Revelation 3:18 — Compare Translations
7 translations compared side by side
Odia - 1840
"ସେଥିପାଇଁ ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ଯେ, ତୁମ୍ଭେ ମାଠାରୁେ ଅଗ୍ନି ରେ ଖାଣ୍ଟି ହାଇେଥିବା ସୁନା କିଣ। ତା'ପରେ ତୁମ୍ଭେ ପ୍ରକୃତ ରେ ଧନୀ ହାଇଯେିବ। ମୁଁ ତୁମ୍ଭକୁ ଏହା କହୁଛି: ଧଳା ବସ୍ତ୍ର କିଣ। ତବେେ ତୁମ୍ଭେ ନିଜର ଲଜ୍ଜାପୂର୍ଣ୍ଣ ଉଲଗ୍ନତାକୁ ଘାଡ଼ଇେେ ରଖିପାରିବ। ମୁଁ ତୁମ୍ଭକୁ ଔଷଧ କିଣି ଆଖି ରେ ଲଗାଇବା ପାଇଁ ମଧ୍ଯ କହୁଛି। ତାହାହେଲେ ତୁମ୍ଭେ ପ୍ରକୃତ ରେ ଦେଖିପାରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ଆମ୍ଭେ ତୁମ୍ଭକୁ ଏହି ପରାମର୍ଶ ଦେଉଅଛୁ, ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ, ଆଉ ତୁମ୍ଭ ଉଲଙ୍ଗତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲେପନ କରିବା ପାଇଁ ଅଞ୍ଜନ ଆମ୍ଭ ନିକଟରୁ କିଣ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତେଣୁ ମୁଁ ତୁମକୁ ପରାମର୍ଶ ଦେଇଛି, ଧନବାନ ହେବା ପାଇଁ ମୋ’ଠାରୁ ବିଶୁଦ୍ଧ ସୁବର୍ଣ୍ଣ କ୍ରୟ କର - ତୁମ୍ଭମାନଙ୍କର ଲଜ୍ଜାକର ଉଲଗ୍ନତାକୁ ଆବୃତ କରିବା ପାଇଁ ମୋ’ ନିକଟରୁ ଶୁକ୍ଲ ବସ୍ତ୍ର କ୍ରୟ କର। ପୁଣି ଦୃଷ୍ଟିଶକ୍ତି ନିର୍ମଳ କରିବା ପାଇଁ କିଛି ଅଞ୍ଜନ କିଣି ଚକ୍ଷୁରେ ଲଗାଅ।
Odia Bible ERV 2004 (ପବିତ୍ର ବାଇବଲ)
ସେଥିପାଇଁ ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ଯେ, ତୁମ୍ଭେ ମୋ’ଠାରୁ ଅଗ୍ନିରେ ଖାଣ୍ଟି ହୋଇଥିବା ସୁନା କିଣ। ତା’ପରେ ତୁମ୍ଭେ ପ୍ରକୃତରେ ଧନୀ ହୋଇଯିବ। ମୁଁ ତୁମ୍ଭକୁ ଏହା କହୁଛି: ଧଳା ବସ୍ତ୍ର କିଣ। ତେବେ ତୁମ୍ଭେ ନିଜର ଲଜ୍ଜାପୂର୍ଣ୍ଣ ଉଲଗ୍ନତାକୁ ଘୋଡ଼େଇ ରଖିପାରିବ। ମୁଁ ତୁମ୍ଭକୁ ଔଷଧ କିଣି ଆଖିରେ ଲଗାଇବା ପାଇଁ ମଧ୍ୟ କହୁଛି। ତାହାହେଲେ ତୁମ୍ଭେ ପ୍ରକୃତରେ ଦେଖି ପାରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ଆମ୍ଭେ ତୁମ୍ଭକୁ ଏହି ପରାମର୍ଶ ଦେଉଅଛୁ, ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ, ଆଉ ତୁମ୍ଭ ଉଲଗ୍ନତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି, ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲେପନ କରିବା ପାଇଁ ଅଞ୍ଜନ ଆମ୍ଭ ନିକଟରୁ କିଣ।
Odia IRV 2017 (ଓଡିଆ ବାଇବେଲ)
ଏଣୁ ଆମ୍ଭେ ତୁମ୍ଭକୁ ଏହି ପରାମର୍ଶ ଦେଉଅଛୁ, ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ, ଆଉ ତୁମ୍ଭ ଉଲଙ୍ଗତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି, ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲଗାଇବା ପାଇଁ କଜ୍ୱଳ ଆମ୍ଭ ନିକଟରୁ କିଣ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಚೆಸಾಟ್ನಿ ಮಿಯಾ ತುಕಾ ಸಾಂಗ್ತಾ, ತಿಯಾ ಸಾವ್ಕಾರ್ ಹೊವ್ಕ್ ಮನುನ್ ಸೊನೆ, ಬರ್ಯಾತ್ಲೆ ಬರೆ ಸೊನೆ ಮಾಜೆಕ್ನಾ ಇಕಾತ್ ಘೆ, ಅನಿ ತುಜಿ ಮರ್ಯಾದ್ ಧಾಪುನ್ ಘೆವ್ಕ್ ತುಜ್ಯಾ ಆಂಗಾರ್ ನೆಸುಕ್ ಫಾಂಡ್ರೆ ಕಪ್ಡೆಬಿ ಮಾಜೆಕ್ನಾ ಇಕಾತ್ ಘೆ. ತುಜ್ಯಾ ಡೊಳ್ಯಾಕ್ನಿ ದಿಸಿ ಸರ್ಕೆ ಹೊತಲೆ ಉಲ್ಲೆಸೆ ವೊಕಾತ್ಬಿ ತಿಯಾ ಮಾಜೆಕ್ನಾ ಇಕಾತ್ ಘೆ.