Romans 10:19 — Compare Translations

7 translations compared side by side

Odia - 1840
"ପୁନର୍ବାର ମୁଁ ପଗ୍ଭରୁଛ: କଣ ଇଶ୍ରାୟେଲର ଲୋକେ ବୁଝି ପାରି ନଥିଲେ? ହଁ ସମାନେେ ବୁଝି ଥିଲେ। ପ୍ରଥମେ ମାଶାେ କହିଛନ୍ତି:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ମୁଁ କହେ, ଇସ୍ରାଏଲ କଅଣ ଜାଣି ନାହାନ୍ତି? ପ୍ରଥମରେ ମୋଶା କହନ୍ତି, ‘ଆମ୍ଭେ ନଗଣ୍ୟ ଜାତି ଦ୍ଵାରା ତୁମ୍ଭମାନଙ୍କର ଈର୍ଷା ଜନ୍ମାଇବା, ଗୋଟିଏ ନିର୍ବୋଧ ଜାତି ଦ୍ଵାରା ତୁମ୍ଭମାନଙ୍କୁ କ୍ରୋଧାନ୍ଵିତ କରିବା ।ʼ
Odia BSI (ପବିତ୍ର ବାଇବଲ (CL) NT (BSI))
ଆଉ ଥରେ ମୁଁ ପଚାରେ: ଇଶ୍ରାଏଲୀୟମାନେ କଅଣ ତାହା ବୁଝିଲେ ନାହିଁ? ବହୁ ପୂର୍ବରୁ ମୋଶା ଏହାର ଉତ୍ତର ଦେଇ ଲେଖିଛନ୍ତି: “ଆମ୍ଭ ଲୋକଙ୍କୁ ଈର୍ଷାନ୍ୱିତ କରାଇବା ପାଇଁ ଗୋଟିଏ ନଗଣ୍ୟ ଜାତିକୁ ବ୍ୟବହାର କରିବୁ। ସେହିପରି ଗୋଟିଏ ନିର୍ବୋଧ ଜାତି ଦ୍ୱାରା ସେମାନଙ୍କୁ କ୍ରୋଧାନ୍ୱିତ କରିବୁ।”
Odia Bible ERV 2004 (ପବିତ୍ର ବାଇବଲ)
ପୁନର୍ବାର ମୁଁ ପଗ୍ଭରୁଛି: “କ’ଣ ଇସ୍ରାଏଲର ଲୋକେ ବୁଝି ପାରି ନ ଥିଲେ?” ହଁ ସେମାନେ ବୁଝିଥିଲେ। ପ୍ରଥମେ ମୋଶା କହିଛନ୍ତି: “ଜାତୀୟ ଚରିତ୍ର ନ ଥିବା ଲୋକଙ୍କ ଦ୍ୱାରା ମୁଁ ତୁମ୍ବ ଭିତରେ ଈର୍ଷା ଜାତ କରାଇବି। ନିର୍ବୋଧ ଲୋକଙ୍କ ଦ୍ୱାରା ମୁଁ ତୁମ୍ଭ ଭିତରେ କ୍ରୋଧ ଜାତ କରାଇବି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ମୁଁ କହେ, ଇସ୍ରାଏଲ କଅଣ ଜାଣି ନାହାନ୍ତି? ପ୍ରଥମରେ ମୋଶା କହନ୍ତି, “ଆମ୍ଭେ ନଗଣ୍ୟ ଜାତି ଦ୍ୱାରା ତୁମ୍ଭମାନଙ୍କର ଈର୍ଷା ଜନ୍ମାଇବା, ଗୋଟିଏ ନିର୍ବୋଧ ଜାତି ଦ୍ୱାରା ତୁମ୍ଭମାନଙ୍କୁ କ୍ରୋଧାନ୍ୱିତ କରିବା।”
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ମୁଁ କହେ, ଇସ୍ରାଏଲ କ'ଣ ଜାଣି ନାହାଁନ୍ତି? ପ୍ରଥମରେ ମୋଶା କହନ୍ତି, "ଆମ୍ଭେ ନଗଣ୍ୟ ଜାତି ଦ୍ୱାରା ତୁମ୍ଭମାନଙ୍କର ଈର୍ଷା ଜନ୍ମାଇବା, ଗୋଟିଏ ନିର୍ବୋଧ ଜାତି ଦ୍ୱାରା ତୁମ୍ଭମାନଙ୍କୁ କ୍ରୋଧାନ୍ୱିତ କରିବା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಪರ್ತುನ್ ಮಿಯಾ ಇಚಾರ್ತಾ: ಇಸ್ರಾಯೆಲಾಚ್ಯಾ ಲೊಕಾಕ್ನಿ ಹೆ ಕಳುಕ್‍ ನಾ ಅಶಿಲ್ ಕಾಯ್? ಮೊಯ್ಜೆ ಅಪ್ನಿಚ್ ಅದ್ದಿ ಜಬಾಬ್ ದಿತಾ, ಮಾಜ್ಯಾ ಲೊಕಾಂಚ್ಯಾ ಪೊಟಾತ್ನಿ ಝಳ್ ಪಡಿ ಸರ್ಕೆ ಕರುಕ್ ಮಿಯಾ ದುಸ್ರ್ಯಾ ದೆಶಾಕ್ನಿ ವಾಪರ್‍ತಾ; ಅನಿ ಪಿಶ್ಯಾಂಚ್ಯಾ ಎಕ್ ದೆಸಾಕ್ ಲಾಗುನ್ ಮಿಯಾ ಮಾಜ್ಯಾ ಲೊಕಾಕ್ನಿ ರಾಗ್ ಯೆಯ್ ಸರ್ಕೆ ಕರ್‍ತಾ.