Romans 11:25 — Compare Translations
7 translations compared side by side
Odia - 1840
"ଭାଇ ଓ ଭଉଣୀମାନେ, ଏହି ନିଗୂଢ ସତ୍ଯ ବିଷୟ ରେ ତୁମ୍ଭମାନେେ ଯେ ପରି ଅଜଣା ରହି ଯାଅ; ଏ କଥା ମୁଁ ଚା ହେଁ ନାହିଁ । ଏହି ସତ୍ଯ ତୁମ୍ଭମାନଙ୍କୁ ଜାଣିବା ରେ ସାହାୟ୍ଯ କରିବ ଯେ, ତୁମ୍ଭମାନେେ ସର୍ବଜ୍ଞ ନୁହଁ। ଏହି କଥା ସତ୍ଯ ଯେ, ଇଶ୍ରାୟେଲର ଗୋଟିଏ ଅଂଶର ଲୋକଙ୍କୁ ଅବାଧ୍ଯ କରାଯାଇଛି। ଯେତବେେଳେ ପୂର୍ଣ ସଂଖ୍ଯକ ଅଣଯିହୂଦୀ ପରମେଶ୍ବରଙ୍କ ନିଜ ଲୋକ ହାଇେ ଯିବେ, ତା ହେଲେ ଏହି ସ୍ଥିତି ରେ ପରିବର୍ତ୍ତନ ଘଟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ, ହେ ଭାଇମାନେ, ତୁମ୍ଭେମାନେ ଯେପରି ଆପଣା ଆପଣାକୁ ବୁଦ୍ଧିମାନ ବୋଲି ମନେ ନ କର ଏଥିନିମନ୍ତେ ତୁମ୍ଭେମାନେ ଯେ ଏହି ନିଗୂଢ଼ ତତ୍ତ୍ଵ ସମ୍ଵନ୍ଧରେ ଅଜ୍ଞ ରୁହ, ଏହା ମୋହର ଇଚ୍ଛା ନୁହେଁ, ଅର୍ଥାତ୍, ଯେପର୍ଯ୍ୟନ୍ତ ବିଜାତିମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରି ନାହାନ୍ତି, ସେପର୍ଯ୍ୟନ୍ତ ଇସ୍ରାଏଲ ଅଂଶକ୍ରମେ କଠିନ ହୋଇଅଛ୍ରି;
Odia BSI (ପବିତ୍ର ବାଇବଲ (CL) NT (BSI))
ଭାଇମାନେ, ଏ ସମ୍ପର୍କରେ ଗୋଟିଏ ଗୁପ୍ତ ସତ୍ୟ ପ୍ରକାଶ କରୁଛି। ତା’ ଶୁରିଲେ, ତୁମ୍ଭେମାନେ ନିଜକୁ ଆଉ ଜ୍ଞାନୀ ବୋଲି ଭାବି ପାରିବ ନାହିଁ। ଇଶ୍ରାଏଲୀୟମାନଙ୍କ ଅବାଧ୍ୟତା ଚିରସ୍ଥାୟୀ ହୋଇ ରହିବ ନାହିଁ। ଅଣଇହୁଦୀମାନେ ସମସ୍ତେ ଈଶ୍ୱରଙ୍କ ନିକଟକୁ ଆସିବା ପର୍ଯ୍ୟନ୍ତ ସେମାନେ ସେପରି ରହିବେ।
Odia Bible ERV 2004 (ପବିତ୍ର ବାଇବଲ)
ଭାଇ ଓ ଭଉଣୀମାନେ, ଏହି ନିଗୂଢ଼ ସତ୍ୟ ବିଷୟରେ ତୁମ୍ଭେମାନେ ଯେ ପରି ଅଜଣା ରହି ଯାଅ; ଏ କଥା ମୁଁ ଗ୍ଭହେଁ ନାହିଁ । ଏହି ସତ୍ୟ ତୁମ୍ଭମାନଙ୍କୁ ଜାଣିବାରେ ସାହାଯ୍ୟ କରିବ ଯେ, ତୁମ୍ଭେମାନେ ସର୍ବଜ୍ଞ ନୁହଁ। ଏହି କଥା ସତ୍ୟ ଯେ, ଇସ୍ରାଏଲର ଗୋଟିଏ ଅଂଶର ଲୋକଙ୍କୁ ଅବାଧ୍ୟ କରାଯାଇଛି। ଯେତେବେଳେ ପୂର୍ଣ୍ଣ ସଂଖ୍ୟକ ଅଣଯିହୂଦୀ ପରମେଶ୍ୱରଙ୍କ ନିଜ ଲୋକ ହୋଇ ଯିବେ, ତା’ହେଲେ ଏହି ସ୍ଥିତିରେ ପରିବର୍ତ୍ତନ ଘଟିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ, ହେ ଭାଇମାନେ, ତୁମ୍ଭେମାନେ ଯେପରି ଆପଣା ଆପଣାକୁ ବୁଦ୍ଧିମାନ ବୋଲି ମନେ ନ କର ଏଥିନିମନ୍ତେ ତୁମ୍ଭେମାନେ ଯେ ଏହି ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ଅଜ୍ଞ ରୁହ, ଏହା ମୋହର ଇଚ୍ଛା ନୁହେଁ, ଅର୍ଥାତ୍, ଯେପର୍ଯ୍ୟନ୍ତ ଅଣଯିହୁଦୀମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରି ନାହାନ୍ତି, ସେପର୍ଯ୍ୟନ୍ତ ଇସ୍ରାଏଲ ଅଂଶକ୍ରମେ କଠିନ ହୋଇଅଛି;
Odia IRV 2017 (ଓଡିଆ ବାଇବେଲ)
କାରଣ, ହେ ଭାଇମାନେ, ତୁମ୍ଭେମାନେ ଯେପରି ଆପଣା ଆପଣାକୁ ବୁଦ୍ଧିମାନ ବୋଲି ମନେ ନ କର ଏଥି ନିମନ୍ତେ ତୁମ୍ଭେମାନେ ଯେ ଏହି ନିଗୂଢ଼ତତ୍ତ୍ୱ ସମ୍ବନ୍ଧରେ ଅଜ୍ଞ ରୁହ, ଏହା ମୋହର ଇଚ୍ଛା ନୁହେଁ, ଅର୍ଥାତ୍, ଯେପର୍ଯ୍ୟନ୍ତ ଅଣଯିହୂଦୀମାନେ ପୂର୍ଣ୍ଣ ସଂଖ୍ୟାରେ ପ୍ରବେଶ କରି ନାହାଁନ୍ତି, ସେପର୍ଯ୍ୟନ୍ତ ଇସ୍ରାଏଲ ଅଂଶକ୍ରମେ କଠିନ ହୋଇଅଛି;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾಜ್ಯಾ ಭಾವಾನು ಅನಿ ಭೆನಿಯಾನು, ಎಕ್ ಘುಟಾನ್ ಹೊತ್ತೆ ಖರೆ ಹಾಯ್ ತೆ ತುಮ್ಕಾ ಗೊತ್ತ್ ರ್ಹಾವ್ಕ್ ಪಾಜೆ ಮನ್ತಲಿ ಎಕ್ ಮಾಜಿ ಆಶಾ, ಅನಿ ಹೆ ತುಮ್ಕಾ ತುಮಿ ಕವ್ಡೆ ಶಾನೆ ಹಾಸಿ ಮನುನ್ ಚಿಂತಲ್ಯಾತ್ನಾ ಧುರ್ ಥವ್ತಾ. ತೆ ಕಾಯ್ ಮಟ್ಲ್ಯಾರ್, ಇಸ್ರಾಯೆಲಾಚ್ಯಾ ಲೊಕಾಂಚೆ ಮಂಡ್ಪಾನ್ ತಸೆಚ್ ರ್ಹಾಯ್ನಾ, ಜುದೆವ್ ನ್ಹಯ್ ಹೊತ್ತಿ ಸಗ್ಳಿ ಲೊಕಾ ದೆವಾಕ್ಡೆ ಯೆಯ್ ಪತರ್ ತೆ ರ್ಹಾತಾ ಮಾನಾ ಸರುನ್ ಜಾತಾ.