Romans 3:27 — Compare Translations
7 translations compared side by side
Odia - 1840
"ତା' ହେଲେ ଆମ୍ଭର ଗର୍ବ କରିବାର କିଛି ଅଛି କି? ନା! କାହିଁକି ନୁହେଁ? କାରଣ, ବିଶ୍ବାସର ମାର୍ଗ ଦ୍ବାରା ସମସ୍ତ ପ୍ରକାରର ଗର୍ବ କରିବା ବିଷୟକୁ ବାଦ୍ କରା ଯାଇଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ଗର୍ବ କେଉଁଠାରେ? ତାହା ଦୂରୀକୃତ ହେଲା । କିପ୍ରକାର ବ୍ୟବସ୍ଥା ଦ୍ଵାରା? କଅଣ କ୍ରିୟାକର୍ମର ବ୍ୟବସ୍ଥା ଦ୍ଵାରା? ନା, ବିଶ୍ଵାସର ବ୍ୟବସ୍ଥା ଦ୍ଵାରା ।
Odia BSI (ପବିତ୍ର ବାଇବଲ (CL) NT (BSI))
ତାହାହେଲେ କେଉଁ ବିଷୟରେ ଆମ୍ଭେମାନେ ଗର୍ବ କରିବା? ନା, ସେପରି ବିଷୟ କିଛି ନାହିଁ। ଗର୍ବ କରିବା ପାଇଁ ଆମ୍ଭମାନଙ୍କର କି କାରଣ ଥାଇପାରେ? କଅଣ ବ୍ୟବସ୍ଥା ପୁରାପୁରି ପାଳନ କରିଛୁ ବୋଲି? ନା, କେବଳ ବିଶ୍ୱାସ ହିଁ ଆମ ଗର୍ବର କାରଣ।
Odia Bible ERV 2004 (ପବିତ୍ର ବାଇବଲ)
ତା’ହେଲେ ଆମ୍ଭର ଗର୍ବ କରିବାର କିଛି ଅଛି କି? ନା! କାହିଁକି ନୁହେଁ? କାରଣ, ବିଶ୍ୱାସର ମାର୍ଗ ଦ୍ୱାରା ସମସ୍ତ ପ୍ରକାରର ଗର୍ବ କରିବା ବିଷୟକୁ ବାଦ୍ କରାଯାଇଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ଗର୍ବ କେଉଁଠାରେ? ତାହା ଦୂରୀକୃତ ହେଲା। କେଉଁ ପ୍ରକାର ବ୍ୟବସ୍ଥା ଦ୍ୱାରା? କଅଣ କ୍ରିୟାକର୍ମର ବ୍ୟବସ୍ଥା ଦ୍ୱାରା? ନା, କିନ୍ତୁ ବିଶ୍ୱାସର ବ୍ୟବସ୍ଥା ଦ୍ୱାରା।
Odia IRV 2017 (ଓଡିଆ ବାଇବେଲ)
ତେବେ ଗର୍ବ କେଉଁଠାରେ? ତାହା ଦୂରୀକୃତ ହେଲା । କେଉଁ ପ୍ରକାର ବ୍ୟବସ୍ଥା ଦ୍ୱାରା? କ୍ରିୟାକର୍ମ ଦ୍ୱାରା? ନୁହେଁ, କିନ୍ତୁ ବିଶ୍ୱାସର ବ୍ୟବସ୍ଥା ଦ୍ୱାରା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆ ರ್ಹಾತಾನಾ, ಅಮಿ ಅಮ್ಚ್ಯಾಚ್ ವಿಶಯಾತ್ ಮೊಟೆಪಾನ್ ಬೊಲುನ್ ಘೆವ್ಕ್ ಅವ್ಕಾಸ್ ಖೈ ಹಾಯ್? ಕಾಯ್ಬಿ ನಾ! ಅಶೆ ಕರುಕ್ ಕಾರನ್ ತರ್ ಖೈ ಹಾಯ್? ಅಮಿ ಖಾಯ್ದ್ಯಾಂಚ್ಯಾ ಸರ್ಕೆ ಚಲ್ತಲೆ ಕಾಯ್? ನ್ಹಯ್, ಜೆ ಅಮಿ ವಿಶ್ವಾಸ್ ಕರ್ತಾಂವ್ ತೆ ಮೊಟೆಪಾನ್ ಬೊಲುಕ್ ಅವಕಾಸ್ ಕರುನ್ ದಿತಾ.