Romans 4:9 — Compare Translations
7 translations compared side by side
Odia - 1840
"ତବେେ ଏହି ଖୁସି କଣ କବଳେ ସୁନ୍ନତ ହାଇେଥିବା ଯିହୂଦୀମାନଙ୍କ ପାଇଁ ଅଟେ? ବା ଯେଉଁ ଅଣଯିହୂଦୀମାନେ ସୁନ୍ନତ ହାଇେ ନାହାଁନ୍ତି ସମାନଙ୍କେ ପାଇଁ ମଧ୍ଯ ଅଟେ? ଆମ୍ଭେ କହି ସାରିଛୁ ଯେ, ପରମେଶ୍ବର ଅବ୍ରାହାମଙ୍କ ବିଶ୍ବାସକୁ ଗ୍ରହଣ କଲେ ଓ ସହେି ବିଶ୍ବାସ ଅବ୍ରାହାମକୁ ତାଙ୍କ ପ୍ରତି ଧାର୍ମିକ କଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହାହେଲେ ସୁନ୍ନତିମାନଙ୍କୁ ଏପରି ଧନ୍ୟ ବୋଲି କୁହାଯାଏ, ବା ଅସୁନ୍ନତିମାନଙ୍କୁ ମଧ୍ୟ କୁହାଯାଏ? ଯେଣୁ ଆମ୍ଭେମାନେ କହୁ, ଅବ୍ରହାମଙ୍କ ବିଶ୍ଵାସ ତାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏଠାରେ ଦାଉଦ ଯେଉଁମାନଙ୍କୁ ଧନ୍ୟ ବୋଲି କହିଛନ୍ତି, ସେମାନେ କଅଣ କେବଳ ସୁନ୍ନତ ଲୋକ ଥିଲେ? ନା, ଅସୁନ୍ନତ ଲୋକେ ମଧ୍ୟ ଧନ୍ୟ ହୋଇ ପାରିବେ। ଆମେ କହୁଛୁ- ଅବ୍ରହାମ ବିଶ୍ୱାସଦ୍ୱାରା ଧାର୍ମିକ ବିବେଚିତ ହେଲେ,
Odia Bible ERV 2004 (ପବିତ୍ର ବାଇବଲ)
ତେବେ ଏହି ଖୁସୀ କ’ଣ କେବଳ ସୁନ୍ନତ ହୋଇଥିବା ଯିହୂଦୀମାନଙ୍କ ପାଇଁ ଅଟେ? ବା ଯେଉଁ ଅଣଯିହୂଦୀମାନେ ସୁନ୍ନତ ହୋଇ ନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ଅଟେ? ଆମ୍ଭେ କହି ସାରିଛୁ ଯେ, ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ ଓ ସେହି ବିଶ୍ୱାସ ଅବ୍ରହାମଙ୍କୁ ତାଙ୍କ ପ୍ରତି ଧାର୍ମିକ କଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାହେଲେ ସୁନ୍ନତିମାନଙ୍କୁ ଏପରି ଧନ୍ୟ ବୋଲି କୁହାଯାଏ, ନା ଅସୁନ୍ନତିପ୍ରାପ୍ତମାନଙ୍କୁ କୁହାଯାଏ? ଯେଣୁ ଆମ୍ଭେମାନେ କହୁ, ଅବ୍ରହାମଙ୍କ ବିଶ୍ୱାସ ତାହାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା।
Odia IRV 2017 (ଓଡିଆ ବାଇବେଲ)
ତାହାହେଲେ ସୁନ୍ନତିମାନଙ୍କୁ ଏପରି ଧନ୍ୟ ବୋଲି କୁହାଯାଏ, ବା ଅସୁନ୍ନତିମାନଙ୍କୁ ମଧ୍ୟ କୁହାଯାଏ? ଯେଣୁ ଆମ୍ଭେମାନେ କହୁ, ଅବ୍ରହାମଙ୍କ ବିଶ୍ୱାସ ତାଙ୍କ ପକ୍ଷରେ ଧାର୍ମିକତା ବୋଲି ଗଣିତ ହେଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದಾವಿದಾನ್ ಸಾಂಗಲ್ಲೊ ಹ್ಯೊ ಸುಖ್ ಖಾಲಿ ಸುನ್ನತ್ ಕರುನ್ ಘೆಟಲ್ಲ್ಯಾಕ್ನಿ ಎವ್ಡೊಚ್ ಕಾಯ್, ಬಿಲ್ಕುಲ್ ನಾ! ತೊ ಸುಖ್ ಸುನ್ನತ್ ಕರುನ್ ಘೆಯ್ನಸಲ್ಲ್ಯಾಕ್ನಿಬಿ ಸಮಂದ್ ಪಡಲ್ಲೊ ಹಾಯ್ ತ್ಯೆಚೆ ಸಾಟ್ನಿಚ್ ಅಮಿ, ಪವಿತ್ರ್ ಪುಸ್ತಕಾತ್, “ಅಬ್ರಾಹಾಮಾನ್ ದೆವಾ ವರ್ತಿ ವಿಶ್ವಾಸ್ ಕರ್ಲ್ಯಾನ್, ಅನಿ ತೆಚ್ಯಾ ವಿಶ್ವಾಸಾಕ್ಲಾಗುನ್ ದೆವಾನ್ ತೆಕಾ ಖರ್ಯ್ಯಾ ವಾಟೆನ್ ಚಲ್ತಲೊ ಮಾನುಸ್ ಮನುನ್ ಮಾನುನ್ ಘೆಟ್ಲಲ್ಯಾ” ಮನ್ತಾಂವ್.