Revelation 6:11 — Compare Translations
7 translations compared side by side
Odia - 1840
"ତା'ପରେ ପ୍ରେତ୍ୟକକ ଆତ୍ମାଙ୍କୁ ଗୋଟିଏ- ଗୋଟିଏ ଧଳା ରାଜ ପୋଷାକ ଦିଆଗଲା। ସମାନଙ୍କେୁ ଆଉ ଅଳ୍ପ ସମୟ ଅପେକ୍ଷା କରିବାକୁ କୁହାଗଲା। ଖ୍ରୀଷ୍ଟଙ୍କଠା ରେ ଥିବା ସମାନଙ୍କେର ଅନ୍ୟସବୁ ଭାଇମାନଙ୍କୁ ସମାନଙ୍କେ ପରି ହତ୍ଯା କରାୟିବା ପର୍ୟ୍ଯନ୍ତ ଓ ସମାନଙ୍କେ ସମ୍ପୂର୍ଣ୍ଣ ହବୋ ପର୍ୟ୍ଯନ୍ତ ଏହି ଆତ୍ମାମାନଙ୍କୁ ଅପେକ୍ଷା କରିବାକୁ କୁହାଗଲା। ଅତଏବ, ଏହି ହତ୍ଯାର ସବୁକିଛି ସରିବା ପର୍ୟ୍ଯନ୍ତ ସମାନଙ୍କେୁ ଅପେକ୍ଷା କରିବାକୁ କୁହାଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ସେମାନଙ୍କର ପ୍ରତ୍ୟେକ ଜଣକୁ ଶୁକ୍ଳ ବସ୍ତ୍ର ଦତ୍ତ ହେଲା, ପୁଣି ସେମାନଙ୍କର ଯେଉଁ ସହଦାସ ଓ ଭ୍ରାତୃଗଣ ସେମାନଙ୍କ ପରି ମଧ୍ୟ ବଧ କରାଯିବେ, ସେମାନଙ୍କ ସଂଖ୍ୟା ପୂର୍ଣ୍ଣ ନ ହେବାଯାଏ ଆଉ କିଛି କାଳ ବିଶ୍ରାମ କରିବାକୁ ସେମାନଙ୍କୁ କୁହାଗଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଶୁକ୍ଲ ବସ୍ତ୍ର ଦିଆହେଲା। ପୁଣି ସେମାନଙ୍କର ସଙ୍ଗୀ ଭାଇ ଓ ସେବକମାନେ ନିର୍ଦ୍ଦିଷ୍ଟ ସଂଖ୍ୟାରେ ନିହତ ନ ହେବା ଯାଏ ସେମାନଙ୍କୁ ଆହୁରି କିଛି ସମୟ ଅପେକ୍ଷା କରିବାକୁ କୁହାଗଲା।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ପ୍ରତ୍ୟେକ ଆତ୍ମାଙ୍କୁ ଗୋଟିଏ ଗୋଟିଏ ଧଳା ରାଜ ପୋଷାକ ଦିଆଗଲା। ସେମାନଙ୍କୁ ଆଉ ଅଳ୍ପ ସମୟ ଅପେକ୍ଷା କରିବାକୁ କୁହାଗଲା। ଖ୍ରୀଷ୍ଟଙ୍କଠାରେ ଥିବା ସେମାନଙ୍କର ଅନ୍ୟସବୁ ଭାଇମାନଙ୍କୁ ସେମାନଙ୍କ ପରି ହତ୍ୟା କରାଯିବା ପର୍ଯ୍ୟନ୍ତ ଓ ସେମାନଙ୍କ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଏହି ଆତ୍ମାମାନଙ୍କୁ ଅପେକ୍ଷା କରିବାକୁ କୁହାଗଲା। ଅତଏବ, ଏହି ହତ୍ୟାର ସବୁକିଛି ସରିବା ପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷା କରିବାକୁ କୁହାଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ସେମାନଙ୍କର ପ୍ରତ୍ୟେକ ଜଣକୁ ଧଳା ବସ୍ତ୍ର ଦିଆଗଲା, ପୁଣି, ସେମାନଙ୍କର ଯେଉଁ ସହଦାସ ଓ ଭ୍ରାତୃଗଣ ସେମାନଙ୍କ ପରି ମଧ୍ୟ ବଧ କରାଯିବେ, ସେମାନଙ୍କ ସଂଖ୍ୟା ପୂର୍ଣ୍ଣ ନ ହେବା ଯାଏ ଆଉ କିଛି କାଳ ବିଶ୍ରାମ କରିବାକୁ ସେମାନଙ୍କୁ କୁହାଗଲା।
Odia IRV 2017 (ଓଡିଆ ବାଇବେଲ)
ସେଥିରେ ସେମାନଙ୍କର ପ୍ରତ୍ୟେକ ଜଣକୁ ଧଳା ବସ୍ତ୍ର ଦିଆ ଗଲା, ପୁଣି, ସେମାନଙ୍କର ଯେଉଁ ସହଦାସ ଓ ଭାତ୍ରୁଗଣ ସେମାନଙ୍କ ପରି ମଧ୍ୟ ବଧ କରାଯିବେ, ସେମାନଙ୍କ ସଂଖ୍ୟା ପୂର୍ଣ୍ଣ ନ ହେବା ଯାଏ ଆଉ କିଛି କାଳ ବିଶ୍ରାମ କରିବାକୁ ସେମାନଙ୍କୁ କୁହାଗଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಂಕಾ ಹರಿಎಕ್ಲ್ಯಾಕ್ನಿ ಎಕೆಕ್ ಫಾಂಡ್ರೊ ಝಗೊ ದಿಲ್ಲೊ ಹೊತ್ತೊ, ಅನಿ ತುಮ್ಚ್ಯಾ ಸಾರ್ಕೆ ಸಗ್ಳ್ಯಾ ಸೆವಕಾಕ್ನಿ ಅನಿ ವಿಶ್ವಾಸಾನ್ ಅಸಲ್ಲ್ಯಾ ಭಾವ್ ಭೆನಿಯಾಕ್ನಿ ಜಿವಾನಿ ಮಾರುನ್ ಸರಿ ಪತರ್ ತುಮಿ ಹಿತ್ತೆ ಆರಾಮ್ ಘೆವಾ ಮನುನ್ ತೆಂಕಾ ಸಾಂಗಟಲ್ಲೆ ಹೊತ್ತೆ.