Romans 16:18 — Compare Translations
7 translations compared side by side
Odia - 1840
"ଏହି ଲୋକମାନଙ୍କ ଠାରୁ ଦୂର ରେ ରୁହ। ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସବୋ ନକରି କବଳେ ନିଜ ସୁଖ ରେ ମାତି ଥାନ୍ତି। ସମାନେେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁ ମାନେ ମନ୍ଦ ବିଷୟ ରେ ଜାଣି ନାହାଁନ୍ତି, ସମାନଙ୍କେୁ ଭୁଲାନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଏହିପରି ଲୋକେ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟଙ୍କର ଦାସ ନୁହନ୍ତି, କିନ୍ତୁ ଆପଣା ଆପଣା ଉଦରର ଦାସ ଅଟନ୍ତି, ପୁଣି ମିଷ୍ଟବାକ୍ୟ ଓ ଚାଟୁଭାଷାରେ ସରଳହୃଦୟ ଲୋକଙ୍କର ମନ ଭୁଲାନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେଉଁମାନେ ଏପରି କାର୍ଯ୍ୟରେ ଲିପ୍ତ, ସେମାନେ ପ୍ରଭୁଙ୍କ ସେବା କରୁ ନାହାନ୍ତି- ସେମାନେ କେବଳ ନିଜର ଦୂରଭିଳାଷ ଚରିତାର୍ଥ କରିବାକୁ ତତ୍ପର। ଭାଷାର ଚାତୁରୀ ଓ ଚାଟୁବାଦ ଦ୍ୱାରା ସେମାନେ ନିରୀହ ଲୋକମାନଙ୍କୁ ପ୍ରତାରଣା କରନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ଏହି ଲୋକମାନଙ୍କଠାରୁ ଦୂରରେ ରୁହ। ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବା ନ କରି କେବଳ ନିଜ ସୁଖରେ ମାତି ଥା’ନ୍ତି। ସେମାନେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁମାନେ ମନ୍ଦ ବିଷୟରେ ଜାଣି ନାହାନ୍ତି, ସେମାନଙ୍କୁ ଭୁଲାନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଏହିପରି ଲୋକମାନେ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟଙ୍କର ଦାସ ନୁହଁନ୍ତି, କିନ୍ତୁ ଆପଣା ଆପଣା ଉଦରର ଦାସ ଅଟନ୍ତି, ପୁଣି, ମିଷ୍ଟବାକ୍ୟ ଓ ଚାଟୁଭାଷାରେ ସରଳ ହୃଦୟ ଲୋକଙ୍କର ମନ ଭୁଲାନ୍ତି।
Odia IRV 2017 (ଓଡିଆ ବାଇବେଲ)
କାରଣ ଏହିପରି ଲୋକେ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟଙ୍କର ଦାସ ନୁହଁନ୍ତି, କିନ୍ତୁ ଆପଣା ଆପଣା ଉଦରର ଦାସ ଅଟନ୍ତି, ପୁଣି, ମିଷ୍ଟବାକ୍ୟ ଓ ଚାଟୁଭାଷାରେ ସରଳ ହୃଦୟ ଲୋକଙ୍କର ମନ ଭୁଲାନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸ್ಲಿ ಲೊಕಾ ಕ್ರಿಸ್ತಾ ಅಮ್ಚ್ಯಾ ಧನಿಯಾಚಿ ಸೆವಾ ಕರಿನ್ಯಾತ್, ಗೊಡ್-ಗೊಡ್ ಗೊಸ್ಟಿಯಾನಿ ಅನಿ ಪಶ್ವುತಲ್ಯಾ ಬೊಲ್ನ್ಯಾನಿ ತೆನಿ ವಿಶ್ವಾಸಾತ್ ಬಾರಿಕ್ ಹೊತ್ತ್ಯಾಂಚಿ ಮನಾ ಪಿಸ್ವುನ್ ಟಾಕ್ತ್ಯಾತ್.