Romans 7:1 — Compare Translations
7 translations compared side by side
Odia - 1840
"ଭାଇ ଓ ଭଉଣୀଗଣ, ତୁମ୍ଭମାନେେ ବ୍ଯବସ୍ଥା ଜାଣ। ତୁମ୍ଭମାନେେ ଜାଣ ଯେ ଯେତବେେଳେ ଜଣେ ଲୋକ ଜୀବିତ, ବ୍ଯବସ୍ଥା ତାହାକୁ ନିୟନ୍ତ୍ରିତ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ଭାଇମାନେ, ମନୁଷ୍ୟ ଯେପର୍ଯ୍ୟନ୍ତ ଜୀବିତ ଥାଏ, ସେପର୍ଯ୍ୟନ୍ତ ବ୍ୟବସ୍ଥା ଯେ ତାହାର ଉପରେ କର୍ତ୍ତୃତ୍ଵ କରେ, ଏହା ତୁମ୍ଭେମାନେ କଅଣ ଜାଣ ନାହିଁ? ମୁଁ ତ ବ୍ୟବସ୍ଥା ଜାଣିବା ଲୋକମାନଙ୍କୁ କହୁଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଭାଇମାନେ, ବର୍ତ୍ତମାନ ଯାହା କହିବାକୁ ଯାଉଛି, ତୁମ୍ଭେମାନେ ତାହା ବୁଝିପାରିବ, କାରଣ ତୁମେ ଜାଣିଛ, “ବ୍ୟବସ୍ଥା” କଅଣ। ମନୁଷ୍ୟ କେବଳ ତା’ର ଜୀବଦ୍ଦଶା ସମୟରେ ବ୍ୟବସ୍ଥାର ଅଧୀନରେ ଥାଏ।
Odia Bible ERV 2004 (ପବିତ୍ର ବାଇବଲ)
ବିବାହର ଦୃଷ୍ଟାନ୍ତ ଭାଇ ଓ ଭଉଣୀଗଣ, ତୁମ୍ଭେମାନେ ବ୍ୟବସ୍ଥା ଜାଣ। ତୁମ୍ଭେମାନେ ଜାଣ ଯେ ଯେତେବେଳେ ଜଣେ ଲୋକ ଜୀବିତ, ବ୍ୟବସ୍ଥା ତାହାକୁ ନିୟନ୍ତ୍ରିତ କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ଭାଇମାନେ, ମନୁଷ୍ୟ ଯେପର୍ଯ୍ୟନ୍ତ ଜୀବିତ ଥାଏ, ସେପର୍ଯ୍ୟନ୍ତ ବ୍ୟବସ୍ଥା ଯେ ତାହାର ଉପରେ କର୍ତ୍ତୃତ୍ୱ କରେ, ଏହା ତୁମ୍ଭେମାନେ କଅଣ ଜାଣ ନାହିଁ? ମୁଁ ତ ମୋଶାଙ୍କ ବ୍ୟବସ୍ଥା ଜାଣିଥିବା ଲୋକମାନଙ୍କୁ କହୁଅଛି।
Odia IRV 2017 (ଓଡିଆ ବାଇବେଲ)
ହେ ଭାଇମାନେ, ମନୁଷ୍ୟ ଯେପର୍ଯ୍ୟନ୍ତ ଜୀବିତ ଥାଏ, ସେପର୍ଯ୍ୟନ୍ତ ମୋଶାଙ୍କ ବ୍ୟବସ୍ଥା ଯେ ତାହାର ଉପରେ କର୍ତ୍ତୃତ୍ୱ କରେ, ଏହା ତୁମ୍ଭେମାନେ କ'ଣ ଜାଣ ନାହିଁ? ମୁଁ ତ ମୋଶାଙ୍କ ବ୍ୟବସ୍ଥା ଜାଣିଥିବା ଲୋକମାନଙ୍କୁ କହୁଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಾಜ್ಯಾ ಪ್ರಿತಿಚ್ಯಾನು, ಮಿಯಾ ಸಾಂಗ್ತಲ್ಯಾ ವಿಶಯಾತ್ ತುಮ್ಕಾ ಖರೆಚ್ ಸಮಾ ಕಳ್ತಾ; ಕಶ್ಯಾಕ್ ಮಟ್ಲ್ಯಾರ್ ತುಮ್ಕಾ ಸಗ್ಳ್ಯಾಕ್ನಿ ಖಾಯ್ದ್ಯಾಚ್ಯಾ ವಿಶಯಾತ್ ಗೊತ್ತ್ ಹಾಯ್. ಖಾಯ್ದೊ ಲೊಕಾ ಝಿತ್ತಿ ರ್ಹಾಯ್ ಪತರ್ ಎವ್ಡೆಚ್ ತೆಂಚೆ ವರ್ತಿ ಅಪ್ನಾಚೊ ರಾಜ್ ಚಾಲ್ವುತಾ.