Romans 2:27 — Compare Translations
7 translations compared side by side
Odia - 1840
"ତୁମ୍ଭ ଯିହୂଦୀମାନଙ୍କର ଲିଖିତ ବ୍ଯବସ୍ଥା ଅଛି ଓ ସୁନ୍ନତ ମଧ୍ଯ, କିନ୍ତୁ ତୁମ୍ଭମାନେେ ବ୍ଯବସ୍ଥା ଭଙ୍ଗ କରୁଛ। ଅତଏବ ଶାରୀରିକ ଭାବେ ସୁନ୍ନତ ନ ହାଇେ ବ୍ଯବସ୍ଥା ପାଳନ କରୁଥିବା ଲୋକେ ଦଖାଇେ ଦବେେ ଯେ ତୁମ୍ଭେ ଦୋଷୀ ଅଟ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସ୍ଵାଭାବିକ ଅସୁନ୍ନତି ଲୋକ ଯଦି ବ୍ୟବସ୍ଥା ପାଳନ କରେ, ତେବେ ଲିଖିତ ବ୍ୟବସ୍ଥା ଓ ସୁନ୍ନତ ବିଧି ପ୍ରାପ୍ତ ହୋଇ ସୁଦ୍ଧା ବ୍ୟବସ୍ଥା ଲଙ୍ଘନ କରୁଅଛ ଯେ ତୁମ୍ଭେ, ସେ ତୁମ୍ଭର ବିଚାର କରିବ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତେଣୁ ଶରୀରରେ ସୁନ୍ନତ ହୋଇ ନ ଥିବା ଯେଉଁଅଣଇହୁଦୀମାନେ ବ୍ରବସ୍ଥା ପାଳନ କରନ୍ତି, ସେମାନେ ତୁମ୍ଭମାନଙ୍କର ବିଚାର କରିବେ, କାରଣ ତୁମ୍ଭେମାନେ ଶରୀରରେ ସୁନ୍ନତ ହୋଇ ବ୍ୟବସ୍ଥା ପ୍ରାପ୍ତ ହୋଇଥିଲେ ସୁଦ୍ଧା, ତାହା ଲଙ୍ଘନ କରୁଛ,
Odia Bible ERV 2004 (ପବିତ୍ର ବାଇବଲ)
ତୁମ୍ଭ ଯିହୂଦୀମାନଙ୍କର ଲିଖିତ ବ୍ୟବସ୍ଥା ଅଛି ଓ ସୁନ୍ନତ ମଧ୍ୟ, କିନ୍ତୁ ତୁମ୍ଭେମାନେ ବ୍ୟବସ୍ଥା ଭଙ୍ଗ କରୁଛ। ଅତଏବ ଶାରୀରିକ ଭାବେ ସୁନ୍ନତ ନ ହୋଇ ବ୍ୟବସ୍ଥା ପାଳନ କରୁଥିବା ଲୋକେ ଦେଖାଇ ଦେବେ ଯେ ତୁମ୍ଭେ ଦୋଷୀ ଅଟ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସ୍ୱାଭାବିକ ଅସୁନ୍ନତି ଲୋକ ଯଦି ମୋଶାଙ୍କ ବ୍ୟବସ୍ଥା ପାଳନ କରେ, ତେବେ ଲିଖିତ ମୋଶାଙ୍କ ବ୍ୟବସ୍ଥା ଓ ସୁନ୍ନତ ବିଧି ପ୍ରାପ୍ତ ହୋଇ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କରୁଅଛ ଯେ ତୁମ୍ଭେ, ସେ ତୁମ୍ଭର ବିଚାର କରିବ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ସ୍ୱାଭାବିକ ଅସୁନ୍ନତି ଲୋକ ଯଦି ମୋଶାଙ୍କ ବ୍ୟବସ୍ଥା ପାଳନ କରେ, ତେବେ ଲିଖିତ ମୋଶାଙ୍କ ବ୍ୟବସ୍ଥା ଓ ସୁନ୍ନତ ବିଧି ପ୍ରାପ୍ତ ହୋଇ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କରୁଅଛ ଯେ ତୁମ୍ଭେ, ସେ ତୁମ୍ଭର ବିଚାର କରିବ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆ ತುಮಿ ಖಾಯ್ದೆ ಲಿವ್ನ್ ಘೆವ್ನ್ ಅನಿ ಸುನ್ನತ್ ಕರುನ್ ಘೆವ್ನ್ ರ್ಹಾಲ್ಯಾರ್ಬಿ ಖಾಯ್ದೆ ಮೊಡ್ತ್ಯಾಶಿ, ಅನಿ ತಸೆ ಮನುನ್ ಜುದೆವ್ ನ್ಹಯ್ ಹೊತ್ತಿ ಲೊಕಾ ತುಮಿ ಚುಕಿದಾರ್ ಮನುನ್ ದಾಕ್ವುನ್ ದಿತ್ಯಾತ್, ಕಶ್ಯಾಕ್ ಮಟ್ಲ್ಯಾರ್, ಆಂಗಾನಿ ತೆನಿ ಸುನ್ನತ್ ಕರುನ್ ಘೆಟಲ್ಲೆ ನಸ್ಲ್ಯಾರ್ಬಿ ತೆನಿ ಖಾಯ್ದೆ ಬರೆ ಕರುನ್ ಪಾಳ್ತ್ಯಾತ್.