Romans 7:3 — Compare Translations

7 translations compared side by side

Odia - 1840
"କିନ୍ତୁ ଯେତବେେଳେ ଜଣେ ସ୍ତ୍ରୀଲୋକ ତାହାର ସ୍ବାମୀ ଜୀବିତ ଥିବା ଅବସ୍ଥା ରେ, ଆଉ ଜଣକୁ ବିବାହ କରେ, ବ୍ଯବସ୍ଥା କୁ ହେ ଯେ, ସେ ବ୍ଯଭିଚ଼ାର ଦୋଷ ରେ ଦୋଷୀ। କିନ୍ତୁ ଯଦି ସେ ସ୍ତ୍ରୀଲୋକର ସ୍ବାମୀ ମରି ଯାଏ, ତାହା ହେଲେ ସେ ସ୍ତ୍ରୀଲୋକଟି ବିବାହର ବନ୍ଧନ ବ୍ଯବସ୍ଥାରୁ ମୁକ୍ତ ହାଇେ ଯାଏ। ଅତଏବ, ଯଦି ସହେି ସ୍ତ୍ରୀଲୋକ ସ୍ବାମୀର ମୃତ୍ଯୁ ପରେ ଆଉ ଜଣକୁ ବିବାହ କରେ, ସେ ବ୍ଯଭିଚ଼ାର ଦୋଷ ରେ ଆଉ ଦୋଷୀ ହୁଏ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅତଏବ, ସ୍ଵାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀ ଯଦି ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ତାକୁ ବ୍ୟଭିଚାରିଣୀ ବୋଲି କୁହାଯିବ; କିନ୍ତୁ ଯଦି ସ୍ଵାମୀ ମରିଯାଏ, ତେବେ ସ୍ତ୍ରୀ ବ୍ୟବସ୍ଥାରୁ ମୁକ୍ତ ହୁଏ, ଆଉ ଯଦି ସେ ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ସେ ବ୍ୟଭିଚାରିଣୀ ହୁଏ ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସ୍ୱାମୀ ଜୀବିତ ଥିବାବେଳେ; ସ୍ତ୍ରୀ ଯଦି ଅନ୍ୟ ପୁରୁଷ ଗ୍ରହଣ କରେ, ତାକୁ ବ୍ୟଭିଚାରିଣୀ ବୋଲି କୁହାଯିବ; କିନ୍ତୁ ସ୍ୱାମୀର ମୃତ୍ୟୁ ପରେ ସେ ଆଉ ଜଣକୁ ବିବାହ କଲେ, ତାହା ବ୍ୟଭିଚାର ହେବ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଯେତେବେଳେ ଜଣେ ସ୍ତ୍ରୀଲୋକ ତାହାର ସ୍ୱାମୀ ଜୀବିତ ଥିବା ଅବସ୍ଥାରେ, ଆଉ ଜଣକୁ ବିବାହକରେ, ବ୍ୟବସ୍ଥା କୁହେ ଯେ, ସେ ବ୍ୟଭିଗ୍ଭର ଦୋଷରେ ଦୋଷୀ। କିନ୍ତୁ ଯଦି ସେ ସ୍ତ୍ରୀଲୋକର ସ୍ୱାମୀ ମରି ଯାଏ, ତାହାହେଲେ ସେ ସ୍ତ୍ରୀଲୋକଟି ବିବାହର ବନ୍ଧନ ବ୍ୟବସ୍ଥାରୁ ମୁକ୍ତ ହୋଇ ଯାଏ। ଅତଏବ, ଯଦି ସେହି ସ୍ତ୍ରୀଲୋକ ସ୍ୱାମୀର ମୃତ୍ୟୁ ପରେ ଆଉ ଜଣକୁ ବିବାହକରେ, ସେ ବ୍ୟଭିଗ୍ଭର ଦୋଷରେ ଆଉ ଦୋଷୀ ହୁଏ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅତଏବ, ସ୍ୱାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀ ଯଦି ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ତାହାକୁ ବ୍ୟଭିଚାରିଣୀ ବୋଲି କୁହାଯିବ; କିନ୍ତୁ ଯଦି ସ୍ୱାମୀ ମରିଯାଏ, ତେବେ ସ୍ତ୍ରୀ ବିବାହ ବ୍ୟବସ୍ଥାରୁ ମୁକ୍ତ ହୁଏ, ଆଉ ଯଦି ସେ ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ସେ ବ୍ୟଭିଚାରିଣୀ ହୁଏ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ଅତଏବ, ସ୍ୱାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀ ଯଦି ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ତାକୁ ବ୍ୟଭିଚାରିଣୀ ବୋଲି କୁହାଯିବ; କିନ୍ତୁ ଯଦି ସ୍ୱାମୀ ମରିଯାଏ, ତେବେ ସ୍ତ୍ରୀ ମୋଶାଙ୍କ ବ୍ୟବସ୍ଥାରୁ ମୁକ୍ତ ହୁଏ, ଆଉ ଯଦି ସେ ଅନ୍ୟ ପୁରୁଷ ସହିତ ସଂଯୁକ୍ତ ହୁଏ, ତାହାହେଲେ ସେ ବ୍ୟଭିଚାରିଣୀ ହୁଏ ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆ ರಾತಾನಾ, ತಿಚೊ ಘೊವ್ ಝಿತ್ತೊ ರ್‍ಹಾತಾನಾಚ್ ತಿ ಅನಿ ಎಕ್ಲ್ಯಾ ಘೊಮನ್ಸಾಚ್ಯಾ ವಾಂಗ್ಡಾ ರ್‍ಹಾಲಿ ತರ್, ತಿಕಾ ಎಕ್ ವ್ಯೆಭಿಚಾರ್ ಕರ್‍ತಲಿ ಮನುನ್ ಬಲ್ವುನ್ ಹೊತಾ; ಖರೆ ತಿಚೊ ಘೊವ್ ಮರ್ಲೊ ತರ್, ತೆನಿ ಅನಿ ಎಕ್ಲ್ಯಾಕ್ ಲಗಿನ್ ಕರುನ್ ಘೆಟ್ಲಿನ್ ತರ್ ತಿ ವ್ಯೆಬಿಚಾರ್ ಕರ್ಲ್ಯಾ ಸರ್ಕೆ ಹೊಯ್ನಾ ಕಶ್ಯಾಕ್ ಮಟ್ಲ್ಯಾರ್ ತೆನಿ ಕರಲ್ಲೆ ಖಾಯ್ದ್ಯಾ ಪರ್‍ಕಾರ್ ಹಾಯ್.