Romans 15:27 — Compare Translations
7 translations compared side by side
Odia - 1840
"ସମାନେେ ଖୁସି ରେ ଏହା କରିଛନ୍ତି। ଏହା ସମାନଙ୍କେର କର୍ତ୍ତବ୍ଯ ମଧ୍ଯ ଅଟେ। କାରଣ ଯିହୂଦୀମାନଙ୍କର ଆତ୍ମିକ ଆଶୀର୍ବାଦର ଅଂଶ ଅଣଯିହୂଦୀମାନେ ପାଇଛନ୍ତି। ଅତଏବ ଯିହୂଦୀମାନଙ୍କର ଉନ୍ନତି ପାଇଁ ଅଣଯିହୂଦୀମାନେ ସମାନଙ୍କେର ଜାଗତିକ ଆଶୀର୍ବାଦକୁ ବ୍ଯବହାର କରିବା ଉଚିତ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହଁ, ସେମାନେ ଏହା ଭଲ ମଣିଅଛନ୍ତି ସତ, ହେଲେ ସେମାନେ ସେମାନଙ୍କ ନିକଟରେ ଋଣୀ ମଧ୍ୟ ଅଟନ୍ତି; କାରଣ ଯଦି ବିଜାତିମାନେ ସେମାନଙ୍କ ଆତ୍ମିକ ବିଷୟର ସହଭାଗୀ ହୋଇଅଛନ୍ତି, ତେବେ ସେମାନେ ସାଂସାରିକ ବିଷୟରେ ମଧ୍ୟ ସେମାନଙ୍କର ସେବା କରିବା ନିମନ୍ତେ ଋଣୀ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହା ସେମାନଙ୍କର ସ୍ୱେଚ୍ଛାକୃତ ନିଷ୍ପତ୍ତି; ବାସ୍ତବରେ ଏପରି କରିବା ସେମାନଙ୍କର କର୍ତ୍ତବ୍ୟ। ଇହୁଦୀମାନେ ନିଜର ଆଧ୍ୟାତ୍ମିକ ଆଶୀର୍ବାଦରେ ଅଣଇହୁଦୀମାନଙ୍କୁ ଅଂଶୀଦାର କରାଇଥିବାରୁ, ଇହୁଦୀମାନଙ୍କୁ ନିଜର ଆର୍ଥିକ ଆଶୀର୍ବାଦରେ ଅଂଶୀ କରାଇ ସେମାନଙ୍କୁ ସାହାଯ୍ୟ କରିବା ଅଣଇହୁଦୀମାନଙ୍କର କର୍ତ୍ତବ୍ୟ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ଖୁସୀରେ ଏହା କରିଛନ୍ତି। ଏହା ସେମାନଙ୍କର କର୍ତ୍ତବ୍ୟ ମଧ୍ୟ ଅଟେ। କାରଣ ଯିହୂଦୀମାନଙ୍କର ଆତ୍ମିକ ଆଶୀର୍ବାଦର ଅଂଶ ଅଣଯିହୂଦୀମାନେ ପାଇଛନ୍ତି। ଅତଏବ ଯିହୂଦୀମାନଙ୍କର ଉନ୍ନତି ପାଇଁ ଅଣଯିହୂଦୀମାନେ ସେମାନଙ୍କର ଜାଗତିକ ଆଶୀର୍ବାଦକୁ ବ୍ୟବହାର କରିବା ଉଚିତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହଁ, ସେମାନେ ଏହା ଭଲ ମଣିଅଛନ୍ତି ସତ, ହେଲେ ସେମାନେ ସେମାନଙ୍କ ନିକଟରେ ଋଣୀ ମଧ୍ୟ ଅଟନ୍ତି; କାରଣ ଯଦି ଅଣଯିହୁଦୀମାନେ ସେମାନଙ୍କ ଆତ୍ମିକ ବିଷୟର ସହଭାଗୀ ହୋଇଅଛନ୍ତି, ତେବେ ସେମାନେ ସାଂସାରିକ ବିଷୟରେ ମଧ୍ୟ ସେମାନଙ୍କର ସେବା କରିବା ନିମନ୍ତେ ଋଣୀ।
Odia IRV 2017 (ଓଡିଆ ବାଇବେଲ)
ହଁ, ସେମାନେ ଏହା ଭଲ ମଣିଅଛନ୍ତି ସତ, ହେଲେ ସେମାନେ ସେମାନଙ୍କ ନିକଟରେ ଋଣୀ ମଧ୍ୟ ଅଟନ୍ତି; କାରଣ ଯଦି ଅଣଯିହୂଦୀମାନେ ସେମାନଙ୍କ ଆତ୍ମିକ ବିଷୟର ସହଭାଗୀ ହୋଇଅଛନ୍ତି, ତେବେ ସେମାନେ ସାଂସାରିକ ବିଷୟରେ ମଧ୍ୟ ସେମାନଙ୍କର ସେବା କରିବା ନିମନ୍ତେ ଋଣୀ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆನಿ ತೆ ಅಪ್ನಾಚ್ಯಾ ಸ್ವತಾಚ್ಯಾ ಮನಾನಿ ಕರ್ಲ್ಯಾನಾತ್; ಜಾಲ್ಯಾರ್ಬಿ ತೆನಿ ಅಶೆ ಕರ್ತಲೆ ಅಪ್ನಾಚೊ ಕರ್ತವ್ಯ್ ಮನುನ್ ಚಿಂತ್ಲ್ಯಾನಾತ್, ಹೆಕಾ ಕಾರನ್ ಯೆವ್ಡೆಚ್: ಜರ್ ಜುದೆವ್ ನ್ಹಯ್ ಹೊತ್ತ್ಯಾಕ್ನಿ ದೆನ್ಗಿ ಗಾವ್ಲಾ ತರ್ ಜುದೆವಾಂಚ್ಯಾ ಆಂಗಾಕ್ ಪಾಜೆ ಹೊಲ್ಲ್ಯಾ ಗರ್ಜಾಂಚ್ಯಾಸಾಟಿ ಕಾಯ್ ತರ್ ದಿತಲೆ ಜುದೆವ್ ನ್ಹಯ್ ಹೊತ್ತ್ಯಾಂಚೆ ಕರ್ತವ್ಯ್.