Romans 7:13 — Compare Translations

7 translations compared side by side

Odia - 1840
"ଏହାର କଣ ଏହି ଅର୍ଥ ଯେ ଯାହା ଭଲ, ତାହାହିଁ ମାେ ପାଇଁ ମୃତ୍ଯୁ ଆଣିଲା? କିନ୍ତୁ ଯାହା ଭଲ ପାପ ତାହାକୁ ହିଁ ବ୍ଯବହାର କରି ମାେ ପାଇଁ ମୃତ୍ଯୁ ଆଣିଲା। ଏହା ହେଲା, ଯେପରି ମୁଁ ଜାଣି ପାରିବି ପାପ କ'ଣ? ପାପ ହେଉଛି ଅତିଶୟ ମନ୍ଦ, ଏହା ଜଣାଇବା ପାଇଁ ଏପରି ଘଟିଲା ଓ ଆଜ୍ଞାର ବ୍ଯବହାର ମଧ୍ଯ ଏହାହିଁ ଦଖାଇବୋ ପାଇଁ ହେଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ, ଯାହା ଉତ୍ତମ, ତାହା କି ମୋʼ ପକ୍ଷରେ ମୃତ୍ୟୁଦାୟକ ହେଲା? ତାହା କେବେ ହେଁ ନ ହେଉ । କିନ୍ତୁ ପାପ ମୃତ୍ୟୁଦାୟକ ହେଲା, ଯେପରି ଯାହା ଉତ୍ତମ, ତାହା ଦେଇ ମୋʼ ପ୍ରତି ମୃତ୍ୟୁ ସାଧନ କରିବା ଦ୍ଵାରା ପାପ, ପାପ ବୋଲି ପ୍ରକାଶ ପାଏ, ପୁଣି ଯେପରି ଆଜ୍ଞା ଦ୍ଵାରା ପାପ ଅତିଶୟ ପାପମୟ ହୁଏ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତା’ହେଲେ, ଯାହା ମଙ୍ଗଳଜନକ, ତାହା କଅଣ ମୋ’ ମୃତ୍ୟୁର କାରଣ ହୋଇଥିଲା? କଦାପି ନୁହେଁ। ପାପ ହିଁ ତା’ କଲା। ମଙ୍ଗଳଜନକ ବ୍ୟବସ୍ଥାକୁ ବ୍ୟବହାର କରି ପାପ ମୋର ମୃତ୍ୟୁ ଘଟାଇଲା। ତଦ୍ଦ୍ୱାରା ପାପର ପ୍ରକୃତ ରୂପ ପ୍ରକାଶ ପାଇଲା। ତେଣୁ ବ୍ୟବସ୍ଥା ଦ୍ୱାରା ପାପର ଅତିଶୟ ଭୟଙ୍କରତା ଜଣାପଡ଼ିଲା।
Odia Bible ERV 2004 (ପବିତ୍ର ବାଇବଲ)
ଏହାର କ’ଣ ଏହି ଅର୍ଥ ଯେ ଯାହା ଭଲ, ତାହା ହିଁ ମୋ’ ପାଇଁ ମୃତ୍ୟୁ ଆଣିଲା? କିନ୍ତୁ ଯାହା ଭଲ ପାପ ତାହାକୁ ହିଁ ବ୍ୟବହାର କରି ମୋ’ ପାଇଁ ମୃତ୍ୟୁ ଆଣିଲା। ଏହା ହେଲା, ଯେପରି ମୁଁ ଜାଣି ପାରିବି ପାପ କ’ଣ? ପାପ ହେଉଛି ଅତିଶୟ ମନ୍ଦ, ଏହା ଜଣାଇବା ପାଇଁ ଏପରି ଘଟିଲା ଓ ଆଜ୍ଞାର ବ୍ୟବହାର ମଧ୍ୟ ଏହା ହିଁ ଦେଖାଇବା ପାଇଁ ହେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ, ଯାହା ଉତ୍ତମ, ତାହା କି ମୋʼ ପକ୍ଷରେ ମୃତ୍ୟୁଦାୟକ ହେଲା? ତାହା କେବେ ହେଁ ନ ହେଉ। କିନ୍ତୁ ପାପ ମୃତ୍ୟୁଦାୟକ ହେଲା, ଯେପରି ଯାହା ଉତ୍ତମ, ତାହା ଦେଇ ମୋʼ ପ୍ରତି ମୃତ୍ୟୁ ସାଧନ କରିବା ଦ୍ୱାରା ପାପ, ପାପ ବୋଲି ପ୍ରକାଶ ପାଏ, ପୁଣି, ଯେପରି ଆଜ୍ଞା ଦ୍ୱାରା ପାପ ଅତିଶୟ ପାପମୟ ହୁଏ।
Odia IRV 2017 (ଓଡିଆ ବାଇବେଲ)
ତେବେ, ଯାହା ଉତ୍ତମ, ତାହା କି ମୋ' ପକ୍ଷରେ ମୃତ୍ୟୁଦାୟକ ହେଲା? ତାହା କେବେ ହେଁ ନ ହେଉ । କିନ୍ତୁ ପାପ ମୃତ୍ୟୁଦାୟକ ହେଲା, ଯେପରି ଯାହା ଉତ୍ତମ, ତାହା ଦେଇ ମୋ' ପ୍ରତି ମୃତ୍ୟୁ ସାଧନ କରିବା ଦ୍ୱାରା ପାପ, ପାପ ବୋଲି ପ୍ରକାଶ ପାଏ, ପୁଣି, ଯେପରି ଆଜ୍ଞା ଦ୍ୱାରା ପାପ ଅତିଶୟ ପାପମୟ ହୁଏ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ತೆ ಬರೆಚ್ ಮಾಜ್ಯಾ ಮರ್‍ನಾಕ್ ಕಾರನ್ ಹೊಲೆ ಕಾಯ್? ಹೆಚೊ ಅರ್ತ್‍ ತೊ ನ್ಹಯ್! ಹೆ ಸಗ್ಳೆ ಪಾಪಾನ್ ಕರ್‍ಲ್ಯಾನ್; ಬರೆ ಅಸಲ್ಲೆ ವಾಪ್ರುನ್ ಪಾಪಾನ್ ಮರಾನ್ ಹಾನ್ಲ್ಯಾನ್. ಹೆಚ್ಯಾ ವೈನಾ ಪಾಪಾಚೊ ಸ್ವಬಾವ್ ಕಸ್ಲೊ ಮನುನ್ ದಿಸುನ್ ಯೆಲೊ, ಅನಿ ಅಶೆ ಹುಕುಮಾ ವೈನಾ ಪಾಪ್ ಕವ್ಡೊ ವಾಯ್ಟ್ ಮನ್ತಲೆ ಬರೆ ದಿಸುನ್ ಯೆಲೆ.