Romans 11:24 — Compare Translations
7 translations compared side by side
Odia - 1840
"ତୁମ୍ଭମାନେେ ଜଙ୍ଗଲୀ ଜୀତଗଛର କଟାଯାଇଥିବା ଶାଖା। ତୁମ୍ଭମାନେେ ଭଲ ଜୀତଗଛ ସହିତ ସଂୟୁକ୍ତ ହାଇେଛ। କିନ୍ତୁ ଏହା ସ୍ବାଭାବିକ। ଅତଏବ, ସହେି ଯିହୂଦୀମାନେ ପ୍ରକୃତ ରେ ନିଜର ବୃକ୍ଷ ସହିତ ପୁନର୍ବାର ସଂୟୁକ୍ତ ହାଇପୋରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଯାହା ସ୍ଵଭାବତଃ ବନ୍ୟ ଜୀତ ବୃକ୍ଷ, ଯଦି ସେଥିରୁ ତୁମ୍ଭେ କଟାଯାଇ ଅସ୍ଵାଭାବିକଭାବେ ଉତ୍ତମ ଜୀତ ବୃକ୍ଷରେ କଲମ କରାଗଲ, ତେବେ ସ୍ଵାଭାବିକ ଶାଖା ଯେ ଏମାନେ, ଏମାନେ କେତେ ଅଧିକ ଭାବରେ ନିଜ ଜୀତ ବୃକ୍ଷରେ କଲମ କରାଯିବେଣ!
Odia BSI (ପବିତ୍ର ବାଇବଲ (CL) NT (BSI))
ଅଣଇହୁଦୀମାନେ ଜଙ୍ଗଲୀ ଜୀତ ବୃକ୍ଷର ଶାଖା ପରି। ତାହା ଛିନ୍ନ ହୋଇ ଅସ୍ୱାଭାବିକ ଭାବରେ ଉଦ୍ୟାନର ସୁରକ୍ଷିତ ଜୀତ ବୃକ୍ଷ ସହିତ ସଂଲଗ୍ନ କରାଯାଇଛି। ଇହୁଦୀ ଜାତି ଉଦ୍ୟାନର ସୁରକ୍ଷିତ ଜୀତ ବୃକ୍ଷ ପରି। ଏହି ବୃକ୍ଷର ଛିନ୍ନ ଶାଖାମାନଙ୍କ ପୁନର୍ବାର ବୃକ୍ଷ ସହିତ ସଂଲଗ୍ନ କରିବା ଈଶ୍ୱରଙ୍କ ପକ୍ଷରେ ସହଜସାଧ୍ୟ।
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭେମାନେ ଜଙ୍ଗଲୀ ଜୀତଗଛର କଟାଯାଇଥିବା ଶାଖା। ତୁମ୍ଭେମାନେ ଭଲ ଜୀତଗଛ ସହିତ ସଂଯୁକ୍ତ ହୋଇଛ। କିନ୍ତୁ ଏହା ସ୍ୱାଭାବିକ। ଅତଏବ, ସେହି ଯିହୂଦୀମାନେ ପ୍ରକୃତରେ ନିଜର ବୃକ୍ଷ ସହିତ ପୁନର୍ବାର ସଂଯୁକ୍ତ ହୋଇପାରିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଯାହା ସ୍ୱଭାବତଃ ବନ୍ୟ ଜୀତବୃକ୍ଷ, ଯଦି ସେଥିରୁ ତୁମ୍ଭେ କଟାଯାଇ ଅସ୍ୱାଭାବିକଭାବେ ଉତ୍ତମ ଜୀତବୃକ୍ଷରେ କଲମ କରାଗଲ, ତେବେ ସ୍ୱାଭାବିକ ଶାଖା ଯେ ଏମାନେ, ଏମାନେ କେତେ ଅଧିକ ଭାବରେ ନିଜ ଜୀତବୃକ୍ଷରେ କଲମ କରାଯିବେ!
Odia IRV 2017 (ଓଡିଆ ବାଇବେଲ)
କାରଣ ଯାହା ସ୍ୱଭାବତଃ ବନ୍ୟ ଜୀତବୃକ୍ଷ, ଯଦି ସେଥିରୁ ତୁମ୍ଭେ କଟାଯାଇ ଅସ୍ୱାଭାବିକଭାବେ ଉତ୍ତମ ଜୀତ-ବୃକ୍ଷରେ କଲମ କରାଗଲ, ତେବେ ସ୍ୱାଭାବିକ ଶାଖା ଯେ ଏମାନେ, ଏମାନେ କେତେ ଅଧିକ ଭାବରେ ନିଜ ଜୀତ ବୃକ୍ଷରେ କଲମ କରାଯିବେ!
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮ್ಕಾ ಜಂಗ್ಲಿ ಒಲಿವಾಚ್ಯಾ ಝಾಡಾಚ್ಯಾ ಟಾಳಿಯಾಕ್ನಿ ತುಮ್ಚ್ಯಾ ಸ್ವಬಾವಾಚ್ಯಾ ವಿರೊದ್ ಹೊತ್ತ್ಯಾ ಬರ್ಯಾ ಒಲಿವಾಚ್ಯಾ ಝಾಡಾಕ್ ಕಶಿ ಕರುಕ್ ಹೊತಾ ಜಾಲ್ಯಾರ್, ಕಾತ್ರುನ್ ಟಾಕಲ್ಲ್ಯಾ ತ್ಯಾಚ್ ಝಾಡಾಚ್ಯಾ ಟಾಳಿಯಾ ಲಾವುನ್ ಕಶಿ ಕರುಕ್ ದೆವಾಕ್ ಕವ್ಡೆ ಸಸಾರ್ ಅಸಿಲ್.