Romans 15:9 — Compare Translations

7 translations compared side by side

Odia - 1840
"ଅଣଯିହୂଦୀ ଲୋକେ, ପରମେଶ୍ବରଙ୍କ ଦ୍ବାରା ପ୍ରଦତ୍ତକରୁଣା ପାଇଁ, ତାହାଙ୍କୁ ମହିମା ପ୍ରଦାନ କରି ପାରିବେ ସେଥିପାଇଁ ମଧ୍ଯ ସେ ଏହା କଲେ। ଶାସ୍ତ୍ର କୁ ହେ:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ଯେପରି ବିଜାତିମାନେ ଈଶ୍ଵରଙ୍କ ଦୟା ନିମନ୍ତେ ତାହାଙ୍କର ଗୌରବ କରନ୍ତି; ଯେପରି ଲେଖା ଅଛି, “ଏଥିପାଇଁ ମୁଁ ବିଜାତିମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି, ଆଉ ତୁମ୍ଭ ନାମର କୀର୍ତ୍ତନ କରିବି ।”
Odia BSI (ପବିତ୍ର ବାଇବଲ (CL) NT (BSI))
ତାଙ୍କ ଅନୁଗ୍ରହ ନିମନ୍ତେ ଅଣଇହୁଦୀମାନେ ମଧ୍ୟ ତାଙ୍କର ପ୍ରଶଂସା କରିବେ। ଏ ବିଷୟରେ ଶାସ୍ତ୍ରରେ ଲେଖାଅଛି: “ଅଣଇହୁଦୀମାନଙ୍କ ମଧ୍ୟରେ ତୁମର ପ୍ରଶଂସା କରିବି, ସର୍ବଦା ତୁମର ସ୍ତୁତିଗାନ କରିବି।”
Odia Bible ERV 2004 (ପବିତ୍ର ବାଇବଲ)
ଅଣଯିହୂଦୀ ଲୋକେ, ପରମେଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ କରୁଣା ପାଇଁ, ତାହାଙ୍କୁ ମହିମା ପ୍ରଦାନ କରି ପାରିବେ ସେଥିପାଇଁ ମଧ୍ୟ ସେ ଏହା କଲେ। ଶାସ୍ତ୍ର କୁହେ: “ସେଥିପାଇଁ ମୁଁ ଅଣଯିହୂଦୀ ଲୋକଙ୍କ ଭିତରେ ତୁମ୍ଭକୁ ଧନ୍ୟବାଦ ଜଣାଇବି, ଓ ତୁମ୍ଭ ନାମର ମହିମା ଗାନ କରିବି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଯେପରି ଅଣଯିହୁଦୀମାନେ ଈଶ୍ବରଙ୍କ ଦୟା ନିମନ୍ତେ ତାହାଙ୍କର ଗୌରବ କରନ୍ତି; ଯେପରି ଲେଖାଅଛି, “ଏଥିପାଇଁ ମୁଁ ଅଣଯିହୁଦୀମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି, ଆଉ ତୁମ୍ଭ ନାମର କୀର୍ତ୍ତନ କରିବି।”
Odia IRV 2017 (ଓଡିଆ ବାଇବେଲ)
ପୁଣି, ଯେପରି ଅଣଯିହୂଦୀମାନେ ଈଶ୍ୱରଙ୍କ ଦୟା ନିମନ୍ତେ ତାହାଙ୍କର ଗୌରବ କରନ୍ତି; ଯେପରି ଲେଖା ଅଛି, "ଏଥିପାଇଁ ମୁଁ ଅଣଯିହୂଦୀମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି, ଆଉ ତୁମ୍ଭ ନାମର କୀର୍ତ୍ତନ କରିବି ।"
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಹೆಚ್ಯಾಸಾಟ್ನಿ ಜುದೆವ್ ನ್ಹಯ್ ಹೊತ್ತಿ ಲೊಕಾ ಅಪ್ನಾಕ್ ದೆವಾನ್ ದಾಕ್ವಲ್ಲ್ಯಾ ದಯೆಚ್ಯಾಸಾಟಿ ದೆವಾಕ್ ಮಹಿಮಾ ದಿತ್ಯಾತ್; ಪವಿತ್ರ್ ಪುಸ್ತಕಾತ್ ಅಶೆ ಮಟಲ್ಲೆ ಹಾಯ್; ಹೆಚ್ಯಾಸಾಟ್ನಿ ಜುದೆವ್ ನ್ಹಯ್ ಹೊತ್ತ್ಯಾ ಲೊಕಾಂಚ್ಯಾ ಮದ್ದಿ ಮಿಯಾ ತುಕಾ ಸ್ತುತಿಚಿ ಗಿತಾ ಗಾವ್ತಾ.