Romans 11:2 — Compare Translations

7 translations compared side by side

Odia - 1840
"ସମାନେେ ଜନ୍ମ ହବୋ ପୂର୍ବରୁ ପରମେଶ୍ବର ଇଶ୍ରାୟେଲୀୟମାନଙ୍କୁ ବାଛିଥିଲେ। ପରମେଶ୍ବର ସମାନଙ୍କେୁ ତ୍ଯାଗ କରି ନାହାଁନ୍ତି। ଏଲିୟ ଯେତବେେଳେ ପରମେଶ୍ବରଙ୍କ ଠା ରେ ଇଶ୍ରାୟଲ ଲୋକମାନଙ୍କ ବିରୁଦ୍ଧ ରେ ପ୍ରାର୍ଥନା କରୁଥିଲେ, ତାହାଙ୍କ ବିଷୟ ରେ ଶାସ୍ତ୍ର ଯାହା କୁ ହେ, ତୁମ୍ଭେ ଜାଣିଛ?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଈଶ୍ଵର ଆପଣାର ଯେଉଁ ଲୋକମାନଙ୍କୁ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ପରିତ୍ୟାଗ କରି ନାହାନ୍ତି । ଏଲୀୟଙ୍କ ବିବରଣରେ ଶାସ୍ତ୍ର କଅଣ କହେ, ତାହା କି ତୁମ୍ଭେମାନେ ଜାଣ ନାହିଁ? ସେ କିପରି ଇସ୍ରାଏଲ ବିରୁଦ୍ଧରେ ଈଶ୍ଵରଙ୍କଠାରେ ନିବେଦନ କରନ୍ତି,
Odia BSI (ପବିତ୍ର ବାଇବଲ (CL) NT (BSI))
ଈଶ୍ୱର ଆଦ୍ୟରୁ ମନୋନୀତ କରିଥିବା ତାଙ୍କ ଲୋକମାନଙ୍କୁ କେବେହେଲେ ବର୍ଜ୍ଜନ କରିନାହାନ୍ତି। ତୁମ୍ଭେମାନେ ଶାସ୍ତ୍ରରେ ପାଠ କରିଛ, କିପରି ଏଲିୟ ଈଶ୍ୱରଙ୍କ ନିକଟରେ ଇଶ୍ରାଏଲୀୟମାନଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଥିଲେ:
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ଜନ୍ମ ହେବା ପୂର୍ବରୁ ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ବାଛିଥିଲେ। ପରମେଶ୍ୱର ସେମାନଙ୍କୁ ତ୍ୟାଗ କରି ନାହାନ୍ତି। ଏଲିୟ ଯେତେବେଳେ ପରମେଶ୍ୱରଙ୍କଠାରେ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ ପ୍ରାର୍ଥନା କରୁଥିଲେ, ତାହାଙ୍କ ବିଷୟରେ ଶାସ୍ତ୍ର ଯାହା କୁହେ, ତୁମ୍ଭେ ଜାଣିଛ?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଈଶ୍ବର ଆପଣାର ଯେଉଁ ଲୋକମାନଙ୍କୁ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ପରିତ୍ୟାଗ କରି ନାହାନ୍ତି; ଏଲୀୟଙ୍କ ବିବରଣରେ ଶାସ୍ତ୍ର କଅଣ କହେ, ତାହା କି ତୁମ୍ଭେମାନେ ଜାଣ ନାହିଁ? ସେ କିପରି ଇସ୍ରାଏଲ ବିରୁଦ୍ଧରେ ଈଶ୍ବରଙ୍କଠାରେ ନିବେଦନ କରନ୍ତି,
Odia IRV 2017 (ଓଡିଆ ବାଇବେଲ)
ଈଶ୍ୱର ଆପଣାର ଯେଉଁ ଲୋକମାନଙ୍କୁ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ପରିତ୍ୟାଗ କରି ନାହାଁନ୍ତି ଏଲୀୟଙ୍କ ବିବରଣରେ ଶାସ୍ତ୍ର କ'ଣ କହେ, ତାହା କି ତୁମ୍ଭେମାନେ ଜାଣ ନାହିଁ? ସେ କିପରି ଇସ୍ରାଏଲ ବିରୁଦ୍ଧରେ ଈଶ୍ୱରଙ୍କଠାରେ ନିବେଦନ କରନ୍ତି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅದ್ದಿಕ್ನಾಚ್ ಎಚುನ್ ಘೆಟಲ್ಲ್ಯಾ ಅಪ್ಲ್ಯಾ ಲೊಕಾಕ್ನಿ ದೆವಾನ್ ತಿರಸ್ಕಾರ್ ಕರುಕ್‍ನಾ. ಎಲಿಯಾ ಇಸ್ರಾಯೆಲಾಚ್ಯಾ ಲೊಕಾಂಚ್ಯಾ ವಿರೊದ್ ದೆವಾಕ್ಡೆ ಲೈ ಮಾಗುಕ್ ಲಾಗಲ್ಲೊ, ತ್ಯಾ ಎಳಾರ್ ತೊ ಪವಿತ್ರ್ ಪುಸ್ತಕಾಚೊ ಭಾಗ್ ಕಾಯ್ ಸಾಂಗ್ತಾ ತುಮ್ಕಾ ಗೊತ್ತ್ ಹಾಯ್: