Romans 5:1 — Compare Translations
7 translations compared side by side
Odia - 1840
"ଆମ୍ଭର ବିଶ୍ବାସ ହତେୁ ଆମ୍ଭକୁ ପରମେଶ୍ବରଙ୍କଠା ରେ ଧାର୍ମିକ କରାଯାଇଛି। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ସହିତ ଆମ୍ଭେ ଶାନ୍ତି ରେ ଅଛୁ। ବିଶ୍ବାସ ଦ୍ବାରା ଖ୍ରୀଷ୍ଟ ଆମ୍ଭକୁ ପରମେଶ୍ବରଙ୍କ ଅନୁଗ୍ରହର ଅଧୀନ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅତଏବ, ବିଶ୍ଵାସ ଦ୍ଵାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଈଶ୍ଵରଙ୍କ ସହିତ ଶାନ୍ତିରେ ଅଛୁନ୍ତ
Odia BSI (ପବିତ୍ର ବାଇବଲ (CL) NT (BSI))
ବର୍ତ୍ତମାନ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇଛୁ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଯୋଗୁଁ ଈଶ୍ୱରଙ୍କ ସହିତ ଆମର ପ୍ରତିଷ୍ଠା ହୋଇଛି।
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱରଙ୍କ ପ୍ରତି ଧାର୍ମିକ ଆମ୍ଭର ବିଶ୍ୱାସ ହେତୁ ଆମ୍ଭକୁ ପରମେଶ୍ୱରଙ୍କଠାରେ ଧାର୍ମିକ କରାଯାଇଛି। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ସହିତ ଆମ୍ଭେ ଶାନ୍ତିରେ ଅଛୁ। ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଆମ୍ଭକୁ ପରମେଶ୍ୱରଙ୍କ ଅନୁଗ୍ରହର ଅଧୀନ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅତଏବ, ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ବରଙ୍କ ସହିତ ଶାନ୍ତିରେ ଅଛୁ;
Odia IRV 2017 (ଓଡିଆ ବାଇବେଲ)
ଅତଏବ, ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଶାନ୍ତିରେ ଅଛୁ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅತ್ತಾ ಅಮ್ಕಾ ದೆವಾಚ್ಯಾ ವಾಂಗ್ಡಾ ನಿತಿವಂತ್ ಮನುನ್ ಠರ್ವುನ್ ಹೊಲ್ಲೆ ಹಾಯ್, ಅಮ್ಚ್ಯಾ ಧನಿಯಾ ಜೆಜು ಕ್ರಿಸ್ತಾಚ್ಯಾ ವೈನಾ ದೆವಾಚ್ಯಾ ವಾಂಗ್ಡಾ ಅಮ್ಕಾ ಶಾಂತಿ ರ್ಹಾತಾ.