Romans 1:17 — Compare Translations

7 translations compared side by side

Odia - 1840
"ପରମେଶ୍ବର ଲୋକମାନଙ୍କୁ କିପରି ତାଙ୍କ ପାଇଁ ଧାର୍ମିକ କରନ୍ତି ତାହା ସୁସମାଗ୍ଭର ଦର୍ଶାଇ ଥାଏ। ବିଶ୍ବାସ ଦ୍ବାରା ପରମେଶ୍ବରଙ୍କ ପାଇଁ ଧାର୍ମିକତା ଆରମ୍ଭ ହୁଏ ଓ ବିଶ୍ବାସ ରେ ଶଷେ ହୁଏ। ଯେପରି ଧର୍ମଶାସ୍ତ୍ର ରେ କୁହା ଯାଇଛି, ବିଶ୍ବାସ ଦ୍ବାରା ଧାର୍ମିକ ଅନନ୍ତକାଳ ଜୀବିତ ରହେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେଥିରେ ତ ଈଶ୍ଵରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ଵାସମୂଳକ ଓ ବିଶ୍ଵାସଜନକ, ଯେପରି ଲେଖାଅଛି, “ଧାର୍ମିକ ବିଶ୍ଵାସ ଦ୍ଵାରା ବଞ୍ଚିବ” ।
Odia BSI (ପବିତ୍ର ବାଇବଲ (CL) NT (BSI))
ମନୁଷ୍ୟ ଈଶ୍ୱରଙ୍କ ନିକଟରେ କିପରି ଧାର୍ମିକ ବିବେଚିତ ହୋଇପାରିବ, ଏହାର ଉପାୟ ସେଥିରେ ପ୍ରକାଶ କରାଯାଇଛି। ଆରମ୍ଭରୁ ଶେଷଯାଏ ପରିତ୍ରାଣ ପାଇବାର ଏକମାତ୍ର ଉପାୟ ହେଉଛି, ବିଶ୍ୱାସ। ଶାସ୍ତ୍ରବାକ୍ୟାନୁଯାୟୀ: “ଯେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ନିକଟରେ ଧାର୍ମିକ ବିବେଚିତ ହୁଏ, ସେ ବଞ୍ଚିବ।”
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱର ଲୋକମାନଙ୍କୁ କିପରି ତାଙ୍କ ପାଇଁ ଧାର୍ମିକ କରନ୍ତି ତାହା ସୁସମାଗ୍ଭର ଦର୍ଶାଇ ଥାଏ। ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ପାଇଁ ଧାର୍ମିକତା ଆରମ୍ଭ ହୁଏ ଓ ବିଶ୍ୱାସରେ ଶେଷ ହୁଏ। ଯେପରି ଧର୍ମଶାସ୍ତ୍ରରେ କୁହାଯାଇଛି, “ବିଶ୍ୱାସ ଦ୍ୱାରା ଧାର୍ମିକ ଅନନ୍ତକାଳ ଜୀବିତ ରହେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେଥିରେ ତ ଈଶ୍ବରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ଓ ବିଶ୍ୱାସଜନକ, ଯେପରି ଲେଖାଅଛି, “ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ।”
Odia IRV 2017 (ଓଡିଆ ବାଇବେଲ)
ସେଥିରେ ତ ଈଶ୍ୱରଦତ୍ତ ଧାର୍ମିକତା ପ୍ରକାଶିତ ହେଉଅଛି, ତାହା ବିଶ୍ୱାସମୂଳକ ଓ ବିଶ୍ୱାସଜନକ, ଯେପରି ଲେଖାଅଛି, "ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ'' ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ವಿಶ್ವಾಸಾಚ್ಯಾ ವೈನಾ ಚಾಲು ಹೊಲ್ಲ್ಯಾಕ್ನಾ ಧರುನ್ ಆಕ್ರಿ ಪತರ್ ದೆವ್ ಅಪ್ನಿ ಸ್ವತಾ ಅಪ್ನಾಚ್ಯಾ ಲೊಕಾಕ್ನಿ ಬರೆ ಜಿವನ್ ಕರ್‍ತಲ್ಯಾ ವಾಟೆರ್ ಕಶೆ ರಾಕುನ್ ಥವ್ತಾ ಮನುನ್ ಬರಿ ಖಬರ್ ದಾಕ್ವುನ್ ದಿತಾ. ಹೆ ಸುರ್ವಾತೆಕ್ನಾ ಆಕ್ರಿ ಪತರ್ ಖರೆ ಹಾಯ್. ಪವಿತ್ರ್ ಪುಸ್ತಕ್ ಮನ್ತಾ, ವಿಶ್ವಾಸಾಚ್ಯಾ ವೈನಾ ದೆವಾಚ್ಯಾ ವಾಂಗ್ಡಾ ಬರ್‍ಯಾ ವಾಟೆರ್ ಚಲ್ತಲೊ ಮಾನುಸ್ ಜಿವನ್ ಕರ್‍ತಾ.