Revelation 3:20 — Compare Translations
7 translations compared side by side
Odia - 1840
"ଦେଖ, ମୁଁ ଏଠା ରେ ଅଛି ଓ ଦ୍ବାର ପାଖ ରେ ଠିଆ ହାଇେ ଆଘାତ କରୁଛି। ଯଦି ଜଣେ ଲୋକ ମାେ ସ୍ବର ଶୁଣେ ଓ ଦ୍ବାର ଫିଟାଏ, ତବେେ ମୁଁ ଭିତରକୁ ଆସି ସହେି ଲୋକ ସହିତ ଖାଇବି। ସେ ଲୋକ ମଧ୍ଯ ମାେ ସହିତ ଖାଦ୍ୟ ଖାଇବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦେଖ, ଆମ୍ଭେ ଦ୍ଵାର ନିକଟରେ ଠିଆ ହୋଇ ଆଘାତ କରୁଅଛୁ; ଯଦି କେହି ଆମ୍ଭର ସ୍ଵର ଶୁଣି ଦ୍ଵାର ଫିଟାଇଦେବ, ତାହାହେଲେ ଆମ୍ଭେ ପ୍ରବେଶ କରି ତାହା ନିକଟକୁ ଯିବୁ, ପୁଣି ଆମ୍ଭେ ତାହା ସହିତ ଭୋଜନ କରିବୁ ଓ ସେ ଆମ୍ଭ ସହିତ ଭୋଜନ କରିବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଦେଖ! ମୁଁ ବାହାରେ ଠିଆହୋଇ ଦ୍ୱାରରେ ଆଘାତ କରୁଛି; ଯଦି କେହି ମୋର ସ୍ୱର ଶୁଣି ଦ୍ୱାର ଖୋଲି ଦିଏ, ମୁଁ ତା’ ଘର ଭିତରକୁ ଆସି ତା’ ସହିତ ଭୋଜନ କରିବି ଏବଂ ସେ ମୋ’ ସହିତ ଭୋଜନ କରିବ।
Odia Bible ERV 2004 (ପବିତ୍ର ବାଇବଲ)
ଦେଖ, ମୁଁ ଏଠାରେ ଅଛି ଓ ଦ୍ୱାର ପାଖରେ ଠିଆ ହୋଇ ଆଘାତ କରୁଛି। ଯଦି ଜଣେ ଲୋକ ମୋ’ ସ୍ୱର ଶୁଣେ ଓ ଦ୍ୱାର ଫିଟାଏ, ତେବେ ମୁଁ ଭିତରକୁ ଆସି ସେହି ଲୋକ ସହିତ ଖାଇବି। ସେ ଲୋକ ମଧ୍ୟ ମୋ’ ସହିତ ଖାଦ୍ୟ ଖାଇବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦେଖ, ମୁଁ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛି; ଯଦି କେହି ମୋହର ସ୍ୱର ଶୁଣି ଦ୍ୱାର ଫିଟାଇଦେବ, ତାହାହେଲେ ମୁଁ ପ୍ରବେଶ କରି ତାହା ନିକଟକୁ ଯିବି, ପୁଣି, ତାହା ସହିତ ଭୋଜନ କରିବି ଓ ସେ ମୋ ସହିତ ଭୋଜନ କରିବ।
Odia IRV 2017 (ଓଡିଆ ବାଇବେଲ)
ଦେଖ, ମୁଁ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛି; ଯଦି କେହି ମୋର ସ୍ୱର ଶୁଣି ଦ୍ୱାର ଫିଟାଇଦେବ, ତାହାହେଲେ ମୁଁ ପ୍ରବେଶ କରି ତାହା ନିକଟକୁ ଯିବି, ପୁଣି, ତାହା ସହିତ ଭୋଜନ କରିବି ଓ ସେ ମୋ ସହିତ ଭୋଜନ କରିବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಆಯ್ಕ್! ಮಿಯಾ ದಾರಾರ್ ಇಬೆ ರ್ಹಾವ್ನ್ ದಾರ್ ಬಡ್ವುತಾ, ಜೆ ಕೊನ್ ಮಾಜೊ ಧನ್ ಆಯಿಕ್ತಾ ಅನಿ ದಾರ್ ಉಗಡ್ತಾ, ತೆಂಚ್ಯಾ ಘರಾತ್ನಿ ಮಿಯಾ ಭುತ್ತುರ್ ಗುಸ್ತಾ ಅನಿ ತೆಂಚ್ಯಾ ವಾಂಗ್ಡಾ ಜೆವಾನ್ ಕರ್ತಾ, ಅನಿ ತೆನಿಬಿ ಮಾಜ್ಯಾ ವಾಂಗ್ಡಾ ಜೆವಾನ್ ಕರ್ತ್ಯಾತ್.