Romans 15:24 — Compare Translations

7 translations compared side by side

Odia - 1840
"ଅତଏବ ମୁଁ ଯେତବେେଳେ ସ୍ପନକେୁ ୟିବି, ସେତବେେଳେ ତୁମ୍ଭମାନଙ୍କୁ ଦଖାେ କରିବି। ଆଶା କରେ ଯେ ସ୍ପନକେୁ ୟିବାବାଟରେ ମୁଁ ତୁମ୍ଭମାନଙ୍କୁ ଦଖାେ କରିବି ସଠାେରେ ରହିବି ଓ ଆନନ୍ଦ ଉପ ଭୋଗ କରିବି। ତୁମ୍ଭମାନେେ ମାେତେ ମାରେ ଯାତ୍ରା ରେ ମଧ୍ଯ ସାହାୟ୍ଯ କରି ପାରିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ସ୍ପେନକୁ ଯିବା ସମୟରେ ଆସିବି; କାରଣ ବାଟରେ ତୁମ୍ଭମାନଙ୍କୁ ସାକ୍ଷାତ କରି ପ୍ରଥମରେ ତୁମ୍ଭମାନଙ୍କ ସହଭାଗିତାରେ କେତେକ ପରିମାଣରେ ତୃପ୍ତିଲାଭ କଲା ଉତ୍ତାରେ ସେସ୍ଥାନକୁ ଯିବା ନିମନ୍ତେ ତୁମ୍ଭେମାନେ ମୋତେ ବାଟ ବଳାଇଦେବ ବୋଲି ଆଶା କରୁଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ସ୍ପେନ୍ ଯିବା ବାଟରେ ତୁମ୍ଭମାନଙ୍କୁ ଦେଖି ଆସିବି ବୋଲି ଭାବିଛି। ତୁମ୍ଭମାନଙ୍କ ନିକଟରେ କିଛି ସମୟ ଅତିବାହିତ କରିବା ପରେ ତୁମ୍ଭମାନଙ୍କ ସାହାଯ୍ୟରେ ସ୍ପେନ୍ ଚାଲିଯିବ।
Odia Bible ERV 2004 (ପବିତ୍ର ବାଇବଲ)
ଅତଏବ ମୁଁ ଯେତେବେଳେ ସ୍ପେନକୁ ଯିବି, ସେତେବେଳେ ତୁମ୍ଭମାନଙ୍କୁ ଦେଖା କରିବି। ଆଶାକରେ ଯେ ସ୍ପେନକୁ ଯିବାବାଟରେ ମୁଁ ତୁମ୍ଭମାନଙ୍କୁ ଦେଖା କରିବି ସେଠାରେ ରହିବି ଓ ଆନନ୍ଦ ଉପଭୋଗ କରିବି। ତୁମ୍ଭେମାନେ ମୋତେ ମୋର ଯାତ୍ରାରେ ମଧ୍ୟ ସାହାଯ୍ୟ କରି ପାରିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ସ୍ପେନ ଦେଶକୁ ଯିବା ସମୟରେ ଆସିବି; କାରଣ ବାଟରେ ତୁମ୍ଭମାନଙ୍କୁ ସାକ୍ଷାତ କରି ପ୍ରଥମରେ ତୁମ୍ଭମାନଙ୍କ ସହଭାଗିତାରେ କେତେକ ପରିମାଣରେ ତୃପ୍ତିଲାଭ କଲା ଉତ୍ତାରେ ସେ ସ୍ଥାନକୁ ଯିବା ନିମନ୍ତେ ତୁମ୍ଭେମାନେ ମୋତେ ବାଟ ବଳାଇଦେବ ବୋଲି ଆଶା କରୁଅଛି।
Odia IRV 2017 (ଓଡିଆ ବାଇବେଲ)
ମୁଁ ସ୍ପେନକୁ ଯିବା ସମୟରେ ଆସିବି; କାରଣ ବାଟରେ ତୁମ୍ଭମାନଙ୍କୁ ସାକ୍ଷାତ କରି ପ୍ରଥମରେ ତୁମ୍ଭମାନଙ୍କ ସହଭାଗିତାରେ କେତେକ ପରିମାଣରେ ତୃପ୍ତିଲାଭ କଲା ଉତ୍ତାରେ ସେ ସ୍ଥାନକୁ ଯିବା ନିମନ୍ତେ ତୁମ୍ଭେମାନେ ମୋତେ ବାଟ ବଳାଇଦେବ ବୋଲି ଆଶା କରୁଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಲಗ್ಗುನಾಚ್ ಮಿಯಾ ಸ್ಪೆನ್ ದೆಶಾಕ್ ಜಾತಲೊ ಹಾಂವ್, ಜಾತಾನಾ ತುಮ್ಕಾಬಿ ಮಿಯಾ ಯೆವ್ನ್ ಭೆಟುಕ್ ಹೊತಾ ಮನುನ್ ಮಾಕಾ ಬರೊಸೊ ಹಾಯ್. ಉಲ್ಲೊ ಎಳ್ ತುಮ್ಚ್ಯಾ ವಾಂಗ್ಡಾ ಖುಶಿನ್ ರ್‍ಹಾವ್ನ್, ಜಾತಾನಾ ತುಮಿ ಮಾಕಾ ಸ್ಪೆನ್ ದೆಶಾಕ್ ಜಾವ್ಕ್ ಮಜತ್ ಕರ್‍ತ್ಯಾಶಿ ಮನುನ್ ಚಿಂತಾ.