Romans 5:10 — Compare Translations
7 translations compared side by side
Odia - 1840
"ମାେ କହିବା ଅର୍ଥ ଯେ ଆମ୍ଭେ ପରମେଶ୍ବରଙ୍କର ଶତୃ ହାଇେଥିଲେ ମଧ୍ଯ, ସେ ନିଜ ପୁତ୍ରଙ୍କ ମୃତ୍ଯୁ ଦ୍ବାରା ଆମ୍ଭ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି। ସେଥିପାଇଁ ଏବେ ଯେ ହତେୁ ଆମ୍ଭେ ପରମେଶ୍ବରଙ୍କର ମିତ୍ର, ପରମେଶ୍ବର ତାଙ୍କ ପୁତ୍ରଙ୍କ ଜୀବନ ମାଧ୍ଯମ ରେ ଆମ୍ଭକୁ ନିଶ୍ଚିତ ଭାବରେ ରକ୍ଷା କରିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଆମ୍ଭେମାନେ ଶତ୍ରୁ ଥିବା ସମୟରେ ଯଦି ଈଶ୍ଵରଙ୍କ ସହିତ ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ଵାରା ମିଳିତ ହେଲୁ, ତାହାହେଲେ ଏହା ଅଧିକ ସୁନିଶ୍ଚିତ ଯେ, ଆମ୍ଭେମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ଵାରା ପରିତ୍ରାଣ ପାଇବା ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆମ୍ଭେମାନେ ଈଶ୍ୱରଙ୍କ ଶତ୍ରୁ ଥିବା ସମୟରେ ତାଙ୍କ ପୁତ୍ର ଆମ୍ଭମାନଙ୍କ ପାଇଁ ପ୍ରାଣ ଦେଲେ, ତାହା ଦ୍ୱାରା ଈଶ୍ୱରଙ୍କ ସହିତ ପୁନର୍ମିଳନ ହେଲା ପରେ ବର୍ତ୍ତମାନ ଖ୍ରୀଷ୍ଟଙ୍କ ଜୀବନ ଦ୍ୱାରା ପରିତ୍ରାଣ ପାଇବା ପାଇଁ ଆମେ କେତେ ଅଧିକ ସୁଯୋଗ ନ ପାଇବା?
Odia Bible ERV 2004 (ପବିତ୍ର ବାଇବଲ)
ମୋ’ କହିବା ଅର୍ଥ ଯେ ଆମ୍ଭେ ପରମେଶ୍ୱରଙ୍କର ଶତ୍ରୁ ହୋଇଥିଲେ ମଧ୍ୟ, ସେ ନିଜ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ଆମ୍ଭ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି। ସେଥିପାଇଁ ଏବେ ଯେହେତୁ ଆମ୍ଭେ ପରମେଶ୍ୱରଙ୍କର ମିତ୍ର, ପରମେଶ୍ୱର ତାଙ୍କ ପୁତ୍ରଙ୍କ ଜୀବନ ମାଧ୍ୟମରେ ଆମ୍ଭକୁ ନିଶ୍ଚିତ ଭାବରେ ରକ୍ଷା କରିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଆମ୍ଭେମାନେ ଶତ୍ରୁ ଥିବା ସମୟରେ ଯଦି ଈଶ୍ବରଙ୍କ ସହିତ ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ମିଳିତ ହେଲୁ, ତାହାହେଲେ, ଆମ୍ଭେମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ୱାରା ନିଶ୍ଚୟ ପରିତ୍ରାଣ ପାଇବା।
Odia IRV 2017 (ଓଡିଆ ବାଇବେଲ)
କାରଣ ଆମ୍ଭେମାନେ ଶତ୍ରୁ ଥିବା ସମୟରେ ଯଦି ଈଶ୍ୱରଙ୍କ ସହିତ ତାହାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ମିଳିତ ହେଲୁ, ତାହାହେଲେ ଏହା ଅଧିକ ସୁନିଶ୍ଚିତ ଯେ, ଆମ୍ଭେମାନେ ମିଳିତ ହୋଇ ତାହାଙ୍କ ଜୀବନ ଦ୍ୱାରା ପରିତ୍ରାଣ ପାଇବା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮಿ ದೆವಾಚಿ ದುಶ್ಮನಾ ಹೊವ್ನ್ ಹೊತ್ತಾಂವ್, ಖರೆ ಅಪ್ನಾಚ್ಯಾ ಲೆಕಾಚ್ಯಾ ಮರ್ನಾನ್ ದೆವಾನ್ ಅಮ್ಕಾ ಅಪ್ನಾಚಿ ದೊಸ್ತಾ ಕರುನ್ ಘೆಟ್ಲ್ಯಾನ್. ಅತ್ತಾ ತೆಚಿ ದೊಸ್ತಾ ಹೊವ್ನ್ ಅಸಲ್ಲೆ ಅಮಿ, ಕ್ರಿಸ್ತಾಚ್ಯಾ ಜಿವಾಚ್ಯಾ ವೈನಾ ಅನಿ ಉಲ್ಲೆ ವಿಶೆಸ್ ರಿತಿಚಿ ಸುಟ್ಕಾ ಖಮ್ವುನ್ ಘೆತಾಂವ್.