Romans 1:21 — Compare Translations
7 translations compared side by side
Odia - 1840
"ଲୋକେ ପରମେଶ୍ବରଙ୍କୁ ଜାଣିଥିଲେ। କିନ୍ତୁ ସମାନେେ ପରମେଶ୍ବରଙ୍କୁ ଗୌରବ ଦେଲେ ନାହିଁ ଓ ତାହାଙ୍କୁ ଧନ୍ଯବାଦ ଜଣାଇଲେ ନାହିଁ। ଲୋକଙ୍କ ଚ଼ିନ୍ତାଧାରା ନିରର୍ଥକ ହେଲା। ସମାନଙ୍କେର ଜ୍ଞାନ ଅନ୍ଧକାର ରେ ଭରିଗଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ସେମାନେ ଈଶ୍ଵରଙ୍କୁ ଜାଣି ତାହାଙ୍କୁ ଈଶ୍ଵର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା;
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଈଶ୍ୱରଙ୍କ ପରିଚୟ ପାଇ ସୁଦ୍ଧା ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇ ନାହାନ୍ତି କିମ୍ବା ତାଙ୍କୁ କୌଣସି ବିଷୟ ପାଇଁ ଧନ୍ୟବାଦ ଦେଉ ନାହାନ୍ତି। ବରଂ ସେମାନଙ୍କ ଚିନ୍ତାସବୁ ଅସାର ଓ ସେମାନଙ୍କର ନିର୍ବୋଧ ମନ ଅନ୍ଧକାରାଚ୍ଛନ୍ନ।
Odia Bible ERV 2004 (ପବିତ୍ର ବାଇବଲ)
ଲୋକେ ପରମେଶ୍ୱରଙ୍କୁ ଜାଣିଥିଲେ। କିନ୍ତୁ ସେମାନେ ପରମେଶ୍ୱରଙ୍କୁ ଗୌରବ ଦେଲେ ନାହିଁ ଓ ତାହାଙ୍କୁ ଧନ୍ୟବାଦ ଜଣାଇଲେ ନାହିଁ। ଲୋକଙ୍କ ଚିନ୍ତାଧାରା ନିରର୍ଥକ ହେଲା। ସେମାନଙ୍କର ଜ୍ଞାନ ଅନ୍ଧକାରରେ ଭରିଗଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ସେମାନେ ଈଶ୍ବରଙ୍କୁ ଜାଣି ତାହାଙ୍କୁ ଈଶ୍ବର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା;
Odia IRV 2017 (ଓଡିଆ ବାଇବେଲ)
କାରଣ ସେମାନେ ଈଶ୍ୱରଙ୍କୁ ଜାଣି ତାହାଙ୍କୁ ଈଶ୍ୱର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶ್ಯಾಕ್ ಮಟ್ಲ್ಯಾರ್, ದೆವಾಕ್ ತೆನಿ ವಳಕ್ತ್ಯಾತ್ ಹೊಯ್, ಖರೆ ತೆಕಾ ಸಮಂದ್ಪಡಲ್ಲೊ ಅನಿ ದಿವ್ಕ್ ಪಾಜೆ ಹೊಲ್ಲೊ ಮಾನ್ ತೆನಿ ದಿನ್ಯಾತ್, ನಾಹೊಲ್ಯಾರ್ ತೆಕಾ ಧನ್ಯವಾದ್ ಸೈತ್ ದಿನ್ಯಾತ್, ಹೆಚ್ಯಾ ಬದ್ಲಾಕ್, ತೆಂಚ್ಯಾ ಯವ್ಜನ್ಯಾ ಸಗ್ಳ್ಯಾ ರಿತಿನ್ ಅರ್ತ್ ನಸಲ್ಲ್ಯಾ ಹೊವ್ನ್ ಗೆಲ್ಯಾತ್, ಅನಿ ತೆಂಚ್ಯಾ ಖಾಲಿ ಅಸಲ್ಲ್ಯಾ ಮನಾತ್ನಿ ಕಾಳೊಕ್ ಭರುನ್ ಪಡ್ಲಾ.