Romans 6:4 — Compare Translations
7 translations compared side by side
Odia - 1840
"ଅତଏବ ଆମ୍ଭେ ଯେତବେେଳେ ବାପ୍ତିଜିତ ହେଲୁ, ଆମ୍ଭେ ଯୀଶୁଖ୍ରୀଷ୍ଟଙ୍କ ଭିତ ରେ ସମାଧି ପ୍ରପ୍ତ ହାଇଗେଲୁ ଓ ତାହାଙ୍କ ମୃତ୍ଯୁର ଭାଗୀଦାର ହେଲୁ। ଖ୍ରୀଷ୍ଟଙ୍କ ସହିତ କବରସ୍ଥ ହବୋ ଦ୍ବାରା ଆମ୍ଭେ ପୁନରୁତ୍ଥିତ ହାଇେ ନୂତନ ଜୀବନ ଯାପନ କରିବା। ପରମପିତାଙ୍କର ଆଶ୍ଚର୍ୟ୍ଯ ଶକ୍ତି ଦ୍ବାରା ଯେପରି ଖ୍ରୀଷ୍ଟ ମୃତ୍ଯୁରୁ ପୁନର୍ଜୀବିତ ହେଲେ, ସହେିଭଳି ଏହା ଘଟିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅତଏବ, ଆମ୍ଭେମାନେ ବାପ୍ତିସ୍ମ ଦ୍ଵାରା ମରଣରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହୋଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ଵାରା ମୃତମାନଙ୍କ ମଧ୍ୟରୁ ଯେଉଁପ୍ରକାରେ ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହିପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ;
Odia BSI (ପବିତ୍ର ବାଇବଲ (CL) NT (BSI))
ଜଳଦୀକ୍ଷା ଦ୍ୱାରା ଆମ୍ଭେମାନେ ତାଙ୍କ ମୃତ୍ୟୁରେ ଅଂଶୀ ହୋଇ ତାଙ୍କ ସହିତ କବର ପାଇଛୁ। ସେ ଯେପରି ପିତାଙ୍କ ଗୌରବମୟ ଶକ୍ତି ଦ୍ୱାରା ପୁନରୁତ୍ଥିତ ହେଲେ, ଆମ୍ଭେମାନେ ମଧ୍ୟ ତାଙ୍କ ଯୋଗୁଁ ନୂତନଭାବେ ଜୀବନଯାପନ କରିପାରିବା।
Odia Bible ERV 2004 (ପବିତ୍ର ବାଇବଲ)
ଅତଏବ ଆମ୍ଭେ ଯେତେବେଳେ ବାପ୍ତିଜିତ ହେଲୁ, ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ଭିତରେ ସମାଧି ପ୍ରାପ୍ତ ହୋଇଗଲୁ ଓ ତାହାଙ୍କ ମୃତ୍ୟୁର ଭାଗୀଦାର ହେଲୁ। ଖ୍ରୀଷ୍ଟଙ୍କ ସହିତ କବରସ୍ଥ ହେବା ଦ୍ୱାରା ଆମ୍ଭେ ପୁନରୁତ୍ଥିତ ହୋଇ ନୂତନ ଜୀବନଯାପନ କରିବା। ପରମପିତାଙ୍କର ଆଶ୍ଚର୍ଯ୍ୟ ଶକ୍ତି ଦ୍ୱାରା ଯେପରି ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେଲେ, ସେହିଭଳି ଏହା ଘଟିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅତଏବ, ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧି ପାଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ;
Odia IRV 2017 (ଓଡିଆ ବାଇବେଲ)
ଅତଏବ, ଆମ୍ଭେମାନେ ବାପ୍ତିସ୍ମ ଦ୍ୱାରା ମରଣରେ ତାହାଙ୍କ ସହିତ ସମାଧିପ୍ରାପ୍ତ ହୋଇଅଛୁ, ଯେପରି ଖ୍ରୀଷ୍ଟ ପିତାଙ୍କ ଗୌରବ ଦ୍ୱାରା ମୃତ୍ୟୁମାନଙ୍କ ମଧ୍ୟରୁ ଯେଉଁ ପ୍ରକାରେ ଉତ୍ଥାପିତ ହେଲେ, ଆମ୍ଭେମାନେ ମଧ୍ୟ ସେହି ପ୍ରକାରେ ଜୀବନର ନୂତନ ଭାବରେ ଆଚରଣ କରୁ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆ ಹೊವ್ನ್ ಅಮ್ಚ್ಯಾ ಬಾಲ್ತಿಮಾ ವೈನಾ ಅಮಿ ತೆಚ್ಯಾ ಮರ್ನಾತ್ ವಾಟೊ ಘೆಟ್ಲ್ಯಾಂವ್ ಅನಿ ಅಮ್ಕಾ ತೆಚ್ಯಾ ವಾಂಗ್ಡಾ ಮಾಟಿ ದಿವ್ನ್ ಹೊಲಿ, ಅಶೆ ಜೆ ಕಶೆ ಕ್ರಿಸ್ತಾಕ್ ಬಾಬಾಚ್ಯಾ ಮಹಿಮೆಚ್ಯಾ ಬಳಾನ್ ಮರ್ನಾತ್ನಾ ಝಿತ್ತೊ ಕರುನ್ ಉಟ್ವುನ್ ಹೊಲೆ, ತಸೆಚ್ ಅಮಿಬಿ ಝಿತ್ತೆ ರ್ಹಾವ್ನ್ ಎಕ್ ನ್ಹವ್ಯಾ ಜಿವನಾತ್ ಚಲುಕ್ ಪಾಜೆ.