Romans 4:17 — Compare Translations

7 translations compared side by side

Odia - 1840
"ଶାସ୍ତ୍ର ରେ ଲଖାେ ଅଛି, ମୁଁ ତୁମ୍ଭକୁ (ଅବ୍ରାହାମ) ଅନକେ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି। ପରମେଶ୍ବରଙ୍କ ଆଗ ରେ ଏହା ସତ୍ଯ ଅଟେ। ଅବ୍ରାହାମ ଯେଉଁ ପରମେଶ୍ବରଙ୍କୁ ବିଶ୍ବାସ କରିଥିଲେ, ସହେି ପରମେଶ୍ବର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ଯାପି ଘଟି ନାହିଁ ସଗେୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଉଁ ଈଶ୍ଵରଙ୍କୁ ସେ ବିଶ୍ଵାସ କଲେ, ଯେ ମୃତମାନଙ୍କୁ ସଜୀବ କରନ୍ତି ଓ ନ ଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି, ସେହି ଈଶ୍ଵରଙ୍କ ଦୃଷ୍ଟିରେ ସେ ଆମ୍ଭ ସମସ୍ତଙ୍କର ପିତା ଅଟନ୍ତି, ଯେପରି ଲେଖାଅଛି, ଆମ୍ଭେ ତୁମ୍ଭକୁ ବହୁ ଜାତିର ପିତା କରିଅଛୁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏ ସମ୍ପର୍କରେ ଶାସ୍ତ୍ରରେ ଲେଖାଅଛି, “ତୁମକୁ ଆମ୍ଭେ ଅନେକ ଜାତିର ଜନକ କରିଛୁ।” ଈଶ୍ୱରଙ୍କ ଦୃଷ୍ଟିରେ ଏହି ପ୍ରତିଜ୍ଞା ଯଥାର୍ଥ ଥିଲା, କାରଣ ଯେଉଁ ଈଶ୍ୱରଙ୍କୁ ଅବ୍ରାହମ ବିଶ୍ୱାସ କରୁଥିଲେ, ତାଙ୍କର ବାକ୍ୟ ମୃତକୁ ସଞ୍ଜୀବିତ କରେ ଓ ଶୂନ୍ୟରୁ ସମସ୍ତ ବିଷୟ ସୃଷ୍ଟି କରେ।
Odia Bible ERV 2004 (ପବିତ୍ର ବାଇବଲ)
ଶାସ୍ତ୍ରରେ ଲେଖା ଅଛି, “ମୁଁ ତୁମ୍ଭକୁ (ଅବ୍ରହାମ) ଅନେକ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି।” ପରମେଶ୍ୱରଙ୍କ ଆଗରେ ଏହା ସତ୍ୟ ଅଟେ। ଅବ୍ରହାମ ଯେଉଁ ପରମେଶ୍ୱରଙ୍କୁ ବିଶ୍ୱାସ କରିଥିଲେ, ସେହି ପରମେଶ୍ୱର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ୟାପି ଘଟି ନାହିଁ ସେଗୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଉଁ ଈଶ୍ବରଙ୍କୁ ସେ ବିଶ୍ୱାସ କଲେ, ଯେ ମୃତମାନଙ୍କୁ ଜୀବିତ କରନ୍ତି ଓ ନ ଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି, ସେହି ଈଶ୍ବରଙ୍କ ଦୃଷ୍ଟିରେ ସେ ଆମ୍ଭ ସମସ୍ତଙ୍କର ପିତା ଅଟନ୍ତି, ଯେପରି ଲେଖାଅଛି, ଆମ୍ଭେ ତୁମ୍ଭକୁ ବହୁ ଜାତିର ପିତା କରିଅଛୁ।
Odia IRV 2017 (ଓଡିଆ ବାଇବେଲ)
ଯେଉଁ ଈଶ୍ୱରଙ୍କୁ ସେ ବିଶ୍ୱାସ କଲେ, ଯେ ମୃତମାନଙ୍କୁ ଜୀବିତ କରନ୍ତି ଓ ନ ଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି, ସେହି ଈଶ୍ୱରଙ୍କ ଦୃଷ୍ଟିରେ ସେ ଆମ୍ଭ ସମସ୍ତଙ୍କର ପିତା ଅଟନ୍ତି, ଯେପରି ଲେଖା ଅଛି, ଆମ୍ଭେ ତୁମ୍ଭକୁ ବହୁ ଜାତିର ପିତା କରିଅଛୁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪವಿತ್ರ್ ಪುಸ್ತಕ್ ಮನ್ತಾ,“ಮಿಯಾ ತುಕಾ ಸುಮಾರ್ ದೆಶಾಂಚೊ ಬಾಬಾ ಕರುನ್ ಥವ್ಲಾ” ತಸೆಮನುನ್ ಅಬ್ರಾಹಾಮಾನ್ ವಿಶ್ವಾಸ್ ಥವಲ್ಲ್ಯಾ ಮರಲ್ಲ್ಯಾಕ್ನಿ ಜಿವ್ ದಿತಲ್ಯಾ ಅನಿ ನಸಲ್ಲೆ ಹೊತ್ತ್ಯಾ ಸರ್ಕೆ ಕರ್‍ತಲ್ಲ್ಯಾ ದೆವಾಚ್ಯಾ ನದ್ರೆತ್ ಗೊಸ್ಟ್ ಬರಿ ಹೊವ್ನ್ ಹಾಯ್.