Romans 10:15 — Compare Translations
7 translations compared side by side
Odia - 1840
"ଏହି ଉପଦସେ ଦବୋ ଲୋକ ଜଣକୁ କାହା ଦ୍ବାରା ନ ପଠାଗଲେ ବା ସେ କିପରି ଉପଦେଶ ଦବେ? ଶାସ୍ତ୍ର ରେ ଲଖାେ ଅଛି: ସୁସମାଗ୍ଭର ଦବୋ ପାଇଁ ଆସିବା ଲୋକର ପାଦ କେତେ ସୁନ୍ଦର ଅଟେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ପ୍ରେରିତ ନ ହେଲେ କିପରି ପ୍ରଚାର କରିବେ? ଯେପରି ଲେଖାଅଛି, ‘ଯେଉଁମାନେ ଶୁଭ ବିଷୟର ସୁସମାଚାର ଆଣନ୍ତି, ସେମାନଙ୍କର ପାଦ କିପରି ଶୋଭାଯୁକ୍ତ ।ʼ
Odia BSI (ପବିତ୍ର ବାଇବଲ (CL) NT (BSI))
ଏବଂ ପ୍ରଚାର ବିନା ସେହି ବାର୍ତ୍ତା ସେମାନେ କିପରି ଶୁଣିବେ? ପୁଣି ପ୍ରଚାର କରିବା ପାଇଁ ପ୍ରେରିତ ନ ହେଲେ ଜଣେ ପ୍ରଚାର କରିବ କିପରି? ଏ ସମ୍ପର୍କରେ ଶାସ୍ତ୍ରରେ ଲେଖାଯାଇଛି: “ସୁସମାଚାର ପ୍ରଚାରକମାନଙ୍କର ଆଗମନ କେଡ଼େ ଆନନ୍ଦଦାୟକ!”
Odia Bible ERV 2004 (ପବିତ୍ର ବାଇବଲ)
ଏହି ଉପଦେଶ ଦେବା ଲୋକ ଜଣକୁ କାହା ଦ୍ୱାରା ନ ପଠାଗଲେ ବା ସେ କିପରି ଉପଦେଶ ଦେବ? ଶାସ୍ତ୍ରରେ ଲେଖା ଅଛି: “ସୁସମାଗ୍ଭର ଦେବା ପାଇଁ ଆସିବା ଲୋକର ପାଦ କେତେ ସୁନ୍ଦର ଅଟେ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ପ୍ରେରିତ ନ ହେଲେ କିପରି ପ୍ରଚାର କରିବେ? ଯେପରି ଲେଖାଅଛି, “ଯେଉଁମାନେ ଶୁଭ ବିଷୟର ସୁସମାଚାର ଆଣନ୍ତି, ସେମାନଙ୍କର ପାଦ କିପରି ଶୋଭାଯୁକ୍ତ।”
Odia IRV 2017 (ଓଡିଆ ବାଇବେଲ)
ପୁଣି, ପ୍ରେରିତ ନ ହେଲେ କିପରି ପ୍ରଚାର କରିବେ? ଯେପରି ଲେଖା ଅଛି, "ଯେଉଁମାନେ ଶୁଭ ବିଷୟର ସୁସମାଚାର ଆଣନ୍ତି, ସେମାନଙ୍କର ପାଦ କିପରି ଶୋଭାଯୁକ୍ତ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಬಾತ್ಮಿ ತರ್ ಸಾಂಗಲ್ಲ್ಯಾಕ್ನಿಚ್ ಬಲ್ವಲ್ಲೆ ನಸ್ತಾನಾ ಬಾತ್ಮಿ ಸಾಂಗುನ್ ತರ್ ಕಶಿ ಹೊತಾ? ಪವಿತ್ರ್ ಪುಸ್ತಕಾತ್ ಸಾಂಗಲ್ಲ್ಯಾ ಸರ್ಕೆ. ಬರಿ ಖಬರ್ ಘೆವ್ನ್ ಯೆತಲ್ಯಾ ಬಾತ್ಮಿ ಸಾಂಗ್ತಲ್ಯಾಂಚೆ ಯೆನೆ ಕವ್ಡೆ ವಿಚಿತ್ರ್ ರ್ಹಾತಾ!