଧାରଣ କରି ନ ଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ଦେଖିଲି; ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ।
Odia IRV 2017 (ଓଡିଆ ବାଇବେଲ)
ପରେ ମୁଁ ସିଂହାସନସମୂହ ଦେଖିଲି; ସେହି ସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ, ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା। ଆଉ ଯୀଶୁଙ୍କ ସାକ୍ଷ୍ୟ ଓ ଈଶ୍ୱରଙ୍କ ବାକ୍ୟ ନିମନ୍ତେ ଯେଉଁମାନଙ୍କର ମସ୍ତକ ଛେଦନ ହୋଇଥିଲା, ପୁଣି, ଯେଉଁମାନେ ସେହି ପଶୁକୁ ବା ତାହାର ପ୍ରତିମାକୁ ପ୍ରଣାମ କରି ନ ଥିଲେ ଓ ତାହାର ଚିହ୍ନ ଆପଣା ଆପଣା କପାଳରେ ଓ ହସ୍ତରେ ଧାରଣ କରି ନ ଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ଦେଖିଲି; ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಸಿವಾಸನಾಂಚ್ಯಾ ವರ್ತಿ ಬಸಲ್ಲ್ಯಾಕ್ನಿ ಝಡ್ತಿ ಕರ್ತಲೊ ಅಧಿಕಾರ್ ದಿವ್ನ್ ಹೊಲ್ಲೆ ಮಿಯಾ ಬಗಟ್ಲೊ, ಅನಿ ಜೆಜುನ್ ದಾಕ್ವುನ್ ದಿಲ್ಲೆ ಅನಿ ದೆವಾಚ್ಯಾ ಗೊಸ್ಟಿಯಾನಿ ದಾಕ್ವುನ್ ದಿಲ್ಲೆ ಖರೆ ಲೊಕಾಕ್ನಿ ಸಾಂಗಲ್ಲ್ಯಾಸಾಟ್ನಿ ಚೆಂಡಾ ತೊಡುನ್ ಹೊಲ್ಲ್ಯಾಂಚೆ ಆತ್ಮೆಬಿ ಮಿಯಾ ಬಗಟ್ಲೊ, ತೆನಿ ತ್ಯಾ ಭಯಾನಕ್ ಜನಾವಾರಾಚೆ ಹೊಂವ್ದಿತ್, ತ್ಯೆಚ್ಯಾ ಮುರ್ತಿಚೆ ಹೊಂವ್ದಿತ್ ಆರಾದನ್ ಕರುಕ್ನ್ಯಾತ್, ನಾಹೊಲ್ಯಾರ್ ತೆಂಚ್ಯಾ ಕಪಾಳಾ ವೈನಿ ಹೊಂವ್ದಿತ್, ಹಾತಾ ವೈನಿ ಹೊಂವ್ದಿತ್ ತ್ಯಾ ಭಯಾನಕ್ ಜನಾವಾರಾಚಿ ವಳಕ್ ಕರುನ್ ಘೆವನಸಲ್ಲ್ಯಾನಿ. ತೆನಿ ಝಿತ್ತೆ ಹೊವ್ನ್ ಉಟ್ಲೆ, ಅನಿ ಎಕ್ ಹಜಾರ್ ವರ್ಸಾ ಕ್ರಿಸ್ತಾಚ್ಯಾ ವಾಂಗ್ಡಾ ರಾಜಾಂಚ್ಯಾ ಸರ್ಕೆ ರಾಜ್ ಚಾಲ್ವುಲ್ಯಾನಿ.