Revelation 7:1 — Compare Translations
7 translations compared side by side
Odia - 1840
"ଏହି ସବୁ ଘଟିବା ପରେ ମୁଁ ପୃଥିବୀର ଚାରକୋଣ ରେ ଚାରିଜଣ ସ୍ବର୍ଗଦୂତଙ୍କୁ ଠିଆ ହବୋର ଦେଖିଲି। ସହେି ଦୂତମାନେ ପୃଥିବୀର ଚାରି ବାଯୁକୁ ଅଟକାଇ ଧରିଥିଲେ। ଯେପରି ପୃଥିବୀ କିମ୍ବା ସମୁଦ୍ର ଉପରେ କିମ୍ବା କୌଣସି ଗଛ ରେ ପବନ ନ ବ ହେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତତ୍ପରେ ମୁଁ ଦେଖିଲି, ପୃଥିବୀ କି ସମୁଦ୍ର କି କୌଣସି ବୃକ୍ଷ ଉପରେ ଯେପରି ବାୟୁ ନ ବହେ, ଏଥିନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହାପରେ ମୁଁ ଦେଖିଲି, ପୃଥିବୀର ଚାରି କୋଣରେ ଚାରି ଜଣ ସ୍ୱର୍ଗଦୂତ ଠିଆ ହୋଇଛନ୍ତି ଏବଂ ପୃଥିବୀର ଚାରି ଦିଗରୁ ବାୟୁ ପ୍ରବାହକୁ ଅଟକାଇ ରଖିଛନ୍ତି। ଫଳରେ ପୃଥିବୀ, ସମୁଦ୍ର ବା କୌଣସି ବୃକ୍ଷ ଲତା ଉପରେ ଟିକିଏ ହେଲେ ବାୟୁ ପ୍ରବାହିତ ହେଉ ନ ଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ଇସ୍ରାଏଲର 144,000 ଲୋକ ଏହିସବୁ ଘଟିବା ପରେ ମୁଁ ପୃଥିବୀର ଗ୍ଭରି କୋଣରେ ଗ୍ଭରି ଜଣ ସ୍ୱର୍ଗଦୂତଙ୍କୁ ଠିଆ ହେବାର ଦେଖିଲି। ସେହି ଦୂତମାନେ ପୃଥିବୀର ଗ୍ଭରି ବାୟୁକୁ ଅଟକାଇ ଧରିଥିଲେ। ଯେପରି ପୃଥିବୀ କିମ୍ବା ସମୁଦ୍ର ଉପରେ କିମ୍ବା କୌଣସି ଗଛରେ ପବନ ନ ବହେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାପରେ ମୁଁ ଦେଖିଲି, ପୃଥିବୀ କି ସମୁଦ୍ର କି କୌଣସି ଗଛ ଉପରେ ଯେପରି ବାୟୁ ନ ବହେ, ଏଥିନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ତା'ପରେ ମୁଁ ଦେଖିଲି, ପୃଥିବୀକୁ ସମୁଦ୍ର କି କୌଣସି ଗଛ ଉପରେ ଯେପରି ବାୟୁ ନ ବହେ, ଏଥି ନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆ ಹೊಲ್ಲ್ಯಾ ಮಾನಾ ಚಾರ್ ಜಾನಾ ದೆವ್ದುತಾ ಜಿಮ್ನಿಚ್ಯಾ ಚಾರ್ ದಿಕ್ಕಾಕ್ನಿ ಇಬೆ ರ್ಹಾವ್ನ್ ಜಿಮ್ನಿ ವರ್ತಿ ಹೊಂವ್ದಿತ್, ಸಮುಂದರಾತ್ ಹೊಂವ್ದಿತ್, ಝಾಡಾಕ್ನಿ ಹೊಂವ್ದಿತ್ ವಾರೊ ಯೆವ್ನ್ ಮಾರುಚೆ ನ್ಹಯ್ ಮನುನ್ ವಾರ್ಯಾಕ್ ಆಡ್ವುನ್ ಘೆವ್ನ್ ಇಬೆ ಹೊತ್ತೆ ಮಿಯಾ ಬಗಟ್ಲೊ.