Revelation 3:12 — Compare Translations

7 translations compared side by side

Odia - 1840
"ଯେ ବିଜଯୀ ହୁଏ, ତାହାକୁ ମୁଁ ମାରେ ପରମେଶ୍ବରଙ୍କ ମନ୍ଦିର ରେ ଗୋଟିଏ ସ୍ତମ୍ଭ ସ୍ବରୂପ ରଖିବି। ସେ କଦାପି ସଠାରୁେ ସ୍ଥାନଚ୍ଯୁତ ହବେ ନାହିଁ। ମୁଁ ସହେି ଲୋକ ଉପରେ ପରମେଶ୍ବରଙ୍କ ନାମ ଲେଖିବି। ମାେ ପରମେଶ୍ବରଙ୍କର ନଗରର ନାମ ମଧ୍ଯ ମୁଁ ତା' ଉପରେ ଲେଖିବି। ଏହି ନଗରର ନାମ ନୂତନ ୟିରୁଶାଲମ। ସହେି ନଗର ମାହେର ପରମେଶ୍ବରଙ୍କଠାରୁ ସ୍ବର୍ଗରୁ ଆସୁଅଛି। ମୁଁ ମାରେନୂତନ ନାମ ମଧ୍ଯ ସହେି ଲୋକ ଉପରେ ଲେଖିବି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେ ଜୟ କରେ, ଆମ୍ଭେ ତାହାକୁ ଆମ୍ଭର ଈଶ୍ଵରଙ୍କ ମନ୍ଦିରର ସ୍ତମ୍ଭ ସ୍ଵରୂପ କରିବୁ, ସେ ଆଉ ସେଠାରୁ ବାହାରକୁ ଯିବ ନାହିଁ; ଆମ୍ଭେ ଆମ୍ଭର ଈଶ୍ଵରଙ୍କ ନାମ ଓ ସ୍ଵର୍ଗରୁ ତାହାଙ୍କଠାରୁ ଆଗତ ଯେଉଁ ନୂତନ ଯିରୂଶାଲମ, ଆମ୍ଭର ଈଶ୍ଵରଙ୍କ ସେହି ନଗରୀର ନାମ ପୁଣି ଆମ୍ଭ ନିଜର ନୂତନ ନାମ ତାହା ଉପରେ ଲେଖିବୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ବିଜୟୀ ବ୍ୟକ୍ତିକୁ ମୁଁ ମୋର ଈଶ୍ୱରଙ୍କ ମନ୍ଦିରରେ ସ୍ତମ୍ଭ ରୂପେ ସ୍ଥାପନ କରିବି ଏବଂ ସେ କଦାପି ସେଠାରୁ ସ୍ଥାନାନ୍ତରିତ ହେବ ନାହିଁ। ମୁଁ ତାହା ଉପରେ ମୋ’ ଈଶ୍ୱରଙ୍କ ନାମ ଲେଖିବି। ମୋ’ ଈଶ୍ୱରଙ୍କ ନିକଟରୁ ସ୍ୱର୍ଗରୁ ଆଗତ ଈଶ୍ୱରଙ୍କ ନଗର, ନୂତନ ଯିରୂଶାଲମର ନାମ ଓ ମୋର ନୂତନ ନାମ ମଧ୍ୟ ତା’ ଉପରେ ଲେଖିବି।
Odia Bible ERV 2004 (ପବିତ୍ର ବାଇବଲ)
ଯେ ବିଜୟୀ ହୁଏ, ତାହାକୁ ମୁଁ ମୋର ପରମେଶ୍ୱରଙ୍କ ମନ୍ଦିରରେ ଗୋଟିଏ ସ୍ତମ୍ଭ ସ୍ୱରୂପ ରଖିବି। ସେ କଦାପି ସେଠାରୁ ସ୍ଥାନଚ୍ୟୁତ ହେବ ନାହିଁ। ମୁଁ ସେହି ଲୋକ ଉପରେ ପରମେଶ୍ୱରଙ୍କ ନାମ ଲେଖିବି। ମୋ’ ପରମେଶ୍ୱରଙ୍କର ନଗରର ନାମ ମଧ୍ୟ ମୁଁ ତା’ ଉପରେ ଲେଖିବି। ଏହି ନଗରର ନାମ “ନୂତନ ଯିରୁଶାଲମ”। ସେହି ନଗର ମୋହର ପରମେଶ୍ୱରଙ୍କଠାରୁ ସ୍ୱର୍ଗରୁ ଆସୁଅଛି। ମୁଁ ମୋର ନୂତନ ନାମ ମଧ୍ୟ ସେହି ଲୋକ ଉପରେ ଲେଖିବି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେ ଜୟ କରେ, ଆମ୍ଭେ ତାହାକୁ ଆମ୍ଭର ଈଶ୍ବରଙ୍କ ମନ୍ଦିରର ସ୍ତମ୍ଭ ସ୍ୱରୂପ କରିବୁ, ସେ ଆଉ ସେଠାରୁ ବାହାରକୁ ଯିବ ନାହିଁ; ଆମ୍ଭେ ଆପଣା ଈଶ୍ବରଙ୍କ ନାମ ଓ ସ୍ୱର୍ଗରୁ ତାହାଙ୍କଠାରୁ ଆଗତ ଯେଉଁ ଯିରୂଶାଲମ, ଆମ୍ଭର ଈଶ୍ବରଙ୍କ ସେହି ନଗରୀର ନାମ ପୁଣି, ଆମ୍ଭ ନିଜର ନୂତନ ନାମ ତାହା ଉପରେ ଲେଖିବୁ।
Odia IRV 2017 (ଓଡିଆ ବାଇବେଲ)
ଯେ ଜୟ କରେ, ଆମ୍ଭେ ତାହାକୁ ଆମ୍ଭର ଈଶ୍ୱରଙ୍କ ମନ୍ଦିରର ସ୍ତମ୍ଭ ସ୍ୱରୂପ କରିବୁ, ସେ ଆଉ ସେଠାରୁ ବାହାରକୁ ଯିବ ନାହିଁ; ଆମ୍ଭେ ଆମ୍ଭର ଈଶ୍ୱରଙ୍କ ନାମ ଓ ସ୍ୱର୍ଗରୁ ତାହାଙ୍କଠାରୁ ଆଗତ ଯେଉଁ ଯିରୂଶାଲମ, ଆମ୍ଭର ଈଶ୍ୱରଙ୍କ ସେହି ନଗରୀର ନାମ ପୁଣି, ଆମ୍ଭ ନିଜର ନୂତନ ନାମ ତାହା ଉପରେ ଲେଖିବୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಜೆ ಕೊನ್ ಜಿಕುನ್ ಜಯ್ ಹೊಲ್ಲೆ ಹಾತ್ ತೆಂಕಾ ಮಿಯಾ ದೆವಾಚ್ಯಾ ಮಾಗ್ನಿಚ್ಯಾ ಘರಾಚ್ಯೊ ಖಾಂಬೊ ಕರುನ್ ಥವ್ತಾ. ಅನಿಫಿಡೆ ತೆನಿ ಥೈತ್ನಾ ಫಾಟಿ ಜಾಯ್ನಾತ್, ಮಿಯಾ ತೆಂಚ್ಯಾ ವರ್ತಿ ಮಾಜ್ಯಾ ದೆವಾಚೆ ಅನಿ ದೆವಾಚ್ಯಾ ಶಾರಾಚಿ ನ್ಹವ್ಯಾ ಜೆರುಜಲೆಮಾಚೆ ನಾವ್ ಲಿವ್ತಾ. ತೆ ಶಾರ್ ಸರ್‍ಗಾ ವೈನಾ ಮಾಜ್ಯಾ ದೆವಾಕ್ನಾ ಖಾಲ್ತಿ ಉತ್ರುನ್ ಯೆತಾ. ಮಿಯಾ ತೆಂಚ್ಯಾ ವರ್ತಿ ಮಾಜೆ ನ್ಹವೆ ನಾವ್‍ಬಿ ಲಿವ್ತಾ.