Romans 1:13 — Compare Translations

7 translations compared side by side

Odia - 1840
"ଭାଇ ଓ ଭଉଣୀମାନେ, ମୁଁ ତୁମ୍ଭମାନଙ୍କୁ ଜଣାଇବାକୁ ଚ଼ା ହେଁ ଯେ, ପୂର୍ବରୁ ମୁଁ ବହୁତ ଥର ତୁମ୍ଭମାନଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଛି, କିନ୍ତୁ ଏପର୍ୟ୍ଯନ୍ତ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବାକୁ ବାଧା ପାଇଛି। ତୁମ୍ଭମାନଙ୍କୁ ଆତ୍ମିକ ଭାବରେ ବଢ଼ିବା ରେ ସାହାୟ୍ଯ କରିବା ପାଇଁ ମୁଁ ଆସିବାକୁ ଇଚ୍ଛା କରିଥିଲି। ଅନ୍ୟ ଅଣଯିହୂଦୀମାନଙ୍କୁ ମୁଁ ଯେପରି ସାହାୟ୍ଯ କରିଥିଲି, ସହେିପରି ତୁମ୍ଭମାନଙ୍କୁ ମୁଁ ସାହାୟ୍ଯ କରିବାକୁ ଚା ହେଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ଭାଇମାନେ, ଅବଶିଷ୍ଟ ବିଜାତିମାନଙ୍କ ମଧ୍ୟରେ ଯେପ୍ରକାରେ, ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହିପ୍ରକାରେ ମୁଁ ଯେପରି କିଛି ଫଳ ପ୍ରାପ୍ତ ହୋଇପାରେ, ସେଥିନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଯେ ଥରକୁଥର ମନସ୍ଥ କରିଥିଲି - କିନ୍ତୁ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇ ଆସିଅଛିଣ- ସେ ବିଷୟରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଭାଇମାନେ, ତୁମ୍ଭମାନଙ୍କ ନିକଟକୁ ଆସିବା ପାଇଁ ମୁଁ ଅନେକ ଥର ମନସ୍ଥ କରିଛି, କିନ୍ତୁ ଅନିବାର୍ଯ୍ୟ କାରଣରୁ, ଏ ପର୍ଯ୍ୟନ୍ତ ଆସିପାରି ନାହିଁ। ଅନ୍ୟାନ୍ୟ ଅଞ୍ଚଳର ଅଣଇହୁଦୀମାନଙ୍କ ମଧ୍ୟରେ ପ୍ରଚାର କରି ଯେପରି ସୁଫଳ ପାଇଛି, ତୁମ୍ଭମାନଙ୍କ ଅଞ୍ଚଳରେ ମଧ୍ୟ ତା’ କରିବା ପାଇଁ ମୋର ଇଚ୍ଛା।
Odia Bible ERV 2004 (ପବିତ୍ର ବାଇବଲ)
ଭାଇ ଓ ଭଉଣୀମାନେ, ମୁଁ ତୁମ୍ଭମାନଙ୍କୁ ଜଣାଇବାକୁ ଗ୍ଭହେଁ ଯେ, ପୂର୍ବରୁ ମୁଁ ବହୁତ ଥର ତୁମ୍ଭମାନଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଛି, କିନ୍ତୁ ଏପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବାକୁ ବାଧା ପାଇଛି। ତୁମ୍ଭମାନଙ୍କୁ ଆତ୍ମିକ ଭାବରେ ବଢ଼ିବାରେ ସାହାଯ୍ୟ କରିବା ପାଇଁ ମୁଁ ଆସିବାକୁ ଇଚ୍ଛା କରିଥିଲି। ଅନ୍ୟ ଅଣଯିହୂଦୀମାନଙ୍କୁ ମୁଁ ଯେପରି ସାହାଯ୍ୟ କରିଥିଲି, ସେହିପରି ତୁମ୍ଭମାନଙ୍କୁ ମୁଁ ସାହାଯ୍ୟ କରିବାକୁ ଗ୍ଭହେଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ଭାଇମାନେ, ଅବଶିଷ୍ଟ ଅଣଯିହୁଦୀମାନଙ୍କ ମଧ୍ୟରେ ଯେପ୍ରକାରେ, ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହି ପ୍ରକାରେ ମୁଁ ଯେପରି କିଛି ଫଳପ୍ରାପ୍ତ ହୋଇପାରେ, ସେଥିନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଯେ ଥରକୁଥର ମନସ୍ଥ କରିଥିଲି, କିନ୍ତୁ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇ ଆସିଅଛି; ସେ ବିଷୟରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ।
Odia IRV 2017 (ଓଡିଆ ବାଇବେଲ)
ହେ ଭାଇମାନେ, ଅବଶିଷ୍ଟ ଅଣଯିହୂଦୀମାନଙ୍କ ମଧ୍ୟରେ ଯେପ୍ରକାରେ, ତୁମ୍ଭମାନଙ୍କ ମଧ୍ୟରେ ସୁଦ୍ଧା ସେହି ପ୍ରକାରେ ମୁଁ ଯେପରି କିଛି ଫଳପ୍ରାପ୍ତ ହୋଇପାରେ, ସେଥିନିମନ୍ତେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ଯେ ଥରକୁଥର ମନସ୍ଥ କରିଥିଲି, କିନ୍ତୁ ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇ ଆସିଅଛି; ସେ ବିଷୟରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾಜ್ಯಾ ದೊಸ್ತಾನೊ ಮಿಯಾ ತುಮ್ಕಾ ಭೆಟುಚೆ ಮನುನ್ ಕವ್ಡೆಂದಾ ಮನ್ ಕರಲ್ಲೊ ಮನುನ್ ತುಮ್ಕಾ ಯಾದ್ ರ್‍ಹಾಂವ್ದಿತ್, ಖರೆ ಕಾಯ್ಕಿ ಮಾಕಾ ಯೆವ್ನ್ ತುಮ್ಕಾ ಭೆಟುಕ್ ಸೊಡಿನಸಿ. ಕಶೆ ದುಸ್ರ್ಯಾಕ್ಡೆ ಜುದೆವ್ ನ್ಹಯ್ ಹೊತ್ತ್ಯಾ ಲೊಕಾನಿ ಖರ್‍ಯಾ ದೆವಾಕ್ ವಳ್ಕಿ ಸರ್ಕೆ ಮಿಯಾ ಕರ್‍ಲಾ, ತಸೆಚ್ ತುಮ್ಚ್ಯಾತ್ಲ್ಯಾ ಲೊಕಾಕ್ನಿ ಮಾಕಾ ಜಿಕುನ್ ಘೆವ್ಕ್ ಪಾಜೆ.