Revelation 7:3 — Compare Translations

7 translations compared side by side

Odia - 1840
"ସେ ଚାରି ଦୂତଙ୍କୁ କହିଲେ, ଆମ୍ଭମାନେେ ଆମ୍ଭର ପରମେଶ୍ବରଙ୍କର ଲୋକମାନଙ୍କର କପାଳ ରେ ମୁଦ୍ରାଙ୍କିତ ନ କରିବା ପର୍ୟ୍ଯନ୍ତ ତୁମ୍ଭମାନେେ ପୃଥବୀ କି ସମୁଦ୍ର କୌଣସି ବୃକ୍ଷର କିଛି କ୍ଷତି କର ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆମ୍ଭେମାନେ ଆପଣାମାନଙ୍କ ଈଶ୍ଵରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କ ନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ବୃକ୍ଷସମୂହର କ୍ଷତି କର ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନଙ୍କୁ ଉଚ୍ଚ ସ୍ୱରରେ କହିଲେ, “ଆମେ ଯେ ପର୍ଯ୍ୟନ୍ତ ଈଶ୍ୱରଙ୍କ ସେବକମାନଙ୍କ କପାଳରେ ମୋହର ମାରି ନାହୁଁ, ସେ ପର୍ଯ୍ୟନ୍ତ ପୃଥିବୀ, ସମୁଦ୍ର ବା ବୃକ୍ଷମାନଙ୍କର କୌଣସି କ୍ଷତି କର ନାହିଁ।”
Odia Bible ERV 2004 (ପବିତ୍ର ବାଇବଲ)
ସେ ଗ୍ଭରି ଦୂତଙ୍କୁ କହିଲେ, “ଆମ୍ଭେମାନେ ଆମ୍ଭର ପରମେଶ୍ୱରଙ୍କର ଲୋକମାନଙ୍କର କପାଳରେ ମୁଦ୍ରାଙ୍କିତ ନ କରିବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କି ସମୁଦ୍ର କୌଣସି ବୃକ୍ଷର କିଛି କ୍ଷତି କର ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆମ୍ଭେମାନେ ଆପଣାମାନଙ୍କ ଈଶ୍ବରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ଗଛଗୁଡ଼ିକର କ୍ଷତି କର ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଆମ୍ଭେମାନେ ଆପଣାମାନଙ୍କ ଈଶ୍ୱରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ଗଛଗୁଡ଼ିକର କ୍ଷତି କର ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದೆವಾಚ್ಯಾ ದುತಾನ್,“ಅಮಿ ಅಮ್ಚ್ಯಾ ದೆವಾಚ್ಯಾ ಸೆವಕಾಕ್ನಿ ಕಪಾಳಾ ವರ್ತಿ ಛಪ್ಪೊ ಮಾರುನ್ ವಳಕ್ ಕರಿ ಪತರ್ ಜಿಮ್ನಿಕ್ ಹೊಂವ್ದಿತ್, ಸಮುಂದರಾಕ್ ಹೊಂವ್ದಿತ್, ಝಾಡಾಕ್ನಿ ಹೊಂವ್ದಿತ್ ಕಾಯ್ಬಿ ವಾಯ್ಟ್ ಕರುನಕಾಶಿ.” ಮಟ್ಲ್ಯಾನ್.