Romans 16:20 — Compare Translations
7 translations compared side by side
Odia - 1840
"ଶାନ୍ତିର ସୋର୍ତ ପରମେଶ୍ବର ଶୀଘ୍ର ଶୟତାନକୁ ହରାଇବେ ଓ ତା' ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ। ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଶାନ୍ତିଦାତା ଈଶ୍ଵର ଶୟତାନକୁ ଶୀଘ୍ର ତୁମ୍ଭମାନଙ୍କ ପଦ ତଳେ ଦଳିପକାଇବେ । ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ ହେଲେ, ଶାନ୍ତିର ଆଧାର ଈଶ୍ୱର ଶୀଘ୍ର ଶୟତାନକୁ ତୁମ୍ଭମାନଙ୍କର ପଦଦଳିତ କରିବେ। ପ୍ରଭୁଙ୍କ ଅନୁଗ୍ରହ ତୁମମାନଙ୍କ ସହବର୍ତ୍ତୀ ହେଉ।
Odia Bible ERV 2004 (ପବିତ୍ର ବାଇବଲ)
ଶାନ୍ତିର ସ୍ରୋତ ପରମେଶ୍ୱର ଶୀଘ୍ର ଶୟତାନକୁ ହରାଇବେ ଓ ତା’ ଉପରେ ତୁମ୍ଭମାନଙ୍କୁ ଶକ୍ତି ପ୍ରଦାନ କରିବେ। ଆମ୍ଭର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହିତ ରହୁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଶାନ୍ତିଦାତା ଈଶ୍ବର ଶୟତାନକୁ ଶୀଘ୍ର ତୁମ୍ଭମାନଙ୍କ ପଦ ତଳେ ଦଳିପକାଇବେ। ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।
Odia IRV 2017 (ଓଡିଆ ବାଇବେଲ)
ଆଉ ଶାନ୍ତିଦାତା ଈଶ୍ୱର ଶୟତାନକୁ ଶୀଘ୍ର ତୁମ୍ଭମାନଙ୍କ ପଦ ତଳେ ଦଳିପକାଇବେ । ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ಸಮಾದಾನಾಚೊ ಮುಳ್ ಹೊವ್ನ್ ಹೊತ್ತೊ ದೆವ್ ಲಗ್ಗುನಾಚ್ ಸೈತಾನಾಕ್ ತುಮ್ಚ್ಯಾ ಪಾಂಯಾಂಚ್ಯಾ ಬುಡಿ ಘಾಲುನ್ ಚಿರ್ಡುನ್ ಸೊಡ್ತಾ, ಅಮ್ಚ್ಯಾ ಧನಿಯಾ ಜೆಜು ಕ್ರಿಸ್ತಾಚಿ ಕುರ್ಪಾ ತುಮ್ಚ್ಯಾ ವಾಂಗ್ಡಾ ರಾಂವ್ದಿತ್.